Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଖୋଜୁଛି ହୀରାକୁଦ ଜଳଭଣ୍ଡାର ଭିତରେ ବାଦୁଡି ଦ୍ବୀପ ଭରି ରହିଛି ଅନେକ ରହସ୍ୟ

57 0

ସମ୍ବଲପୁର: ୨୩/୧୧ (ରମାକାନ୍ତ ବିଶ୍ବାଳ)ହୀରାକୁଦର ଜଳଭଣ୍ଡାର ଅକାତ କାତ ଜଳରାଶି ମଧ୍ୟରେ ରହିଛି ରହସ୍ୟମୟ ବାଦୁଡି ଦ୍ବୀପ । ରହସ୍ୟ ଓ ରୋମାଞ୍ଚ ଭରା ଏହି ଦ୍ବୀପରେ ରହୁଛନ୍ତି ହଜାର ହଜାର ବିରଳ ବାଦୁଡି । କୌଣସି ଦୈବୀ ଶକ୍ତି ଦ୍ବୀପଟିର ସୁରକ୍ଷା କରୁଥିବା ଯୋଗୁଁ ବାଦୁଡିମାନେ ନିର୍ଭୟରେ ବାସ କରୁଥିବା ବିଶ୍ବାସ କରନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ।ଏସିଆର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ ଜଳଭଣ୍ଡାର । ଜଳ ସେଚନ, ବିଦ୍ୟୁତ ଉତ୍ପାଦନ ଓ ବନ୍ୟା ନିୟନ୍ତ୍ରଣରେ ହୀରାକୁଦ ଜଳଭଣ୍ଡାର ଓଡିଶାବାସୀଙ୍କୁ ସେବା ଯୋଗାଇ ଆସୁଛି । ତେବେ ହୀରାକୁଦର ବିଶେଷତ୍ବ କେବଳ ଏତିକି ନୁହେଁ, ଏହି ଜଳଭଣ୍ଡାର ସହ ଯୋଡି ହୋଇ ରହିଛି ଅନେକ ରହସ୍ୟମୟ କଥା ।

ଯେପରିକି ଅଥଳ ଜଳରାଶିର ମଧ୍ୟ ଭାଗରେ ରହିଛି ଅନେକ ରହସ୍ୟମୟ ଦ୍ବୀପ । ଏଗୁଡିକ ହେଲା ବ୍ୟାଟ୍ ଆଇଲ୍ୟାଣ୍ଡ, ସନରାଇଜ ଆଇଲ୍ୟାଣ୍ଡ ଓ କ୍ୟାଟେଲ ଆଇଲ୍ୟାଣ୍ଡ । ହେଲେ ଏସବୁ ଭିତରେ ଅଧିକ ରହସ୍ୟ ଓ ରୋମାଞ୍ଚକର ହେଉଛି ବ୍ୟାଟ୍ ଆଇଲ୍ୟାଣ୍ଡ ବା ବାଦୁଡି ଦ୍ବୀପ । ଏହି ଦ୍ବୀପରେ ଏକ ବିରଳ ପ୍ରଜାତିର ହଜାର ହଜାର ସଂଖ୍ୟାକ ବାଦୁଡି ବସବାସ କରୁଛନ୍ତି ।

ହୀରାକୁଦ ଜଳଭଣ୍ଡାର ମଧ୍ୟରେ ବାଦୁଡି ଦ୍ବୀପରେ ଭରି ରହିଛି ଅନେକ ରହସ୍ୟଏହି ବାଦୁଡି ଦ୍ବୀପଟି ଯେତିକି ରହସ୍ୟମୟ ଏଠାକୁ ଯିବା ଆହୁରି ଅଧିକ ରୋମାଞ୍ଚକର । ହୀରାକୁଦ ଦେବ୍ରିଗଡ ନେଚର କ୍ୟାମ୍ପରୁ ୨ କିଲୋମିଟରେ ଦୂରରେ ରହିଛି ବାଦୁଡି ଆଇଲ୍ୟାଣ୍ଡ । ଏହି ସ୍ଥାନକୁ ଜଳଭଣ୍ଡାରର ୧୫୦ ଫୁଟ ଗଭୀର ଜଳରାଶିରେ ବୋଟ ଯୋଗେ ଯିବାକୁ ପଡେ ଏବଂ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ପ୍ରାୟ ଅଧଘଣ୍ଟା ସମୟ ଲାଗେ । ବାଦୁଡି ଦ୍ବୀପ ମଧ୍ୟରେ ରହିଛି ଘଞ୍ଚ ଜଙ୍ଗଲ । ଏଠାରେ ଇଣ୍ଡିଆନ ଫ୍ଲାଇଂ ଫକ୍ସ ପ୍ରଜାତିର ବିରଳ ବଦୁଡି ରହୁଛନ୍ତି । ଏମାନେ ଶାକାହାରୀ ଅଟନ୍ତି । ପ୍ରାୟ ୫୦ ବର୍ଷରୁ ଅଧିକ ବର୍ଷ ଧରି ଦ୍ବୀପ ମଧ୍ୟରେ ବାଦୁଡିମାନେ ରହୁଥିବା କୁହାଯାଉଛି । ଦିନବେଳେ ଘଞ୍ଚ ଅରଣ୍ୟର ଡେଙ୍ଗା ଡେଙ୍ଗା ଗଛରେ ଏହି ବାଦୁଡିମାନେ ଆରାମ କରୁଥିବା ଦେଖିବାକୁ ମିଳନ୍ତି । ଏମାନଙ୍କ କାକଳି ଦ୍ବୀପ ମଧ୍ୟରେ ଏକ ନିଆରା ଓ ମଧୁର ପରିବେଶ ସୃଷ୍ଟି କରିଥାଏ ।

ତେବେ କାହିଁକି ଏଠାରେ ଏତେ ସଂଖ୍ୟାରେ ବାଦୁଡି ରୁହନ୍ତି ତାହା ଏକ ବଡ଼ ରହସ୍ୟ ।ସ୍ଥାନୀୟ ମତ୍ସ୍ୟଜୀବୀଙ୍କ କହିବା ଅନୁଯାୟୀ, ବାଦୁଡି ଦ୍ବୀପଟି ଏକ ଦେବଂଶୀ ସ୍ଥାନ । କୌଣସି ଦୈବୀ ଶକ୍ତି ସ୍ଥାନଟିର ସୁରକ୍ଷା କରୁଛନ୍ତି । ସେଥିପାଇଁ ଦ୍ବୀପରେ ହଜାର ହଜାର ବାଦୁଡି ନିର୍ଭୟରେ ରହୁଛନ୍ତି । ଅନ୍ୟପଟେ ପ୍ରାଣୀ ବିଶେଷଜ୍ଞଙ୍କ କହିବା ମୁତାବକ, ଏଠିକାର ନିରୋଳା ପରିବେଶ ସାଙ୍ଗକୁ ଶୀତଳ ପ୍ରାକୃତିକ ଜଳବାୟୁ ଓ ଦ୍ବୀପଟି ଶିକାରୀଙ୍କ ଠାରୁ ଅପହଞ୍ଚ ହୋଇଥିବାରୁ ଏଠାରେ ଏହି ବାଦୁଡି ରହୁଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ରାଜ୍ୟ ସରକାର ଏହି ବାଦୁଡି ଦ୍ବୀପକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ପରିଚୟ ଦେବାକୁ ଚେଷ୍ଟା କରୁଛନ୍ତି । ଏହି ରହସ୍ୟମୟ ଦ୍ବୀପର ବିକାଶ କରାଯାଇ ବିପୁଳ ମାତ୍ରାରେ ପର୍ଯ୍ୟଟକଙ୍କୁ କିପରି ଆକର୍ଷିତ କରିବାକୁ ଲକ୍ଷ୍ୟ ରହିଛି । ବର୍ତ୍ତମାନ କେବଳ ଡେବ୍ରିଗଡ ନେଚର କ୍ୟାମ୍ପରେ ରହୁଥିବା ପର୍ଯ୍ୟଟକଙ୍କ ପାଇଁ ତାଙ୍କ ଟୁର୍ ପ୍ୟାକେଜରେ ଏହି ଦ୍ବୀପ ଭ୍ରମଣର ସୁଯୋଗ ଦିଆଯାଉଛି। ଏଥିପାଇଁ ଦ୍ବୀପଟିରେ ପର୍ଯ୍ୟଟକଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ।

ଏଥିସହ ବାଦୁଡିଙ୍କ ସୁରକ୍ଷା ଲାଗି କିଛି ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଏଠାରେ ଜଗୁଆଳୀ ଭାବେ ରଖାଯାଇଛି । ମତ୍ସ୍ୟଜୀବୀମାନେ ଆଗକୁ ପର୍ଯ୍ୟଟକଙ୍କ ପାଇଁ ଇକୋ ଗାଇଡ଼ ଭାବେ କାର୍ଯ୍ୟ କରିବେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।ଏହି ରହସ୍ୟମୟ ଦ୍ବୀପ ବିଷୟରେ ବହୁତ କମ୍ ସ୍ଥାନୀୟ ଲୋକ ଜାଣିଛନ୍ତି । ତେଣୁ ଏହି ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହାଦ୍ବାରା ଦ୍ବୀପଟିକୁ ବହୁ ପର୍ଯ୍ୟଟକ ଆକର୍ଷିତ ହେବେ ବୋଲି ଆଶା କରାଯାଉଛି ।

Related Post

ମଞ୍ଜୁଦେବୀ ହତ୍ୟା ମାମଲାରେ ଆଦିବାସୀ ଯୁବକଙ୍କୁ ଦୋଷାରୋପ ପ୍ରତିବାଦରେ ବଙ୍ଗୋମୁଣ୍ଡା ଥାନା ଘେରାଉ

Posted by - October 26, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ର ଲୁଗା ବ୍ୟବସାୟୀ ବିନୋଦ ଜୈନଙ୍କ ସ୍ତ୍ରୀ ମଞ୍ଜୁଦେବୀ ଜୈନ ଙ୍କୁ ହତ୍ୟାକରାଯାଇଥିଲା ।ଏହି ହତ୍ୟା ଘଟଣାରେ ନୀରିହ ଆଦିବାସୀ…

ହୃଦୟକୁ ଘୋଟାଲା ହେବାକୁ ଦିଅ ନାହିଁ,ଭାଲେଣ୍ଟାଇନ୍ସ ଡେ ଠକେଇ ପାଇଁ ସାବଧାନ

Posted by - February 4, 2021 0
ଭୁବନେଶ୍ୱର: ପାଖେଇ ଆସୁଛି ଭାଲେଣ୍ଟାଇନ ଡେ। ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିବାକୁ ଯୁବ ପୀଢିମାନେ କେତେ କଣ ଯେ ଚିନ୍ତା କରିଥିବେ ତାହାକୁ ହୁଏତ ଆପଣ…

ବନ ବିଭାଗ କୁ ଚାଲେଞ୍ଜ କରି ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

Posted by - August 4, 2021 0
ବୌଦ୍ଧ (ଚିତ୍ତରଂଜନସିଂ)ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ରତାଖଣ୍ଡି କଙ୍କାଳି ସଂରକ୍ଷିତ ଜଙ୍ଗଲ ବନ ସୁରକ୍ଷା ସମିତି ଗଠନ କୁ କେନ୍ଦ୍ର କରି ବନ ବିଭାଗ ଓ ରତାଖଣ୍ଡି ଗ୍ରାମବାସୀଙ୍କ…

ଚିକିତ୍ସା ଅବହେଳାରୁ ମାତୃଗର୍ଭରେ ଶିଶୁମୃତ୍ୟୁକୁ ନେଇ ଉତ୍ତେଜନା

Posted by - February 2, 2020 353
ମୟୂରଭଞ୍ଜ:୦୧.୦୨(ସୀତାରାମ ଦୀକ୍ଷିତ)ମୃତ୍ୟୁ ସୁନିଶ୍ଚିତ ଏହାକୁ କେହି ଟାଳି ପାରିବେ ନାହିଁ। କିନ୍ତୁ ଉଚିତ ସମୟରେ ଡାକ୍ତରୀ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଥିଲେ ହୁଏତ ଜୀବନ ବଞ୍ଚାଇବା…