ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା

124 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବିଭିନ୍ନ ଦାବି ନେଇ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS ),,ହରଭଙ୍ଗା ବ୍ଲକ,,03ଦଫା ସମ୍ବଳିତ ଦାବିପତ୍ର ଏକ ବିଶାଳ ଶୋଭାଯାତ୍ରା ରେ ଚାରିଛକ ଶିବମନ୍ଦିର ଠାରୁ ବି ଇ ଓ ଅଫିସ  କୁ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଗଣଶିକ୍ଷାମନ୍ତ୍ରୀ,ସଚିବ 5T ଙ୍କ ଉଦ୍ଦେଶ୍ୟରେ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି! ଦାବିଗୁଡିକ ହେଲା,, 1:-ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି (2001)ଠାରୁ ସ୍ବେଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଜୁନିୟର ଟିଚର କଣ୍ଟାକ୍ଟ ଚୁଆଲ ଭାବେ ବିଭିନ୍ନ ନାମରେ ନିୟୋଜନ ହୋଇଥିବା ଶିକ୍ଷକ ଙ୍କ ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରୀ ରେ ଗଣନା ସହ ୬  ଟି ଇଁକରିମେଣ୍ଟ  ପ୍ରଦାନ କରାଯିବା,..
2:-ଜାତୀୟ ପେନସନ ଯୋଜନା କୁ ଉଛେଦ କରି ପୁରୁଣା ପେନସନ ଲାଗୁ କରାଯିବା ଓ . 3:- ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯିବା ଆଦି
ଉପରୋକ୍ତ ସମସ୍ତ ଦାବିନେଇ ପ୍ରାୟ ସାହସ୍ରାଧିକ ଶିକ୍ଷକ ଶିକ୍ଷୟତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରାଥମିକ ଶିକ୍ଷକ (NPS ) ସଂଘ ର ବ୍ଲକ ସଭାପତି ରଜତ କୁମାର ନାଏକଙ୍କ ଅଧ୍ୟକ୍ଷତା ରେ ଏକ ପ୍ରତିବାଦ ସଭା ହୋଇଥିଲା.. ଉକ୍ତ ସଭା ରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ NPS ,ଉପ -ସଭାପତି ଶମ୍ଭୁ ଗିରି, ପ୍ରାଥମିକ ଶିକ୍ଷକ ଜ଼ିଲ୍ଲାସଂଘ ଉପଦେଷ୍ଟା ବିରଞ୍ଚି ପ୍ରଧାନ, ମିଳିତ ଶିକ୍ଷକ ସଂଘ…କୁମୁଦ ଚନ୍ଦ୍ର ପ୍ରଧାନ ସଭାପତି ମିଳିତ ଶିକ୍ଷକ ସଂଘ,ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ( NPS )ସମ୍ପାଦକ ମହେଶ ସେଠୀ ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ ପ୍ରକିୟା ରେ NPS ଶିକ୍ଷକ ଙ୍କୁ ସାମିଲ କରା ନ ଗଲେ ରାଜ ରାସ୍ତା କୁ ଓଲ୍ହାଇବା ସହ ସରକାରୀ କଳକୁ ସମ୍ପୂର୍ଣ ଅଚଳ କରାଯିବ ବୋଲି ମତ ପ୍ରକାଶ କରିଥିଲେ l

କାର୍ଯ୍ୟକ୍ରମ ରେ ଜ଼ିଲ୍ଲl ସଂଘ କର୍ମକର୍ତ୍ତା ଶ୍ରୀ ମହେଶ ସେଠୀ ଶ୍ରୀ ଶମ୍ଭୁ ଗିରି , ବ୍ଲକ ସଭାପତି ରଜତ କୁମାର ନାଏକ, ବ୍ଲକ ସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାଶ,କାର୍ଯ୍ୟକାରୀ ସଭାପତି ଅଜୟ ମିଶ୍ର,କୋଷାଧ୍ୟକ୍ଷ ପ୍ରସନ୍ନ ଭୋକ୍ତା,ସହ ସମ୍ପାଦକ ଜୟନ୍ତୀ ବେହେରା,,ଉପସଭାପତି ସରୋଜ ସାହୁ, ବିଜୟ ସାହୁ,ନୀଳାଞ୍ଚଳ ବିହାରୀ ମିଶ୍ର,,ବସନ୍ତ ବିଶ୍ୱାଳ ,ପ୍ରସନ୍ନ ପ୍ରଧାନ,ଅଶେଷ ପ୍ରଧାନ,,ରଞ୍ଜନ ସାମଲ ,ବିଭୀଷଣ ସାମଲ , ମିଳିତ ଶିକ୍ଷକ ସଂଘ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ସହସମ୍ପାଦକ ପୌଲସ୍ତି ଭୋକ୍ତା ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ!

Related Post

ବ୍ରାହ୍ମଣୀ ଗାଁ ରେ ହାତୀ ଆତଙ୍କ ଭାଙ୍ଗିଲା ଦୁଇ ଘର , ଫସଲ ନଷ୍ଟ

Posted by - September 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ବ୍ରାହ୍ମଣୀ ଗାଁ ରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗନ୍ଧମାର୍ଦ୍ଦନ ପାହାଡ଼…

ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକଙ୍କ ସ୍ୱାଗତ ସମ୍ବଦ୍ଧନା ସଭା

Posted by - December 22, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ କାଲି ନୂତନ ଭାବେ ଯୋଗଦେଇଥିବା ଏବଂ ଏହି ବିଦ୍ୟାଳୟ ରୁ ସ୍ଥାନସ୍ତରୀତ ହୋଇଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ଉପଲକ୍ଷେ…

ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ

Posted by - February 4, 2020 108
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ପ୍ରଭୁ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ…

କରୋନା ସଚେତନତା ସହ ବାତ୍ୟା ୟାସ ନିମନ୍ତେ ସ୍ୱତନ୍ତ୍ର ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।

Posted by - May 28, 2021 0
ଯାଜପୁର:ମହାମାରୀ କରୋନାର ମହାପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ପ୍ରଳୟଙ୍କରୀ ବାତ୍ୟା “ୟାସ”ର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ କ୍ଷତିଗ୍ରସ୍ତ ପରିବାର ଗୁଡିକୁ ରାସନ ସାମଗ୍ରୀ ସହ…