ରାମୁନିଗୁଡା:(ରମାକାନ୍ତ ପୋଢାଳ)ୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ପରିସରରେ ବରିଷ୍ଠ ନାଗରିକ ସମାବେଶ ଓ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁନିଗୁଡା ଆଇଆଇସି ଶ୍ରୀମତୀ ସୁଜ୍ଞାନୀ ସାହୁଙ୍କ ସଭାପତିତ୍ୱ ଓ ମୁନିଗୁଡା ପୋଲିସ ଆୟୋଜିତ ଏବଂ କୃଷି ବିଭାଗ ବୈଷୟିକ ପରିଚାଳକଙ୍କ ମନ୍ତ୍ରମୁଗ୍ଧ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ବିଷମକଟକ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଆକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ,ସମ୍ମାନିତ ଅତିଥିଭାବେ ଅମ୍ବାଦଳା ଆଇଆଇସି କମଳାକାନ୍ତ କଅଁର, ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ବ୍ରହ୍ମାନନ୍ଦ ଆଚାରୀ,ରାଧାମୋହନ ଦଳପତି ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ସର୍ବପ୍ରଥମେ ମୁନିଗୁଡା ପୋଲିସ ଏଲ.ଡି.ଜେନାଙ୍କ ସୁଲଳିତ କଣ୍ଠରେ ଶ୍ରୀଜଗନ୍ନାଥ ଜଣାଣ,ସାହିତ୍ୟିକ ଉତ୍ତମ ଦାସଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତର ମୂର୍ଚ୍ଛନା ସହିତ ମୁନିଗୁଡା ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ଓ ବରିଷ୍ଠ ନାଗରିକ ମାନଙ୍କୁ ଉଦ୍ଧେଶ୍ୟରେ ସ୍ୱାଗତ ସଙ୍ଗୀତ ପରିବେଷଣ ମଂଚକୁ କିଛି ମୁହୂର୍ତ୍ତ ବିଭୂମୟ କରିଦେଇଥିଲା।
ପରେ ମୁନିଗୁଡା ଆଇଆଇସି ସୁଜ୍ଞାନୀ ସାହୁ ସଭାପତିତ୍ୱ ଅଭିଭାଷଣ କ୍ରମରେ ଆଜି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ,ଏହା ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ସହଯୋଗ ସମ୍ବନ୍ଧରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଆଚାରୀ ଓ ଦଳପତି ମୁନିଗୁଡା ପୋଲିସର ବରିଷ୍ଠ ନାଗରିକ ମାନଙ୍କ ପ୍ରତି ଥିବା ଶ୍ରଦ୍ଧା, ଭଲପାଇବାର ଭୁୟସୀ ପ୍ରସଂଶା କରିବା ସହିତ ସେମାନଙ୍କ ପାଇଁ ଏକ ପାଠାଗାର ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ।ବରିଷ୍ଠ ନାଗରିକ ମାନଙ୍କ ଏହି କାର୍ଯ୍ୟକ୍ରମରେ ମୁନିଗୁଡା ପ୍ରେସକ୍ଲବର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ସହ ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ ବରିଷ୍ଠ ନାଗରିକମାନେ ଅନେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ଓ ଅପାମାନିତ ଅନୁଭବ କରୁଥିବା ବେଳେ ମୁନିଗୁଡା ପୋଲିସର ଏହି ଅଭିନବ ପ୍ରୟାସ ସେମାନଙ୍କ ଜୀବନରେ ନିଶ୍ଚୟ ଶାନ୍ତି ଆଣିପାରିବ ବୋଲି କହିଥିଲେ।ଏଥିସହ ଅନେକ କ୍ଷେତ୍ରରେ ସେମାନଙ୍କ ପ୍ରତି ହେଉଥିବା ପାରିବାରିକ ହିଂସାକୁ ଅନେକାଂଶରେ ଏହା ପ୍ରଶମିତ କରିବା ବୋଲି କହିଥିଲେ।ମୁନିଗୁଡା ସମ୍ବାଦ ସାହିତ୍ୟ ଘରର ସଭାପତି ବର୍ଷିୟାନ ସାହିତ୍ୟିକ,ବୁଦ୍ଧିଜୀବୀ ସୁଧାକର ପାତ୍ର ମହୋଦୟ ଗଳ୍ପ ମାଧ୍ୟମରେ ବୟସ୍କ ମାନଙ୍କ ପ୍ରଜ୍ଞା,ଭୂମିକା ଓ ଅନୁଭୁତିର ଉଦାହରଣ ଦେଇଥିଲେ।
ଶେଷରେ ମୁଖ୍ୟ ଅତିଥି ଏସ୍ଡିପିଓ ଶ୍ରୀଯୁକ୍ତ ସାହୁ ବୟସ୍କ ନାଗରିକ ମାନଙ୍କ ପାଇଁ ମୁନିଗୁଡା ପୋଲିସ ସଦା ସର୍ବଦା ସେମାନଙ୍କ ସହିତ ଅଛି।ପ୍ରତି ମୁହୂର୍ତ୍ତରେ ସେମାନଙ୍କ ଅସମୟରେ ପହଂଚିବା ସହିତ ସାହାରର ସ୍ୱରୂପ ସାଜିବାକୁ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ।କୌଣସିବି ପରିସ୍ଥିତିରେ ବରିଷ୍ଠ ନାଗରିକମାନେ ନିଜକୁ ଏକୁଟିଆ ନଭାବି ପୋଲିସର ସହଯୋଗକୁ ଆପଣାନ୍ତୁ।ପ୍ରତ୍ୟକ ବରିଷ୍ଠ ନାଗରିକ ଆମ ପ୍ରେରଣାର ଉତ୍ସ।ସେମାନଙ୍କ ଅନୁଭୂତି ସମାଜ ଓ ପରିବାର ଗଠନରେ ମୁଖ୍ୟ ଭୂମିକା ନେଇଥାଏ।ଏଣୁ ପାରିବାରିକ ହିଂସା ହେଉ ଅବା ଯେକୌଣସି ବିକଳ୍ପ ପରିସ୍ଥିତିରେ ସାହାଯ୍ୟ ପାଇଁ ପୋଲିସ ପ୍ରସ୍ତୁତ ଅଛି।
ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆଇନରେ ଥିବା ବ୍ୟବସ୍ଥା ବିଷୟରେ ସେମାନଙ୍କୁ ସୂଚିତ କରି ସେମାନଙ୍କ ମନରେ ଆଶ୍ବାସନା ଭରିଥିଲେ ଶ୍ରୀଯୁକ୍ତ ସାହୁ।ଶେଷରେ ମୁନିଗୁଡା ଏସ ଆଇ ମନୋରଞ୍ଜନ ବିଶ୍ବାଳ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବିଶେଷକରି ସମସ୍ତ ବୟସ୍କ ନାଗରିକ ଏବଂ ପରିଚୟ ପତ୍ର ପ୍ରସ୍ତୁତିରେ ସହାୟକ ଗଣେଶ୍ବର ରାଓ,ଗଣେଶ ପାତ୍ରଙ୍କ ଭୂମିକାକୁ ଧନ୍ୟବାଦ ଜଣାଇଥିଲେ। ପରିଚାଳନାରେ ମୁନିଗୁଡା ପୋଲିସ ସେକେଣ୍ଡ ଅଫିସର ନରସିଂହ ବେହେରାଙ୍କ ସହ ସମସ୍ତ ପୋଲିସ ବାହିନୀଏବଂ ମୁନିଗୁଡା ଗଣମାଧ୍ୟମ ପ୍ରତିନିଧି ସୀମାଞ୍ଚଳ ପଣ୍ଡା,କ୍ଷମାଶାଗର ଦାସ,ନରେଶ ପାତ୍ର,ଲାଡି ଶଙ୍କର,ବାପି ସାହୁକାର,ଉମାକାନ୍ତ ନେମାଲପୁରୀ,ଅଜିତ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ।