ଗ୍ରାମ୍ୟ ଉନ୍ନୟନ ରାସ୍ତା ର ଉନ୍ନତି କରଣ ପାଇଁ ଶୁଭ ଦେଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ

34 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ସୁଜନପୁର ଠାରୁ କାକୁଡିକୁଦ ଗ୍ରାମ୍ୟ ଉନ୍ନୟନ ରାସ୍ତା ର ଉନ୍ନତି କରଣ ପାଇଁ ଶୁଭ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ। ଆଜି ପୂର୍ବାହ୍ନ ରେ ମନ୍ତ୍ରୀ ଶ୍ରୀ ଘଡେଇ ବରୀ ନିର୍ବାଚନ ମଣ୍ଡଳୀ ର ସୁଜନପୁର ରେ ପହଂଚିବା ପରେ ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଭିତିପ୍ରସ୍ତର ସ୍ଥାପନ କାର‌୍ୟ୍ୟକ୍ରମ ରେ ବରୀ ବିଧାୟିକା ସୁନନ୍ଦା ଦାସ,ଯାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ ସ୍ଵର୍ଣ୍ଣ ଲତା ପରିଡ଼ା ,ସୁଜନପୁର ସରପଞ୍ଚ ବିଷ୍ଣୁପ୍ରିୟା ମହାକୁଡ ପ୍ରମୁଖ ଯୋଗ ଦେଇ ଏହି ରାସ୍ତା ସମ୍ପୂର୍ଣ୍ଣ ହେଲେ ଯାଜପୁର ଜିଲ୍ଲା ସହିତ କେନ୍ଦ୍ରାପଡା  ଜିଲ୍ଲା କୁ ଯୋଗାଯୋଗ ର ବାଟ ଫିଟିବ ବୋଲି କହିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଓ ବିଜୁ ଜନତା ଦଳର କର୍ମୀ ଓ ନେତା ମାନେ ଉପସ୍ଥିତ ଥିଲେ ।

Related Post

ଭିତ୍ତି ଭୁମି ନାହିଁ କର୍ମଚାରୀ ଅଛନ୍ତି, ନାହିଁ ନାହିରେ ଚାଲିଛି ପାତ୍ରପୁଟ ଫାଣ୍ଡି

Posted by - June 7, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ର ପୁଟ ରେ କଂଗ୍ରେସ ର ତତ୍କାଳୀନ ନବରଙ୍ଗପୂର ଏମ୍ ପି ଖଗପତି ପ୍ରଧାନୀଙ୍କ ପୋଚେଷ୍ଟାରେ ତାଙ୍କ…

ସଟ୍ ଡ଼ାଉନ ‘‘ଗୁଜବ’’: ବିବ୍ରତ ନ ହେବାକୁ ଏସ୍ଆରସିଙ୍କ ପରାମର୍ଶ,କେବଳ ଶନିବାର ଏବଂ ରବିବାର ହେବ ସଟ ଡାଉନ

Posted by - June 9, 2020 0
ଭୁବନେଶ୍ବର : ଆଜି ସମଗ୍ର ଅଞ୍ଚଳ ରେ ଗୁରୁବାର ଠାରୁ ରବିବାର ୪ ଦିନ ସଟ ଡାଉନ ହେବ ବୋଲି ଯେଉଁ ଗୁଜବ ପ୍ରଚାର ହୋଇଥିଲା ସେଥିରେ…

ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ସଡ଼କ ଦୁର୍ଘଟଣାରେ ଗୁରୁତର

Posted by - August 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)୫୭ ନଂ ଜାତୀୟରାଜପଥ ଦଶପଲ୍ଲା ରାଜପୁତ ହୋଟେଲ ନିକଟରେ ଆଜି ସକାଳ ୧୦ ଟା ବେଳେ ଏକ ସଡ଼କ ଦୁର୍ଘଟଣା ରେ ବୌଦ୍ଧ ଅତିରିକ୍ତ ଜିଲ୍ଲା ପାଳ…

୧ ଟଙ୍କାରେ ୫ କେଜି ଚାଉଳ, ଅଧା କିଲୋ ଡାଲି ଓ ଅଧା କିଲୋ ଲୁଣ ଯୋଗାଇ ଦେବ ବିଜେପି ସରକାର: ଧର୍ମେନ୍ଦ୍ର ପ୍ରଧାନ,ବିଜେଡ଼ି କହିଲା ୨୦୧୯ ର ସବୁଠୁ ବଡ ମିଛ।

Posted by - April 14, 2019 18
ଚୌଦ୍ୱାର :୧୪/୦୪ /୧୯ ନିର୍ବାଚନର ଘମାଘୋଟ୍ ମଧ୍ୟରେ ଭୋଟରଙ୍କୁ ଆକର୍ଷିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ପ୍ରତିଶ୍ରୁତି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ଗରିବ ଲୋକଙ୍କୁ…

ଅନଶନ କାରୀ ଚିକିତ୍ସା ପାଇଁ ଡାକ୍ତର ଖାନା ରେ ଭର୍ତ୍ତି 

Posted by - October 12, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ବାଙ୍ଗରା ଓ ପଂତେପୁର ପଂଚାୟତରେ ଦୁର୍ନିତି ଘଟଣାର ତଦନ୍ତ ଦାବୀରେ ଜାରି ରହିଛି ଗ୍ରାମବାସୀଙ୍କ ଅନଶନ ।ଦୁର୍ନିତିର ତଦନ୍ତ ସହିତ ଦୁର୍ନିତିଗ୍ରସ୍ତ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଅନଶନରେ ବସିଛନ୍ତି ଗ୍ରାମବାସୀ ଏହି ଆମରଣ ଅନଶନକାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଯାଜପୁର ଜିଲା ବିଜେପି ସଭାପତି ଗୌତମ ରାୟ । ବାଙ୍ଗରା ରେ  ଚାଲିଥିବା ଅନଶନରେ ସାମିଲ ଥିବା ଯୁବକ ଜ୍ଞାନରଂଜନ ଜେନା ଙ୍କୁ ଅସୁସ୍ଥ ଅବସ୍ଥାରେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି I ଜିଲା ପ୍ରଶାସନର ଦୁର୍ନିତିର ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ନିଆନଗଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।