ପି ଭି ଟି ପ୍ଲଟ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

22 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଓଡିଶା ସରକାରଙ୍କ ଆକାଂକ୍ଷୀ ମିଲେଟ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ହରଭାଙ୍ଗା ବ୍ଲକରେ ଥିବା ପି ଭି ଟି ପ୍ଲଟ ପରିଦର୍ଶନ କରିବାକୁ ବୌଦ୍ଧ ଜିଲ୍ଲାପାଳ ମହୋଦୟ ଆସିଥିଲେ। ତାଙ୍କ ସହ ମିଲେଟ ମିଶନର ଜିଲ୍ଲା ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମହାନନ୍ଦ, ହରଭଙ୍ଗା ବ୍ଲକ କୃଷି ଅଧିକାରୀ ଶ୍ରୀ ସବ୍ୟସାଚୀ ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ହରଭଙ୍ଗା ବ୍ଲକର ମଥୁରା ଗ୍ରାମପଞ୍ଚାୟତ ସ୍ଥିତ କେଳାକଟା ଗ୍ରାମରେ ମାଣ୍ଡିଆ କିସମ ଚୟନର କ୍ଷେତ୍ରକୁ ଦେଖି ସହଯୋଗୀ ସଂସ୍ଥା ଲୋକକଳା ବିକାଶ କେନ୍ଦ୍ର ର କର୍ମୀକନଙ୍କୁ ବେଶ୍ ପ୍ରସଂଶା କରିଥିଲେ ଓ ରବି ଋତୁରେ ମାଣ୍ଡିଆ କ୍ଷୁଦ୍ରଶସ୍ୟ ଚାଷ କୁ ତ୍ୱରାନ୍ୱିତ କରିବାପାଇଁ କୃଷି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଆଗକୁ ଜିଲ୍ଲାରେ ପ୍ରତ୍ୟେକ ଗ୍ରାମରେ ଏହାକୁ ପ୍ରସାର କରାଇ ଗୁରୁତ୍ୱ ଦେବାକୁ କହିଥିଲେ। ମିଶନ ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ଜଣେଇଥିଲେ ଯେ, ପ୍ରତ୍ୟେକ ବ୍ଲକରେ ଏଭଳି ତିନୋଟି ପି ଭି ଟି ପ୍ଲଟ ଅବସ୍ଥିତ ହୋଇଛି,l ଏଥିରେ ଦଶ ପ୍ରକାର ମାଣ୍ଡିଆ, ବାଟି, ବଡ଼ମଣ୍ଡିଆ, ଦଶରା, କର୍କଟି,ମଞ୍ଜୁଳା, ପାରା, କାଙ୍ଗ୍ରା, ମହାରାଷ୍ଟ୍ର, ସିକା ଓ କେ ଏମ ର -୨୦୪ ବିହନକୁ ପରୀକ୍ଷିତ କରାଯାଉଛି। ଯେଉଁ ପ୍ରକାର ବିହନ କୁ ସ୍ଥାନୀୟବାସୀ ଚୟନ କରିବେ ତାହା ଦ୍ଵିତୀୟ ବର୍ଷରେ ପୁନଃ ପରୀକ୍ଷିତ ହେବଏବଂ ତୃତୀୟ ବର୍ଷଠାରୁ ସମଗ୍ର ପ୍ରଖଣ୍ଡରେ ଚୟନିତ ବିହନକୁ ଚାଷୀ ମାନଙ୍କୁ ପ୍ରଦାନ କରାଯିବ।

Related Post

ସର୍ବଭାରତୀୟ ସ୍ତରରେ ଥୁଆମୂଳ ରାମପୁର ଛାତ୍ରୀ ଙ୍କ କୃତିତ୍ଵ ,କଳାହାଣ୍ଡି ଜିଲ୍ଲା ପାଇଁ ଆଣିଲେ ଗୌରବ

Posted by - April 20, 2022 0
କଳାହାଣ୍ଡି 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜଣେ ଝିଅ ଜାତୀୟ…

ବେନୁପଡ଼ା ଗାଦିବ୍ରହ୍ମ ମଠର ନୂତନ ମହନ୍ତ ବାବାଜୀ ଶିଶିର ଦାସଙ୍କର ଦାୟିତ୍ୱ ଗ୍ରହଣ

Posted by - October 20, 2022 0
ଭୁବନେଶ୍ୱର : (ବ୍ୟୁରୋ) ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍‍ସ୍ଥିତ ବେନୁପଡ଼ାଠାରେ ଥିବା ପ୍ରସିଦ୍ଧ ଗାଦିବ୍ରହ୍ମ ପୀଠ ମଠର ନୂତନ ମହନ୍ତ ବାବାଜୀ ଶ୍ରୀଶ୍ରୀ ଶିଶିର ଦାସ ଦାୟିତ୍ୱ…

ଲାଞ୍ଜିଗଡ଼ ରେ ହାତୀ ଉପଦ୍ରବ

Posted by - December 5, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। କ୍ରମାଗତଭାବେ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟପ୍ରାଣୀ…

ଅନୁଗୋଳ ନୂତନ ବସଷ୍ଟାଣ୍ଡ ଉଦଘାଟିତ – ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା

Posted by - January 3, 2020 0
ଅନୁଗୋଳ:( ମହେଶ ଭୋମରାଜ) ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ସୋମବାର ଦିନ ଅନୁଗୋଳ ଠାରେ ୫.୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ନୂତନ…

୬୦ ଗ୍ରାମ ପଞ୍ଚାୟତ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲପାଳ

Posted by - December 3, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ କୁ ବନ୍ଦ କରାଯିବା…