Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା

135 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଯୋଗଦେଇ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ  ବୌଦ୍ଧ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା, ବୌଦ୍ଧ ପଞ୍ଚାୟତ ସମିତି ଅଧକ୍ଷ ପ୍ରତ୍ୟୁଷ ପ୍ରିୟ ଦର୍ଶୀ ରଥ, ହରଭଙ୍ଗା ପଞ୍ଚାୟତ ସମିତି ଅଧକ୍ଷା ସ୍ନେହଲତା ପ୍ରଧାନ, ଏବଂ ଭୈରବୀ ମହୋତ୍ସବ କମିଟି ସଭାପତି  ଅଶୋକ କୁମାର ଅଗ୍ରୱାଲ ମଞ୍ଚସିନ ଥିବା ବେଳେ ସମସ୍ତ ଅତିବୃନ୍ଦ ମାଁ ଭୈରବୀ ଙ୍କ ଗାଥା କୁ ବର୍ଣନା କରିଥିଲେ l

ଉକ୍ତ ଦ୍ୱିତୀୟ ସନ୍ଧ୍ୟା ର ସଭା କାର୍ଯ୍ୟ ପରିଚାଳନା ରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର  ପୂର୍ବତନ ଅଧକ୍ଷ ମନୋଜ କୁମାର ପାଠୀ ଓ ରମେଶ ଚନ୍ଦ୍ର ତାରିଣୀଆ ପରିଚାଳନା କରିଥିବେଳେ ଇଂରାଜୀ ଅଧ୍ୟାପକ ଡ. ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ପ୍ରଥମେ ଆଞ୍ଚଳିକ କଳାକାର ଙ୍କ ଦ୍ୱାରା କୃଷ୍ଣଗୁରୁ, ଦଣ୍ଡ ନୃତ୍ୟ ସହ କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ୱାରା ନୃତ୍ୟଗୀତ ପରିବେଶଣ ହୋଇଥିଲା l

ପରେ ମଞ୍ଚରେ ସମ୍ବଲପୁର ରୁ ଆସିଥିବା ନୃତ୍ୟ କଳାକାର ଙ୍କ ଦ୍ୱାରା ନୃତ୍ୟଗୀତ, ସିନେ ଟେଲି ତାରକା ଶୋଭା ରାଉତ ସଙ୍ଗୀତ କାର୍ଯ୍ୟକ୍ରମ, ଡ୍ୟାନ୍ସ ଗ୍ରୁପ କଟକ ଙ୍କ ଦ୍ୱରା ରଙ୍ଗରଙ୍ଗ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦର୍ଶକ ଙ୍କ ମିନାବଜାର, ପଲ୍ଲୀଶ୍ରୀ ମେଳେ, ଯାତ୍ରା ଅପେରା, ଏବଂ ବିଭିନ୍ନ ସୁସ୍ୱାଦ୍ୟ ଖାଦ୍ୟ ଷ୍ଟଲ ଗୁଡିକ ରେ ବେଶ ଭିଡ଼ ପରିଲକ୍ଷିତ ଦେଖିବାକୁ ମିଳିଥିଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବା ବେଳେ କାର୍ଯ୍ୟକ୍ରମ ମହୋତ୍ସବ କମିଟିର ଆବାହକ ଶ୍ରୀ ସୁକାନ୍ତ ପଟ୍ଟନାୟକ ଙ୍କ ସମେତ, ବିଭୁଦତ୍ତ ବୋଷ, , ସତୀଶ ବେହେରା, ସଜନ ଅଗ୍ରୱାଲା, ପ୍ରଶାନ୍ତ ସେଠି,କୈଳାସ ଅଗ୍ରୱାଲା, ସୁକାନ୍ତ ଦାସ, ମନୋଜ କୁମାର ସାହୁ, ମନୋଜ ପାଢି,ଶୁଭଜିତ୍ ପ୍ରଧାନ, ସୁବାସ କୁମାର ପ୍ରଧାନ, ପୁରନ୍ଦର ଠେଲା, ଅମୂଲ୍ୟ ମିଶ୍ର, ବିଜୟ କହ୍ନର, ସତ୍ୟ ନାୟକ, ଭାଗବତ ମେହେର,ପ୍ରମୁଖ କମିଟି ଅନନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Related Post

ଖୁଦ୍ର ଚଳଚ୍ଚିତ୍ର ” ସମ୍ପର୍କର ବୋଝ ”ର ଶୁଭ ମହୁରତ

Posted by - September 26, 2020 0
ଯାଜପୁର:ନରସିଂହପୁର ସ୍ଥିତ ଧନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଖୁଦ୍ର ଚଳଚ୍ଚିତ୍ର ” ସମ୍ପର୍କର ବୋଝ ”ର ଶୁଭ ମହୁରତ ହୋଇଯାଇଅଛି .ଏହି ଚଳଚ୍ଚିତ୍ର ମାଧ୍ୟମରେ ସମାଜ କୁ ବାର୍ତା…

ପଶ୍ଚିମବଙ୍ଗ କାଳିଆଗଞ୍ଜ ର ନାଟ୍ୟଚକ୍ର କଳାକାରଙ୍କ କମାଲ

Posted by - December 26, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣି ନାଟ୍ୟ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସୁଦୁର ପଶ୍ଚିମ ବଙ୍ଗ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାର କାଲିଆଗଞ୍ଜ…

ରଘୁନାଥପୁର ଗ୍ରାମରେ ଦୋଳ ମହୋତ୍ସବ ପାଳିତ

Posted by - March 21, 2022 0
ଭୁବନେଶ୍ୱର:(ପାୟଲ ରାଉତ)ଭୁବନେଶ୍ବର ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ଗତ ତିନି ଦିନ ହେବ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ରେ ଯାତ୍ରା ଖିଲାଡି ପାର୍ବତୀ ଗଣନାଟ୍ୟ…

ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ 

Posted by - August 19, 2021 0
ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଓଡିଆ ସହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବାସ ଏବଂ ସ୍ୱାଧିନତା ଦିବସ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । କୋଭିଡ କଟକଣା ଯୋଗୁଁ ସ୍ୱାଧିନତା ଦିବସ ଦିନ ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇନଥିଲା । ଉତ୍ସବରେ ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଳ୍ଲିକ,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରପିଂପ୍ରଦାନ କରିଥିଲେ । ଏଥିସହିତ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଥିବା ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।