ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

60 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ହୀରାକୁଦର ଲରପଙ୍କ ଠାରେ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ନଗର ସ୍ୱାସ୍ଥ୍ୟ ସମିତି ସମ୍ବଲପୁର ତରଫରୁ ହୀରାକୁଦ ନିକଟସ୍ଥ ଲରପଙ୍କ ଠାରେ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି l ଡା.ପଙ୍କଜ ପଟେଲ (ସି ଡି ଏମ ପି ଏଚ ଓ) ଏହି କେନ୍ଦ୍ରଟି କୁ ଉଦ୍ଘାଟନ କରି ଥିଲେ l ଉଦ୍ଘାଟନ ସମୟରେ ଅତିରିକ୍ତ ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ କୁମାର ହୋତା, ଓ ନଗର ସ୍ୱାସ୍ଥ୍ୟ ସମିତି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସହିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ତଥା ଅଣସଂକ୍ରମକ ରୋଗ ଚିହ୍ନଟ କରିବା ସହିତ ରୋଗୀ ଙ୍କ ଘରେ ଘରେ ସ୍ୱାସ୍ଥ୍ୟ ସେବା ପହଂଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ l ଏହା ଦ୍ୱାରା ଅନେକ ଲୋକ ମାଗଣା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ଡା. ହୋତା ପ୍ରକାଶ କରି ଥିଲେ l ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ୱାସ୍ଥ୍ୟ କର୍ମୀ ,ଅଙ୍ଗନବାଡି ,ଆଶା ଓ ମହିଳା ଆରୋଗ୍ୟ ସମିତି ର ସଭ୍ୟl ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Related Post

ଯାଜପୁର ରେ ପ୍ରଶାସନ ଦ୍ଵାରା ବିଭିନ୍ନ ନିର୍ବାଚନ ମଣ୍ଡଳିର ବୁଥ ଅନୁଧ୍ୟାନ ।

Posted by - March 18, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରେପେକ୍ଷ ଭାବେ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନ ଜିଲାପ୍ରଶାସନକୁ ଦେଇଛି କଡା ନିର୍ଦେଶ । ଯାଜପୁର ଜିଲା…

ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ଶୁଭାରମ୍ଭ

Posted by - July 23, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି l ସୋନପୁର ମଝିପଡ଼ା ସରକାରୀ…

ଲମ୍ବମରୀ ପଞ୍ଚାୟତବାସୀଙ୍କ ପକ୍ଷରୁ କଣ୍ଟାମାଳ ତହସିଲ ଘେରାଉ

Posted by - July 27, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତରେ ପ୍ରସ୍ତାବିତ R.I ଅଫିସ ଦପଲାକୁ ସ୍ଥାନାନ୍ତର ପ୍ରୟାସ ପ୍ରତିବାଦରେ ଆଜି ଲମ୍ବସରୀ ପଞ୍ଚାୟତ ସମେତ…

ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ସାଧାରଣ ସଭା

Posted by - October 5, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ସାଧାରଣ ସଭା ବେଥେଲ କେମ୍ପସ ମାଝୀଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ…

ବିଧାନସଭା ଷ୍ଟାଣ୍ଡିଂ କମିଟି ଗସ୍ତ ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ

Posted by - September 5, 2022 0
ବୌଦ୍ଧ:୦୫ା୯ : (ଚିତ୍ତରଂଜନସିଂ)ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ପ୍ରତିନିଧି ମଣ୍ଡଳୀ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଆସନ୍ତା ୭ ତାରିଖ ଦିନ ବୌଦ୍ଧଜିଲା ଗସ୍ତ…