କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖୀଗୁଡା ଉପର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ବାମ ମୁଖ୍ୟ କେନାଲ ନାଗଫେଣି ସେୟାର ଗେଟ ଅଧୀନରେ ଥିବା ସିନ୍ଦିକାଗୁଡା ଓ ପୋଡାଗୁଡା ଅଞ୍ଚଳରେ କେନାଲ ପାଣି ପହଞ୍ଚୁନଥିବା ଅଭିଯୋଗ କରିଛନ୍ତି ଚାଷୀ।ଏ ନେଇ ଆଜି ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନେକ ଚାଷୀ ଉପସ୍ଥିତ ରହି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଯଦି ଜଳ ଯୋଗାଣ ନହୁଏ ତେବେ ଚାଷୀ ଆନ୍ଦୋଳନ ହେବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।ଅଭିଯୋଗ ଅନୁସାରେ ନାଗଫେଣି କେନାଲ ୧୦କିମି ଲମ୍ବ ଥିବା ବେଳେ ଦୀର୍ଘ ଦିନ ହେଲା ଶୋଚନୀୟ ହୋଇ ପଡିଛି।ଯାହାଫଳରେ ତଳମୁଣ୍ଡ ରେ ଥିବା ଏହି ଦୁଇ ଗାଁକୁ ଜଳ ଯୋଗାଣ ହୋଇପାରୁନାହିଁ।ଜଳ ସେଚନ ଅଭାବ ଯୋଗୁଁ ଗତ ରବି ଋତୁରେ ମଧ୍ୟ ଏଠାକାର ଚାଷୀ ଚାଷ କାର୍ଯ୍ୟ କରିନଥିଲେ।ତେବେ ଆସନ୍ତା ରବି ଋତୁ ପାଇଁ ଯଥାଶୀଘ୍ର କେନାଲ ମରାମତି କରି ଜଳ ଯୋଗାଣ ପାଇଁ ଦାବି କରିଛନ୍ତି ଚାଷୀ।