ସମ୍ବଲପୁର :୨୦/୧୧ (ରମାକାନ୍ତ ବିଶ୍ବାଳ)ଏକ ଆଦିବାସୀ ପରିବାର ର ସମସ୍ତ ଜମିକୁ ଜମିଦାଲାଲ ମାନେ ସେମାନଙ୍କ ଅଜାଣତରେ ଚଞ୍ଚକତା କରି ବିକ୍ରି କରି ଦେଇଥିବା ବେଳେ ବିଗତ ଦଶ ବର୍ଷ ହେଲା ଏହି ଗରିବ ଆଦିବାସୀ ପରିବାର ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇ ବିଭିନ୍ନ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଅତିଷ୍ଟ ହୋଇ ଏହି ଆଦିବାସୀ ପରିବାର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି l
ଏମିତି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ପଥରଗଡା ଗ୍ରାମରେ ଏହି ଗ୍ରାମର ବୁଧୁ ମୁଣ୍ଡା ଓ ତାଙ୍କର ପତ୍ନୀ ସାନିଆର ମୁଣ୍ଡାଙ୍କ ନାଁରେ ୩ଟି ଜମିପଟା ଥିବା ବେଳେ ଏହି ସବୁ ଜମିକୁ ଏହି ଆଦିବାସୀ ପରିବାର ଅଜାଣତରେ ଜମି ଦଲାଲ ମାନେ ରାଜସ୍ବ ବିଭାଗର କେତେକ ଦୁର୍ନୀତି ଗ୍ରସ୍ତ ଅସାଧୁ କର୍ମଚାରୀ ସହାୟତାରେ ଚଞ୍ଚକତା କରି ବିକ୍ରି କରିଦେଇ ଥିବାର ଅଭିଯୋଗ ହୋଇଛି l ମୋଟ ୮ ଏକର ୬୪ ଡିସମିଳ ଜମିକୁ ଜମି ଦଲାଲ ମାନେ ଲଳିତ ମୋହନ କାଲୋ ନାମକ ଜଣେ ବ୍ୟକ୍ତି ଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି l
ପରବର୍ତ୍ତୀ ସମୟରେ ସେହି ସବୁ ଜମି ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ବିକ୍ରି ହୋଇଥିବା ସୂଚନା ମିଳିଛି l 2010 ରୁ ଏହି ସବୁ ଜମି ବିକ୍ରି ହୋଇଯାଇଥିବା ବେଳେ ଏହି ଆଦିବାସୀ ପାରିବାର ସେହି ଦିନ ଠାରୁ ଆଇନଗତ ଲଢେ଼ଇ ଲଡ଼ି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ l ତେଣୁ ଏହି ପରିବାର ଆଜି ସମ୍ବଲପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଆସି ଲିଖିତ ଭାବରେ ନ୍ୟାୟ ଭିକ୍ଷା କରିଛନ୍ତି l ଏହାସହ ଚେତାବନୀ ଦେଇଛନ୍ତି ଯେ ନ୍ୟାୟ ନ ମିଳିଲେ ସପରିବାର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ l