ଧର୍ମଗଡ:ଭାରତୀୟ ସମ୍ବିଧାନରେ ମୁଖବନ୍ଧରେ ଏଦେଶର ପ୍ରତିଟି ନାଗରିକକୁ ସାମାଜିକ ଆର୍ଥିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ପାଇଁ ଉଲ୍ଲେଖ ରହିଛି।ସ୍ବାଧୀନତା ର୭୫ବର୍ଷ ପରେ ମଧ୍ୟ ଦେଶ ର ଓବିସି,ଏସ ସି,ଏସ ଟି , ୮୫%ପ୍ରତିଶତ ଲୋକ ଆଜି ବି ନିଜ ହକ ଅଧିକାର ପାଇବାରେ ବଞ୍ଚିତ ହେଇଛନ୍ତି।ଯାହାରି ଫଳରେ ସାମାଜିକ ଅର୍ଥନୈତିକ ରାଜନୈତିକ କ୍ଷେତ୍ରରେ ଆଜି ବି ଅବହେଳିତ ଭାବେ ଜୀବନ ଯାପନ କରୁଛନ୍ତି
କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ମୂଳ ନିବାସୀ ଙ୍କୁ ଜାଣିଶୁଣି ବେମାତୃ ଭାବ ନେଇ ଜାଣିଶୁଣି ଅବହେଳା ପଦର୍ଶନ କରି ଆସୁଛନ୍ତି ବୋଲି ଆଜି ଧର୍ମଗଡ ଠାରେ ଓବିସି,ଏସଟି,ଏସସି ମିଳିତ ମହାମଞ୍ଚ ର ପଥ ପ୍ରାନ୍ତ ସଭା ମାନଙ୍କରେ ବିଭିନ୍ନ ଜାତି ଓ ସମ୍ପ୍ରଦାୟର ନେତାମାନେ ମତ ଦେଇଛନ୍ତି।
ମଟର ସାଇକେଲ ରେଲି ମାଧ୍ୟମରେ ସମ୍ବିଧାନ ଅଧିକାର ଯାତ୍ରା କରାଯାଇ ଲୋକ ଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ବୋଲି ମଧ୍ୟ ଏହି ନେତା କହିଛନ୍ତି।
ସଂଘ ର ଆବାହକ ଡମ୍ବରୁ ଧର ଲହଜଳ ଙ୍କ ନେତୃତ୍ରେ ଧର୍ମଗଡ ଠାରେ ଥିବା ଡ଼ଃ ଆମ୍ବେଦକର ପ୍ରତିମୂର୍ତ୍ତିରେ ଫୁଲମାଲ୍ୟ ଅର୍ପଣ କରି ଶୁଭ ଆରମ୍ଭ ହୋଇଥିଲା।ସେଡୁଲ କାଷ୍ଟ ଫେଡରେସନ ସଭାପତି ବିରଞ୍ଚି ନାରାୟଣ ଜାଲ , ବରିଷ୍ଠ ଆଇନ ଜୀବୀ ଦିଗାମ୍ବର ଦୁରିଆ ,ଦୟା ମାଝୀ,ଗୋବର୍ଦ୍ଧନ ଶବର,ସୁଧୀର ଗୋପାଳ,ରତନ ନାଏକ, ,ଚିତ୍ର ଗୋପାଲ, ଡାକେ ଲହଜଲ୍,ଲବଣି ରାଉତ, ଢଗ ମାଳିଆ ନାଏକ,କ୍ଷେତ୍ର ମୋହନ ସତ ନାମୀ, ରାମଦାସ ମେହେର, ଆଦିତ୍ୟ ହଂସ୍,ଖଗପତି ନାଏକ ,ମାଧବ ଠାକୁର,ଚକ୍ର ଧର ବେନୁପାଣି, କରୁଣା ହଂସ , ଜିବସଙ୍କର୍ ନାଏକ ,ଅଜୟ ପୁଝାରୀ ,ଜଗମୋହନ ଚଣ୍ଡୀ,ଗୌଲୋଚନ୍ ଗୋପାଳ ଗଜାନନ ସୁନାନୀ ଙ୍କ ସମେତ ବହୁ କାର୍ଯ୍ୟ କର୍ତା ସାମିଲ ହୋଇଛନ୍ତି।