କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

26 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ ବୈଠକ ସଂସ୍ଥା ର ଉପ ସଭାପତି ରାମ କୁମାର ଜୈନ ଙ୍କ ଅଧ୍ୟକ୍ଷତାରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି।ସଭା ପ୍ରାରମ୍ଭ ରେ ସହ ସମ୍ପାଦକ ସୁନୀଲ କୁମାର ବେହେରା ପୂର୍ବ ବିବରଣୀ ପାଠ କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ଜଗମୋହନ ପଟ୍ଟନାୟକ ୨୦୨୧ – ୨୨ ର ବାର୍ଷିକ ବିବରଣୀ ପାଠ କରିଥିଲେ।

ଏ ଅବସରରେ ଏକ ସାର ଗର୍ଭକ ଅଭିଭାଷଣ ମାଧ୍ୟମରେ କ୍ରୀଡାବିତ୍ ମାନଙ୍କ ପାଇଁ କୌଣସି ବୟସ ସୀମା ନାହିଁ, ଆଶୀର୍ବାଦ ବେହେରା ଙ୍କ ଉଦାହରଣ ଦେଇ ଉପସ୍ଥିତ ସଭ୍ଯ ମାନଙ୍କୁ କହିବା ସହ ଭାତୃ ଭାବ ନେଇ ଚାଲିବାକୁ ଆହ୍ଵାନ ଦେଇଥିଲେ।ଆଗାମୀ ଦିନରେ ଜିଲ୍ଲା କ୍ରୀଡା ସଂସ୍ଥା ଜିଲ୍ଲାର କ୍ରୀଡାର ବିକାଶ ପାଇଁ ସବୁ ପ୍ରକାର ଉଦ୍ୟମ କରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସଭାପତି ଶ୍ରୀ ଜୈନ କ୍ରୀଡାବିତ୍ ମାନେ ହେଉଛନ୍ତି ଏକ ପରିବାର ର ସଦସ୍ୟ, ଭାତୃଭାବ ମନୋଭାବ ପୋଷଣ କରି ଜିଲ୍ଲା ର ଗୌରବ କୁ ବହୁଗୁଣିତ କରିବାକୁ ଆହ୍ଵାନ ଦେଇଥିଲେ।

ଯୁଗ୍ମ ସମ୍ପାଦକ କାଳୀ ପ୍ରସାଦ ପଟ୍ଟନାୟକ ଅତି ସୁନ୍ଦର ଓ ପ୍ରାଞ୍ଜଳ ଭାବେ ଆୟ ବ୍ୟୟ ଓ ଆଗାମୀ ବର୍ଷର ବଜେଟ ଉପସ୍ଥାପନ କରିଥିଲେ ଉପସ୍ଥିତ ସଦସ୍ୟ ମାନେ କରତାଳି ମାଧ୍ୟମରେ ଏହାକୁ ସମର୍ଥନ କରିଥିଲେ। ବରିଷ୍ଠ ସଦସ୍ୟ ଭିକାରୀ ଚରଣ ମିଶ୍ର ଔପଚାରୀକ ଧନ୍ଯବାଦ ଅର୍ପଣ ମାଧ୍ୟମରେ କୌତୁକପୂର୍ଣ୍ଣ ଧନ୍ୟବାଦ କରିଥିଲେ। ଏହି ସାଧାରଣ ବୈଠକ ରେ କାର୍ଯ୍ୟ ନିର୍ବାହୀ ସଭ୍ଯ ଅର୍ଜୁନ ପଟ୍ଟନାୟକ ମଞ୍ଚାସୀନ ଥିବାବେଳେ ଜିଲ୍ଲାର ସମସ୍ତ ବ୍ଲକ୍ ଯୁବକ ସଂଘ ର କର୍ମକର୍ତ୍ତା ଓ କ୍ରୀଡ଼ା ସଂସ୍ଥା ର କର୍ମକର୍ତ୍ତା ଯୋଗ ଦେଇଥିଲେ।

Related Post

ଯାଜପୁର ସଂସ୍କୃତି ଭବନ ପରିସରରେ ଏକ ରକ୍ତଦାତା ସମ୍ମିଳନୀ ଅନୁଷ୍ଠିତ

Posted by - September 11, 2019 0
ଯାଜପୁର ସଂସ୍କୃତି ଭବନ ପରିସରରେ ଏକ ରକ୍ତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା…

୧୨ ତମ ଓ ୪ର୍ଥ ଶିଶୁ ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଯୁଯୋମୁରାର ୩ ପ୍ରତିଯୋଗୀ

Posted by - May 22, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ଆସନ୍ତା କାଲି ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜମେନ୍ଦ୍ରି ଠାରେ ଅନୁଷ୍ଠିତ ହେବାକୁ ଥିବା ୧୨ ତମ ଓ ୪ର୍ଥ ଶିଶୁ…

କେବିକେ ଯୁଗ୍ମ ପ୍ରଶାସକଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ

Posted by - July 6, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) କେବିକେ ଯୁଗ୍ମ ପ୍ରଶାସକ ନୃପରାଜ ସାହୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା…

ଆମ ପୋଲିସ ସମତି ତଥା ପୋଲିସ ପବ୍ଳିକ ବନ୍ଧୁ ମିଳନ ବୈଠକ

Posted by - June 4, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ଅଗ୍ନି ପୁର ଗ୍ରାମ ପଞ୍ଚାୟତ ର ମିଟିଂ ହଲ୍ ଟାରେ ଆମ ପୋଲିସ ସମତି ତଥା ପୋଲିସ…

କରୋନା ସମୟରେ ବିଦ୍ୟୁତ ଦେୟ ଛାଡ଼କରିବାକୁ ଦାବି ପତ୍ର

Posted by - June 30, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କରୋନା ସମୟରେ ବିଦ୍ୟୁତ ଦେୟ ଛାଡ଼କରିବାକୁ ଦାବି ପତ୍ର lଆଜି ତା ୨୯ ରିଖ ବରୀ ଅଞ୍ଚଳର ସାମାଜିକ ସଂଗଠନ ସମୂହ ତରଫରୁ ମହାମାରୀ…