Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଦୃଢ ମନୋବଳ ନିକଟରେ ହାର ମାନିଛି ଦାରିଦ୍ର୍ୟତା ଯୁବବିଜ୍ଞାନୀ ଶେଷ କିଷାନଙ୍କ ବାହାଘର, ଔଷଧ କମ୍ପାନୀ ଖୋଲିବାକୁ କଲେ ଘୋଷଣା

67 0

ସମ୍ବଲପୁର: ୨୪/୧୧ (ରମାକାନ୍ତବିଶ୍ବାଳ) ଯୁବବିଜ୍ଞାନୀ ଶେଷ କିଷାନଙ୍କ ବାହାଘର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେ ଓଡ଼ିଶାରେ ଡ. ଶେଷ କିଷାନ ଭ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଖୋଲିବେ ଓ ତାର ଲାଭାଂଶ ଗରିବ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ ହେବ ବୋଲି ଘୋଷଣା କରିଛନ୍ତି I ମଙ୍ଗଳବାର ବାହାଘର ଭୋଜି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. କିଷାନ ଏହି ଘୋଷଣା କରିଥିଲେ। ସେ କହିଛନ୍ତି ଯେ ଅତି ଅଳ୍ପ ଖର୍ଚ୍ଚରେ ସାଧାରଣ ରୋଗୀମାନେ ଉନ୍ନତ ମାନର ଔଷଧ ପାଇପାରିବେ I

୪ ମାସ ମଧ୍ୟରେ ଓଡ଼ିଶାରେ ଜେନେରିକ୍‌ ମେଡିସିନ ଡାଇବେଟିସ, ବ୍ଲଡ୍‌ପ୍ରେସର, ଆଣ୍ଟିବାୟୋଟିକ, ମଲ୍‌ଟିଭିଟାମିନ, ଗ୍ୟାଷ୍ଟିକ ଭଳି ୫ ପ୍ରକାର ମେଡିସିନ ତାଙ୍କ କଂପାନି ଦ୍ବାରା ବାହାର କରାଯାଇ ସାଧାରଣ ଲୋକଙ୍କୁ ବ୍ୟବହାର ପାଇଁ ଯୋଗାଇ ଦିଆଯିବ। ଆଗକୁ ୫୦୦ରୁ ୧୦୦୦ ଜେନେରିକ ମେଡିସିନ ପ୍ରଡକ୍ଟ ବାହାର କରିବେ ଓ ଏହାର ମୁଖ୍ୟାଳୟ ଭୁବନେଶ୍ବରରେ ରହିବ ବୋଲି ଘୋଷଣା କରିଥିଲେ I ପରବର୍ତ୍ତୀ ସମୟରେ କ୍ୟାନ୍‌ସର ଭଳି ରୋଗର ମେଡିସିନ ମଧ୍ୟ କଂପାନି ଦ୍ବାରା ପ୍ରସ୍ତୁତ ହେବ ବୋଲି କହିଥିଲେ I ଏହି ସାମ୍ବଦିକ ସମ୍ମଳନୀରେ ତାଙ୍କ ନବବିବାହିତ ସ୍ତ୍ରୀ’ଙ୍କ ଉଚ୍ଚ ପ୍ରଶଂସା କରିଥିଲେ ଡ. କିଷାନ I ସେ କହିଥିଲେ ବାଲେଶ୍ବର ଝିଅ ହେଲେ ମଧ୍ୟ ଉଚ୍ଚ ଶିକ୍ଷିତା ଓ ଗୁଣବତୀ I ତାଙ୍କ ସହିତ ସେ ବେଶ ଆଡଜଷ୍ଟ କରିପାରିବେ ବୋଲି କହିଥିଲେ।

ତାଙ୍କ ବୈଜ୍ଞାନିକ ଜୀବନର ସବୁ କିଛିକୁ ବହୁତ ଭଲ ପାଆନ୍ତି ତାଙ୍କ ନବବିବାହିତ ସ୍ତ୍ରୀ ବୋଲି ଡ. କିଷାନ ପ୍ରକାଶ କରିଥିଲେ। ହେଲେ କମ୍ପାନି ପାଇଁ ଏତେ ଟଙ୍କା କେଉଁଠୁ ଆସିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ ଡ. କିଷାନ। ପ୍ରକାଶ ଥାଉ କି ଗତ ୧୦ ତାରିଖ ଦିନ ଡ. କିଷାନ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡ଼ାପାଳ ଗ୍ରାମର ଗୋପାଳ କୃଷ୍ଟ ଜେନା ଓ ସୁଚିତ୍ରା ଜେନାଙ୍କ ଝିଅ ଜୟଶ୍ରୀଙ୍କୁ ରେଢ଼ାଖୋଲ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ I ସୋମବାର ପୁଣି ବୈଦିକ ରୀତିରେ ଉଭୟଙ୍କ ବିବାହ ରେଢ଼ାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଡ. କିଷାନଙ୍କ ପିତାମାତା ଇହଧାମ ତ୍ୟାଗ କରିଥିବା ବେଳେ ତାଙ୍କ ବିବାହ କାର୍ଯ୍ୟ ଧର୍ମ ପିତା-ମାତା ସୁନନ୍ଦ ପ୍ରଧାନ ଓ ସୈାଦାମିନୀ ସାହୁ ତୁଲାଇ ଥିଲେ। ଡ. କିଷାନ ସ୍ଥାନୀୟ କଦମ୍ବ ପଡ଼ିଆରୁ ବରଯାତ୍ରୀ ସହ ବାହାରି କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ବିଳମ୍ବିତ ରାତିରେ ବିବାହ ହୋଇଥିଲା। ଶେଷ କିଷାନ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍‌ ବଲାସିଙ୍ଗା ଗ୍ରାମର ବାସିନ୍ଦା I

ପିଲାବେଳୁ ପିତା ବିପିନ କିଷାନ ଓ ମା’ ଦୁଃଖୀ କିଷାନଙ୍କୁ ହରାଇ ଥିଲେ। ତାଙ୍କ ସଂଘର୍ଷର କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ I ନିଜେ ଗାଈଗୋରୁ ଚରାଇବା ସହିତ ଦିନ ମଜୁରିଆ ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ଯାହା କି ସେ ନିଜେ କହନ୍ତି ଯେ ସଂଘର୍ଷରୁ ହିଁ ସଫଳତଳ ମିଳେ। ସେ ଜର୍ମାନୀର ଗଟିନଜେନ ୟୁନିଭର୍ସିଟିରେ ଅଗାର୍ନିକ କ୍ୟାମଷ୍ଟ୍ରିରେ ପିଏଚ୍‌ଡି କରିଛନ୍ତି I ତାଙ୍କ ସଫଳତା ଅଞ୍ଚଳରେ ଉଦାହରଣ ହୋଇ ରହିଛି। କାରଣ ଦାରିଦ୍ର୍ୟର ତାଡ଼ନାରେ ମଧ୍ୟ ସେ ହାର ମାନିନାହାନ୍ତି। ବରଂ ସଫଳତା ଶିଢ଼ି ଚଢ଼ିଛନ୍ତି। ଆଜି ଡ. କିଷାନଙ୍କ ବିବାହ ଭୋଜିରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ୍‌ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ I

Related Post

ଭୁବନେଶ୍ୱର ମୁନ୍ସିପାଲ ଅଫିସ ରେ ଡେଥ୍ ସାର୍ଟିଫିକେଟ ପାଇଁ ଦଲାଲ ଙ୍କ ରାଜୁତି,ଦେଖନ୍ତୁ ଭିଡିଓ

Posted by - June 3, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ)କୋଭିଡ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଡେଥ ସାର୍ଟିଫିକେଟ ପାଇବା ପାଇଁ ଦଲାଲ ମାନେ ତାଙ୍କ ଆତ୍ମୀୟ ଙ୍କ ଠାରୁ ପଇସା ହଡପ…

ବାରଙ୍ଗପ୍ରେସକ୍ଲବ ପକ୍ଷରୁ ଅରିନ୍ଦମକୁ ଦିଆଗଲା ଶ୍ରଦ୍ଦାଞଳି

Posted by - September 28, 2021 0
ଭୁବନେଶ୍ବର :ମହାନଦୀର ମୁଣ୍ଡୁଳି ନିକଟସ୍ଥ ବ୍ୟାରେଜ ନିକଟରେ ଜଙ୍ଗଲୀ ଦନ୍ତା ହାତୀଟିକୁ ବନ୍ୟା ଜଳରୁ ଉଦ୍ଧାର କରିବା ସମୟରେ ଓଡ୍ରାଫଟିମ ର ବୋଟ ରେ ଲାଇଫ ଭିଜୁଆଲ…

ମେନେଜର ଜିଦ୍ ଯୋଗୁ ହଟହଟା ହେଲେ ଶତାୟୁ ବୃଦ୍ଧା,ମାଆଙ୍କୁ ଟାଣି ଟାଣି ବ୍ୟାଙ୍କ ନେଲା ଝିଅ

Posted by - June 14, 2020 408
ଭୁବନେଶ୍ଵର :କରୋନା ପାଇଁ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଧନ ଖାତାଧାରୀ ମହିଳାମାନଙ୍କୁ ଏପ୍ରିଲ, ମେ ଏବଂ ଜୁନ ମାସ…

ମୁଁ ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛି ଓ ମୁ ଭଲ ଓଡିଆ କହିପାରେ :ନବୀନ ପଟ୍ଟନାୟକ

Posted by - April 9, 2019 167
ଭୁବନେଶ୍ବର :୦୮/୦୪ ଜାତୀୟ ଗଣମାଧ୍ୟମକୁ ନୀବନ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛି। ବିଜେଡିର ଉତ୍ତରାଧିକାରୀ ସଂକର୍ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉପଯୁକ୍ତ ସମୟରେ…

ବନ ବିଭାଗ କୁ ଚାଲେଞ୍ଜ କରି ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

Posted by - August 4, 2021 0
ବୌଦ୍ଧ (ଚିତ୍ତରଂଜନସିଂ)ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ରତାଖଣ୍ଡି କଙ୍କାଳି ସଂରକ୍ଷିତ ଜଙ୍ଗଲ ବନ ସୁରକ୍ଷା ସମିତି ଗଠନ କୁ କେନ୍ଦ୍ର କରି ବନ ବିଭାଗ ଓ ରତାଖଣ୍ଡି ଗ୍ରାମବାସୀଙ୍କ…