ଅଙ୍ଗନବାଡି କର୍ମୀଙ୍କ ଦାବିପତ୍ର ପ୍ରଦାନ

24 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଅଙ୍ଗନବାଡି କର୍ମୀ ଙ୍କୁ ଶ୍ରମିକର ମାନ୍ୟତା ,ଶ୍ରମ ସମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଭତ୍ତା, ପେନସନ୍ ,ସାମାଜିକ ସୁରକ୍ଷା, ମିନି ଙ୍କୁ କର୍ମୀ ମାନ୍ୟତା, ସମାନ କାମକୁ ସମାନ ଦରମା, ଗାଆଁ କଲ୍ଯାଣ ସମିତି ରୁ କର୍ମୀଙ୍କୁ ବାଦ ଦେବା, ମାଟ୍ରିକ୍ ଓ ଗ୍ରାଜୁଏଟ ଙ୍କୁ ସହେ ଶତକଡା ପଦୋନ୍ନତ ପ୍ରଭୁତି ବିଭିନ୍ନ ଦାବି ଗୁଡିକକୁ ପୂରଣ ସକାଶେ ସରକାରଙ୍କ ଉଦ୍ଦେଶ୍ୟରେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ରେଙ୍ଗାଲି, ଯୁଜୋମୁରା ଓ ଭେଡେନ ବ୍ଲକ ଶିଶୁ ବିକାଶ ଯୋଜନା ଅଧିକାରୀ ଙ୍କୁ ଦିଆଯାଇଛି ,ରେଙ୍ଗାଲି ବ୍ଲକ ସଭାନେତ୍ରୀ ମିନି ପଣ୍ଡା ,ସମ୍ପାଦକ ଭୂମି କାନ୍ତି ,ଯଶୋବନ୍ତୀ ବେହେରା, ଜୟନ୍ତୀ ମିଶ୍ର ଙ୍କ ନେତୃତ୍ଵରେ ଶତାଧିକ କର୍ମୀ ସିଡିପିଓ ନୀଲାବତି ନାଗ ଙ୍କୁ ଦେଇଥିଲେ।

ଯୁଜୋମୁରା ସିଡିପିଓ ସଵିତା ନାୟକଙ୍କୁ ସଭାନେତ୍ରୀ ଯଶୋବନ୍ତୀ ବାଙ୍କ, କାର୍ଯ୍ୟକାରୀ ସଭାନେତ୍ରୀ ମଞ୍ଜୁଲତା ମାଝି, ସମ୍ପାଦକ ଝୁମି ସେଠ ,ମଧୁସ୍ମିତା ଭୋଇ, ସଭ୍ୟା ରାଣୀ ଗର୍ଡିଆ, ବିଲାସିନୀ ଭୋଇ, ପୁଷ୍ପାଞ୍ଜଳି କିଷାନ, ତପସ୍ଵିନୀ ରଣା, ପବିତ୍ରା ମିର୍ଦ୍ଧା ,କେନ୍ଦ୍ରୀୟ ସାଧାରଣ ସମ୍ପାଦକ ପ୍ରଭାସିନି ପାଢି, ଆବାହକ ପ୍ରଶାନ୍ତ ପାଢୀଙ୍କ ନେତୃତ୍ଵରେ ଦିଆଯାଇଥିଲା, ଭେଡେନ ଠାରେ ଜିଲ୍ଲା ସମ୍ପାଦକ ନିତାମ୍ବିନୀ ଦାସ, ସରସ୍ଵତୀ ପଞ୍ଚ ବିହାର ଙ୍କ ନେତୃତ୍ଵରେ ଦାବି ପତ୍ର ଦିଆଯାଇଛି।ଦାବି ପୂରଣ ନ ହେଲେ ଆସନ୍ତା ଡିସେମ୍ବର ରେ ଭୁବନେଶ୍ବର ରେ ବ୍ୟାପକ ଆନ୍ଦୋଳନ ସକାଶେ କର୍ମକର୍ତ୍ତା ସହ ପ୍ରଭାସିନି ପାଢି, ରାଜ୍ୟ ସାଧାରଣ ସମ୍ପାଦକ, ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସୂଚନା ଦେଇଛନ୍ତି।

Related Post

କପିଳେଶ୍ବର ଚାରିଟେବଲ୍ ହସପିଟାଲ ଶୁଭାରମ୍ଭ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

Posted by - December 13, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶା ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଜିଲ୍ଲା ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହାନଦୀ କୂଳରେ…

ବଜ୍ରାଘାତ ରେ ବଳଦ ମୃତ

Posted by - July 9, 2022 0
ପାଟଣାଗଡ : (ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଘୁନୁସର ପଞ୍ଚାୟତ ପୁଟୁକେଲଚୁଆଁ ଗାଁ ର କେଶବ ମଲ୍ଲିକ ଙ୍କ ବଳଦ କ୍ଷେତରେ ଚରୁ…

ବାଦିବାହଳ ଗ୍ରାମର ସରସ୍ୱତୀ ପୂଜା କମିଟି ପକ୍ଷରୁ ବୃକ୍ଷରୋପଣ

Posted by - July 7, 2020 0
ଅନୁଗୁଳ :(ମହେଶ ଭୋମରାଜ)ସାମୂହିକ ବୃକ୍ଷରୋପଣ ସହିତ ଜଙ୍ଗଲର ସୁରକ୍ଷା ବର୍ତ୍ତମାନ ଜରୁରି ହୋଇପଡିଛି । ଅନୁଗୋଳ ବ୍ଲକ ଅନ୍ତର୍ଗତ ବାଦିବାହଳ ଗ୍ରାମର ସରସ୍ୱତୀ ପୂଜା କମିଟି ପକ୍ଷରୁ…

କଂଟେନମେଂଟ ଅଂଚଳରୁ ଲୁଚି କରି ଆସି ଦୋକାନ ଖୋଲିଥିବା ବ୍ୟକ୍ତିକୁ କ୍ୱାରେଂଟିନ କେନ୍ଦ୍ରରେ ଛାଡିଲା ପୋଲିସ

Posted by - May 4, 2020 428
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କଂଟେନମେଂଟ ଅଂଚଳରୁ ଲୁଚି କରି ଆସି ଦୋକାନ ଖୋଲିଥିବା ବ୍ୟକ୍ତିକୁ କାବୁ କରି ସରକାରୀ କ୍ୱାରେଂଟିନ କେନ୍ଦ୍ରରେ ଛାଡିଲା ପୋଲିସ । ଯାଜପୁର…