ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )
ଗତ ରବିବାର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର କୁ ଅଣହିନ୍ଦୁ କଣ୍ଠଶିଳ୍ପୀ ତାରିକ ଅଜିଜ ପ୍ରବେଶ କରି ନିଜ ପଂଟୋ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି ଗତକାଲି ବିରଜା ବାହିନୀ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଯାଜପୁର ଥାନାରେ ତାରିକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ବେଳେ ଏହି ପ୍ରସଂଗକୁ ନେଇ ବଜରଂଗ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଘଟଣାକୁ ନିନ୍ଦା କରାଯାଇଛି ।
ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦ୍ଖଳ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦର ସଭାପତି ଅକ୍ଷୟ ବଳ,ସହ ସଂପାଦକ ପ୍ରଭାତ ମଲ୍ଲିକ,କେନ୍ଦ୍ରାପଡା ବିଭାଗ ସାମାଜିକ ସମରସତା ପ୍ରମୁଖ ଅରବିନ୍ଦ ଦାସ ଜିଲା ବଜରଂଗ ଦଳ ସଂଯୋଜକ ଚନ୍ଦ୍ରକାନ୍ତ କର, ଜିଲା ସହ ସଂଯୋଜକ ଶରତ ସାହୁ,ସୁରକ୍ଷା ପ୍ରମୁଖ ବାଦଲ ନାୟକ ପ୍ରମୁଖ ଯୋଗ ଦେଇ ମନ୍ଦୀର ର ପ୍ରବେଶ ପଥରେ ଓଡିଆ,ଇଂରାଜି ଓ ହିନ୍ଦୀ ଭାଷାରେ ସୂଚନା ପଂଳକ ଲଗାଯିବାକୁ ଦାବୀ କରିଛନ୍ତି ।
ଅକ୍ଷୟ ବଳ, ବିଶ୍ୱହିନ୍ଦୁ ପରିଷଦର ସଭାପତି
ମନ୍ଦୀରକୁ କେବଳ ହିନ୍ଦୁ ମାନେ ପ୍ରବେଶ କରିବା ନେଇ ସ୍ପଷ୍ଟ ସୂଚନା ରହିଲେ ଅନ୍ୟ କୌଣସି ଧର୍ମାବଲମ୍ବି ମନ୍ଦୀର ଭିତରକୁ ପ୍ରବେଶ କରିବେ ନାହିଁ ବୋଲି ମତପ୍ରକାଶ ପାଇଥିଲା ।ଏଥିସହିତ ପ୍ରତ୍ୟେକ ଶ୍ରଦ୍ଧାଳୁ ନିଜ ନିଜର ପରିଚୟ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ମଧ୍ୟ ମନ୍ଦୀର ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନ କରାଯାଇଛି ।