Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜୋର ଧରିଲା ଧର୍ମଗଡ ଜିଲ୍ଲା ମାନ୍ୟତା ଦାବି, ରାଜ୍ୟ ସରକାରଙ୍କୁ ସାମୂହିତ ଦାବି ପତ୍ର ପ୍ରଦାନ

211 0

ଧର୍ମଗଡ:୧୮/୧୧(ହେମନ୍ତ କୁମାର ମାଝୀ)ଦୀର୍ଘଦିନ ରୁ ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ନେଇ ବିଭିନ୍ନ ସମୟରେ ଦାବି ହେଇ ଆସୁଛି।ଭୌଗଳିକ ଦୃଷ୍ଟିକୋଣରୁ ଧର୍ମଗଡ ଉପଖଣ୍ଡ ଜିଲ୍ଲା ସ୍ଥାପନ ହେବା ଆବଶ୍ୟକ ରହିଥିବା ବେଳେ ସରକାର ଙ୍କ ଉଦାସନତା ଯୋଗୁଁ ବର୍ତ୍ତମାନ ଯାଏ ଅଟକ ରହିଛି।ଯାହା ଅଞ୍ଚଳ ବାସୀ ଙ୍କ ଭିତରେ କ୍ଷୁବ୍ଧ ପ୍ରକାଶ ପାଉଛି।ଏବେ ଜିଲ୍ଲା ମାନ୍ୟତା ନେଇ ବିଭିନ୍ନ ସଂଗଠନ ସାମୁହିକ ଭାବେ ମୁଣ୍ଡ ଟେକି ଥିବା ଜଣାପଡିଛି।ଶୁକ୍ରବାର ଦିନ ଅଞ୍ଚଳ ର ବିଭିନ୍ନ ସାମୁହିକ ସମର୍ଥନ ଜଣାଇ ଉପଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ଦେଇଥିବା ଜଣାପଡିଛି।କଚେରୀ ଛକ ନିକଟରେ ଏକ ପ୍ରତିବାଦ ସଭା କରାଯାଇ ସହର ପରିକ୍ରମା କରାଯାଇଥିଲା।

ଏଥିରେ ସ୍କୁଲ ,କଲେଜ,ଓକିଲ ସଂଘ,ସାମ୍ବାଦିକ ସଂଘ, ସରପଞ୍ଚ ସଂଘ, ଓ ଏସ ଏସ ସଂଘ, ପର୍ଶୁରାମ ସେନା, କୃଷକ ସଂଘ ପ୍ରମୁଖ ସାମିଲ ହୋଇ ସମର୍ଥନ ଜଣାଇଥିଲେ।ଶେଷରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ସରକାର ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ଦିଆଯାଇଥିଲା।ତେବେ ଦାବି ପତ୍ର କୁ ଅତିରିକ୍ତ ଉପଜିଲ୍ଲାପାଳ ଚିନ୍ମୟ କୁମାର ନାଏକ ଗ୍ରହଣ କରିଥିଲେ।ସୂଚନା ଯେ ଧର୍ମଗଡଉପଖଣ୍ଡ ଅଧୀନରେ ୬ଟି ବ୍ଲକ ରହିଥିବା ବେଳେ ୮ଲକ୍ଷ ରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛି।ଅନ୍ୟପଟେ ଧର୍ମଗଡ ଉପଖଣ୍ଡ ଛତିଶଗଡ ରାଜ୍ୟ ସୀମାନ୍ତ ରେ ରହିଥିବା ବେଳେ ଅଞ୍ଚଳ ର ଭୌଗଳିକ ସ୍ଥିତି କୁ ନିରୀକ୍ଷଣ କରାଗଲେ ଜିଲ୍ଲା ମାନ୍ୟତା ପାଇଁ ଯୋଗ୍ୟତା ଥିବା କୁହାଯାଏ।

ଉପଖଣ୍ଡ ରେ ବିଭିନ୍ନ ପ୍ରକାର ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉତ୍ପାଦନ କ୍ଷେତ୍ର ରେ ବେଶ ଅଗ୍ରଣୀ ଲାଭ କରିଛି।ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଅମଳ ବେଳ ରୁ ଧର୍ମଗଡ କୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହେଇ ଆସିଛି।ତେବେ ଜିଲ୍ଲା ସାଂପ୍ରସାରଣ ବେଳକୁ ଧର୍ମଗଡ ପ୍ରତି ଅନ୍ୟାୟ ହୋଇଥିବା ସାମୁହିକ ସଂଘ ଅଭିଯୋଗକରେ।ସୂଚନା ଯେ ଜିଲ୍ଲା ଗଠନ ସ୍ଥିତି କୁ ଅନୁଧ୍ୟାନ କରାଗଲେ ଧର୍ମଗଡ କୁ ଜାଣି ଶୁଣି ଜିଲ୍ଲା ମାନ୍ୟତାରୁ ବାଦ ଦିଆଯାଇଥିଲା। ସାମ୍ବାଦିକ ସଂଘ ବିରଞ୍ଚି ନାରାୟଣ ଜାଲ ଅନୁଶୁମାନ ପାତ୍ର ବୈଦ୍ୟନାଥ ବେହେରା ଇଙ୍ଗିତ କୁମାର ପଣ୍ଡା ହେମନ୍ତ କୁମାର ମାଝୀ ବଣିକ ସଂଘ ତରଫରୁ ବିଦ୍ୟାଧର ସାହୁ ଅରୁଣ ତାୟଳ ଶ୍ରବଣ ଅଗ୍ରୱାଲ ।

ବିକାଶ ମେହେର । ବିଜେପି ପାଟି ତରଫରୁ ସୁଧିର ରଞ୍ଜନ ପାଟଯୋଷୀ ଜନ୍ମେଜୟ ନାଏକ ହିମାଂଶୁ ପଣ୍ଡା ଶିଶୁ ମୁଣ୍ଡ ଡମ୍ବରୁଧର ଠାକୁର ପ୍ରଵିଣ ପଣ୍ଡା କଂଗ୍ରେସ ପାର୍ଟି ତରଫରୁ ତୁଷାର ପାଟଯୋଷୀ ଦିଗମ୍ବର ଦୁରିଆ ସନ୍ତେଷ ପାଢି ଓକିଲ ସଂଘ ତରଫରୁ ଧିରେନ୍ଦ୍ର ପାତ୍ର ଥବୀର ସାହୁ ମନିଦ୍ର ପାତ୍ର ରାଜିନ୍ଦ୍ର ମୁନି ଆମ୍ ଆଦମୀ ପାର୍ଟି ତରଫରୁ ବିଘ୍ନେଶ୍ୱର ପଣ୍ଡା ଓ ସମସ୍ତ ସରପଞ୍ଚ ସମିତି ସଭ୍ୟ ସମେତ ଧର୍ମଗତ ଅଞ୍ଚଳ ବହୁ ଲୋକ ସାମିଲ ହୋଇଥିଲେ ।

Related Post

ମାଁ ସମଲେଶ୍ବରୀ ଙ୍କ ଧବଲମୁଖୀ ବେଶ

Posted by - October 7, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପିତୃପକ୍ଷର ଶେଷ ଦିନ ଅର୍ଥାତ ପବିତ୍ର ମହାଳୟା ପର୍ବ । ଏହି ଦିନରେ ସମ୍ବଲପୁର ର ଅଧିଷ୍ଠ୍ରାତୀ ଦେବୀ ମା’ ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ…

ୟୁକ୍ରେନରେ ଫସିଥିବା ଟିଟିଲାଗଡ଼ର ଏମବିବିଏସ ଛାତ୍ରଙ୍କୁ ଫେରାଇ ଆଣିବାକୁ ଦାବିକଲେ ପିତା

Posted by - February 25, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଏମ ବି ବି ଏସ ଶେଷ ବର୍ଷମେଡିକାଲ ଛାତ୍ର ଟିଟିଲାଗଡ଼ ହାଟପଦା ପଡ଼ାର ସାଇ ସ୍ୱରୂପ ତ୍ରିପାଠୀ ଏବେ ୟୁକ୍ରେନର ଖାରକିଭ ନେସନାଲ ମେଡିକାଲ…

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୧୪ ବର୍ଷ।

Posted by - January 2, 2020 325
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୁରିଛି ୧୪ ବର୍ଷ। ଏହି ଅବସରରେ ଆଜି ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ କଳିଙ୍ଗନଗର ରେ…

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେ ବଡ଼ ଧରଣ ରେଡ଼,ବ୍ରାଉନ ସୁଗାର ଜବତ

Posted by - October 19, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେ ବଡ଼ ଧରଣ ରେଡ଼ । ଡିଲ ସମୟରେ ଧରିନେଲା ପ୍ରାୟ ଅଢେ଼ଇ କୋଟି ଟଙ୍କାର ବ୍ରାଉନ ସୁଗାର ପୋଲିସ ଓ…

୨୪ରୁ ସପ୍ତାହାନ୍ତ ସଟ ଡାଉନ, ସବୁ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ

Posted by - April 19, 2021 0
ଭୁବନେଶ୍ଵର:ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ପୂର୍ବ ନିର୍ଦ୍ଦେଶ ମୁତାବକ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର,…