କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ର ଆଞ୍ଚଳିକ ସ୍ତରୀୟ ସାଂଗଠାନିକ ସମ୍ମିଳନୀ:କୁଚିଣ୍ଡା ଜିଲ୍ଲା ଦାବି କୁ ସମର୍ଥନ

19 0

ସମ୍ବଲପୁର:୧୮/୧୧ (ରମାକାନ୍ତ ବିଶ୍ବାଳ) କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ର ସମ୍ବଲପୁର,ଝାରସୁଗୁଡ଼ା,ଦେବଗଡ଼ ଓ ସୁନ୍ଦରଗଡ ଜିଲ୍ଲାର ସାଂଗଠାନିକ ସମ୍ମିଳନୀ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ସ୍ଥାନୀୟ ଆଦିବାସୀ ଭବନ ସଭାକକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀ ରେ ରାଜ୍ୟ ସଭାପତି ସାଗର ଚରଣ ଦାସ,ଉପଦେଷ୍ଟା ଦ୍ବୟ ପୂର୍ବ ବିଧାୟକ ବୃନ୍ଦାବନ ମାଝୀ,ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର କୁମାର ପାଣିଗ୍ରାହୀ, ଅତିଥି ଭାବରେ ଯୋଗ ଦେଇ ଥିଲେ ।ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ମୋର୍ଚ୍ଚା ର ପଦମପୁର ବୈଠକ ଅନୁଯାୟୀ ପଦମପୁର କୁ ଜିଲ୍ଲା ଘୋଷଣା ର ପ୍ରତିଶୃତି ଦେଇ ଥିବାରୁ ସରକାରଙ୍କୁ ବଧେଇ ଜଣାଇବା ସହ ପୂର୍ବରୁ ଦାବି ହୋଇ ଆସୁଥିବା ଆଦିବାସୀ ଅଧ୍ୟୁସିତ କୁଚିଣ୍ଡା ଉପଖଣ୍ଡ କୁ ମଧ୍ୟ ଜିଲ୍ଲା ଘୋଷଣା କରିବାକୁ ଦାବି କରି ଏଥିପାଇଁ ମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ଘୋଷଣା କରାଯାଇଛି । ଚାଷୀ ମାନଙ୍କ ବିନା ଅର୍ଥ ପୈଠ କରିବା, ହାଇକୋର୍ଟ ର ବେଞ୍ଚ ସ୍ଥାପନ ଆନ୍ଦୋଳନ କୁ ପୂର୍ଣ୍ଣ ପ୍ରାଣ ରେ ସମର୍ଥନ କରିବା ସହ ଏହାକୁ ଜନ ଆନ୍ଦୋଳନର ଆହ୍ବାନ ଦିଆ ଯାଇଛି ।

ଏହି ସମ୍ମିଳନୀ ରେ ସାଂଗଠାନିକ ପ୍ରସ୍ତାବ ନେବାକୁ ଯାଇ ସମ୍ବଲପୁର ଜିଲ୍ଲା ପାଇଁ ବିରେନ୍ଦ୍ର ପାଣିଗ୍ରାହୀ,ଜୟନାରାୟଣ ଜେନା ଓ ପଞ୍ଚାନନ ପ୍ରଧାନ ଙ୍କୁ ଆବାହକ ମନୋନୀତ କରାଯାଇଛି । ଝାରସୁଗୁଡ଼ା ଜିଲ୍ଲା ପାଇଁ ଯୁବ ସଂଗଠକ ପିଙ୍କୁ ଦାସ ଓ ଦଳିତ ନେତା ଦିଲେଶ୍ୱର୍ କରଲି ଙ୍କୁ ଆବାହକ ମନୋନୀତ କରାଯାଇଛି ।। ସୁନ୍ଦର ଗଡ ଜିଲ୍ଲା ପାଇଡ଼ ବିହାରୀ ଲାଲ ପଟେଲ ଓ ଡ. ସୁରେନ୍ଦ୍ର ପଟେଲ ଙ୍କୁ ଜିଲ୍ଲା ପ୍ରଭାରୀ ଦାୟିତ୍ଵ ଦିଆ ଯାଉଛି । ସେହିପରି ଭାବରେ ଦେବଗଡ଼ ପାଇଁ ବୃନ୍ଦାବନ ମାଝି ଓ ଏଡଭୋକେଟ୍ ଆଲୋକ ମିଶ୍ର ଙ୍କୁ ଜିଲ୍ଲା ର ପ୍ରଭାରୀ ମନୋନୀତ କରାଯାଇଛି କୁଚିଣ୍ଡା ଉପଖଣ୍ଡ ପାଇଁ ସଭାପତି ଭାବରେ ଆଦିବାସୀ ନେତା ମନୋରଞ୍ଜନ ଭୋଇ,ଉପ ସଭାପତି ଭାବରେ ପଣ୍ଡିତ ଅଲେଖ କୁମାର ପତି ଓ ଅଶୋକ ପଟେଲ, ସମ୍ପାଦକ ଭାବରେ ଯୁବ ନେତା ରାଜ ଗୋପାଳ ଚୋଧୁରି,ଯୁଗ୍ମ ସମ୍ପାଦକ ଭାବରେ ଦଳିତ ନେତା ପ୍ରମୋଦ କୁମୁରା ମନୋନୀତ ହୋଇ ଥିବା ବେଳେ ମହିଳା ଶାଖା ର ସଭାପତି ଭାବରେ ତୁଳସୀ ମଞ୍ଜରୀ ବହିଦାର,ସଂପାଦିକା ଭାବରେ ରଜନୀ ପଟେଲ ମନୋନୀତ ହୋଇ ଛନ୍ତି ।

ସେହିପରି ଭାବରେ କୃଷକ ସେଲ ର ସଭାପତି ଭାବରେ ଭିକାରୀ ଚରଣ ପଟେଲ ସଭାପତି,,ବନମାଳୀ ନାଏକ ଉପସଭାପତି ଓ ଦିବ୍ୟ ସାହୁ ସମ୍ପାଦକ ମନୋନୀତ ହୋଇ ଛନ୍ତି । ଉପଖଣ୍ଡ ସ୍ଥାରୀୟ କମିଟି ର ଉପଦେଷ୍ଟା ମଣ୍ଡଳୀ ରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ରମେଶ ପଟେଲ,ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗଙ୍ଗାଧର ନାଏକ ଓ ଅବସର ପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ଦାସ ଉପଦେଷ୍ଟା ମଣ୍ଡଳୀ ରେ ରହିବ ସହ ଯଥା କ୍ରମେ କୁଚିଣ୍ଡା,ଜମନକିରା ଓ ବାମରା ର ପ୍ରଭାରୀ ଦାୟିତ୍ଵ ତୁଲାଇବେ ବୋଲି ସ୍ଥିର କରାଯାଇଛି ।ଶେଷରେ ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ଗଣେଶ କୁମାର ସାହୁ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ବଢେଇ ଜଣାଇବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Post

ତେଲେଙ୍ଗାନା ରୁ ଉଦ୍ଧାର ହୋଇ ଫେରିଲେ ବନ୍ଧକ ଦାଦନ ଶ୍ରମିକ

Posted by - July 7, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ତେଲେଙ୍ଗାନା ରାଜ୍ୟରେ କଳାହାଣ୍ଡି,ବଲାଙ୍ଗୀର ଜିଲ୍ଲା ର କେତେକ ଦାଦନ ଶ୍ରମିକ ବନ୍ଧକ ଘଟଣାର ଭିଡ଼ିଓ ଭାଇରାଲ ସହ…

ବଡ ବାବୁ ଙ୍କ ସାହାଯ୍ୟ ମାରିଲା ଫେଲ, ଆଜି ଆଦୁ ମାଝୀ ଜୀବନ ମରଣ ସହ ଲଢେ଼ଇ କରୁଛନ୍ତି

Posted by - May 20, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ) କାଶୀପୁର ବ୍ଲକ ର ତଳପାଡିଖାଲ ଗ୍ରାମର ଆଦୁ ମାଝୀ ପିତା ଡମେନ ,ସେ ଆଜିକୁ ପ୍ରାୟ ପାଞ୍ଚ ମାସ ବିତିଗଲାଣି ଗୃହ ବନ୍ଦୀ ଭାବେ…

ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟ ରେ ଶହେ କେ।ଡ଼ିଏ ପରିବାର,ନୀରବ ସାଜିଛି ପ୍ରଶାସନ

Posted by - April 29, 2022 0
ରାୟଗଡା।:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ କୁଚେଇ ପଦର ପଞ୍ଚାୟତର ଜୋବା ପଦର ଗ୍ରାମରେ ଶହେ କେ।ଡ଼ିଏ ରୁ ଉର୍ଦ୍ଧ ପରିବାର ଲୋକେ…

ଭାରତସରକାରଙ୍କ ଆଦିବାସୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କ କେସିଙ୍ଗା ଗସ୍ତ

Posted by - June 13, 2022 0
କେସିଙ୍ଗା :(ପୀତେଶ ପଟେଲ)ଭାରତ ସରକାରଙ୍କ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି। ଆଜି ସକାଳ ୧୧.୩୦…