କେବେ ପୁରାଣ ହେବ ଧଣ୍ଡାମୁଣ୍ଡାରେ ଫାଣ୍ଡି ନିର୍ମାଣ ଦାବି ?

28 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମ ବ୍ଲକ ଅଞ୍ଚଳରେ ଏକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଆଟେ । ଏଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଫାଣ୍ଡି ନିର୍ମାଣ ହେବ ପାଇଁ ଦାବି ହେଉଛି । ଏହାସହ ଫାଣ୍ଡି ନିର୍ମାଣ ହେବ କେବେ ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି । ପ୍ରକାଶ ଯେ ଧଣ୍ଡାମୁଣ୍ଡା ଏକ ବ୍ୟବସାୟିକ କେନ୍ଦ୍ର ଅଟେ । ହେଲେ ଏଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ ହେଉଛି। ଧଣ୍ଡାମୁଣ୍ଡା ଗ୍ରାମକୁ ଦୈନନ୍ଦିନ ଆଖ ପାଖ ଅଞ୍ଚଳର ୨୦ ଖଣ୍ଡରୁ ଅଧିକ ଗ୍ରାମ ର ଲୋକେ ନିର୍ଭର କରିଥାନ୍ତି। ଆର୍ଥିକ କାରବାର ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ଦିନକୁ ଦିନ ବିଢିବାରେ ଲାଗିଛି । ହେଲେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଲୋକେ ଭୟଭୀତ ହୋଇ ବସବାସ କରୁଥିବା ଅଭିଯୋଗ ହେଉଛି । ବିଗତ କିଛି ବର୍ଷ ଆଗରୁ କିଛି ବ୍ୟବସାୟୀଙ୍କ ଘରୁ ଲୁଟେରା ମାନେ ଝରକା କବାଟ ଭାଙ୍ଗିବା ସହ ଲକର୍ ଖୋଲି ସୁନା , ରୂପ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଉଅଛି ।

ଏହା ସହ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳର ସାଧାରଣ ଦୋକାନ , ମଟର ସାଇକେଲ ଚୋରି , ପାଣି ପମ୍ପ , ଲୁହା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇ ଆସୁଥିବା ଅଭିଯୋଗ ମାନ ହୋଇଆସୁଛି । ସ୍ଥାନୀୟ ଅଞ୍ଚଳରେ ବେଆଇନ କରେସ୍କ ସିରପ , ଗଞ୍ଜେଇ , ବେଆଇନ ମଦ କାରବାର ଓ ଅନ୍ୟାନ୍ୟ ଅସାଧୁ କାର୍ଯ୍ୟ ବଢିବାରେ ଲାଗିଛି । କିନ୍ତୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଧଣ୍ଡାମୁଣ୍ଡା ଅଞ୍ଚଳ ବାସି ଖପ୍ରାଖୋଲ ଥାନା ଉପରେ ନିର୍ଭର କରିଥାନ୍ତି । ହେଲେ ଖପ୍ରାଖୋଲ ଥାନା ୧୦ କିମି ରୁ ଅଧିକ ବାଟ ହୋଇଥିବାରୁ ଲୁଟେରା କୁ ପୋଲିସ ଧରିବା ପୂର୍ବରୁ ଲୁଟେରା ଲୋକଙ୍କ ଟଙ୍କା ପଇସା ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇ ଚାଲିଯାଉଥିବା ଜଣାପଡିଛି । ହେଲେ ସବୁ ସମୟରେ ପୋଲିସ ଧଣ୍ଡାମୁଣ୍ଡା ଅଞ୍ଚଳକୁ ଆବଶ୍ୟକ ସୁରକ୍ଷା ଦେବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି। ଏଣୁ ସରକାର ଏନେଇ ଦୃଢତାର ସହ ଧ୍ୟାନ ଦେଇ ଜନସାଧାରଣଙ୍କ ହିତ ପାଇଁ ଏକ ଫାଣ୍ଡି ନିର୍ମାଣ କରିବା ପାଇଁ ଦାବି ହେଉଛି ।

Related Post

ଯାଜପୁର ଦାନଗଦୀ ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

Posted by - June 13, 2019 0
ଯାଜପୁର ଦାନଗଦୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି। ପିସି କାରବାର ବନ୍ଦ କରିବା ତଥା ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରି ଗୋଟିଏ ଗୋଷ୍ଠୀ ଆଜି…

ବୌଦ୍ଧ ଜିଲ୍ଲା ରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠନ

Posted by - September 27, 2021 0
ବୌଦ୍ଧ:ଗତ ୨୪ ତାରିଖରେ ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲା ର ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ସଢୁ ଙ୍କ ମୃତ୍ୟୁ

Posted by - May 11, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ୟାପକ ସଚେତନତା ଓ ଧରପଗଡ଼ ସ୍ଵତ୍ତ୍ଵେ ଜିଲ୍ଲାରେ ଦୁର୍ଘଟଣା ବୃଦ୍ଧିପାଇବାରେ ଲାଗିଛି । ଏହିଭଳି ଏକ…

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - September 24, 2019 0
ରିପୋଟ -ସ୍ନେହାଂଶୁ ଶେଖର ମହାନ୍ତି ବରୀ:୨୪/୯ ବ୍ଲକ ର ବାଇଶିରିଆ ରେ ପଞ୍ଚାୟତ ସ୍ତରୀୟ ଆଭିଯୋଗ ଶୁଣିଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ବାଇଶିରିଆ ,…

ଯାଜପୁର ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ

Posted by - November 30, 2019 102
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ । ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଯାଜପୁର ଏସପି ଚରଣ…