ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଧର୍ମଶାଳାରେ ପିସ ପୋଷ୍ଟର ପ୍ରତିଯୋଗୀତା ଆୟୋଜିତ

48 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ପ୍ରତି ବର୍ଷ ଆନ୍ତର୍ଜାତୀୟ ସ୍ତରରେ ଲାୟନ୍ସ କ୍ଲବ ବିଶ୍ୱ ବ୍ୟାପି ଶାନ୍ତିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମନରେ ଶାନ୍ତିର ଅର୍ଥ ଜାଗ୍ରତ କରିବା ସହ ତାଙ୍କ ମନରେ ଥିବା ଭାବନାକୁ ଚିତ୍ର ମାଧ୍ୟମରେ ପ୍ରକାଶ କରିବାର ଏକ ଜରିଆ। ପ୍ରତି ବର୍ଷ ଶାନ୍ତି ଉଦ୍ଦେଶ୍ୟରେ ଅନ୍ତର୍ଦେଶୀୟ ସ୍ତରରେ ଏକ ବିଷୟକୁ ଚୟନ କରାଯାଇ ତାକୁ ଚିତ୍ର ରୂପରେ ଛାତ୍ର ଛାତ୍ରୀ ନିଜ ତୂଳୀରେ ଭାବନାକୁ ରୂପାୟନ କରିଥାନ୍ତି। ବିଶ୍ବର ସମସ୍ତ ଲାୟନ୍ସ କ୍ଲବ ଏହି ପ୍ରତିଯୋଗୀତା ନିଜ ନିଜର ଅଞ୍ଚଳରେ ଆୟୋଜିତ କରାଇଥାନ୍ତି।ଏହି ପରିପ୍ରକ୍ଷୀରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ଧର୍ମଶାଳା ଠାରେ ଏହି ପିସ ପୋଷ୍ଟର ପ୍ରତିଯୋଗୀତା ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।

ଏଥିରେ ସହରର ସମସ୍ତ ସରକାରୀ ଏବଂ ବେସରକାରୀ ୧୧ ଟି ବିଦ୍ୟାଳୟର ୩୩ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଠାରୁ ଯେଉଁ ମାନଙ୍କ ଚିତ୍ର ଭଲ କରିବେ ସେମାନଙ୍କ ଚିତ୍ର ଲାୟନ୍ସ ଡିଷ୍ଟ୍ରିକ୍ଟକୁ ଯିବ ତାପରେ ଅନ୍ତର୍ଦେଶୀୟ ସ୍ତରକୁ ଯିବ। ଏହି ପ୍ରତିଯୋଗିତାକୁ ସଫଳ କରାଇବାରେ ପ୍ରୋଜେକ୍ଟ ଚେୟାରମେନ ଆଶୀର୍ବାଦ ମହାପାତ୍ର, ଦୀପକ ପୃଷ୍ଟି, ପୂର୍ବତନ ସଭାପତି ଶ୍ରୀମତୀ ବିନ୍ଦୁ ସାହୁ। ସର୍ଭିସ ଚେୟାରପର୍ସନ ସଞ୍ଜୟ କୁମାର ନାୟକ, ସମ୍ପାଦକ ଶୈଳେଶ ଗୋୟଲ, କୋଷାଧ୍ୟକ୍ଷ ସଜ୍ଜନ କମାନି, ଲାୟନ ସନ୍ତୋଷ ମହାନ୍ତି, ଶମ୍ଭୁ ପ୍ରସାଦ ଗୋୟଲ, ରାକେଶ ଜୈନ, ସଞ୍ଜୟ ସୋନି, ଲିଓ କ୍ଳବର ସଭାପତି ଅଙ୍କିତ ଗୁପ୍ତା, ଏମ ଡି ରିହାନ୍, ୟସ୍ ପଣ୍ଡା, ସ୍ୱରୂପ ସାହୁ, ଏମ ଡି ସାହିଲ ପ୍ରମୁଖ ସହଯୋଗ କରିଥିଲେ।

Related Post

ପିକ୍ଅପ ଧୋକ୍କାରେ ବାଇକ ଚାଳକ ମୃତ

Posted by - December 26, 2021 0
ବଲାଙ୍ଗିର:  (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଲାଠୋର ଥାନ କୁଲିହାମୁଣ୍ଡା ଛକ ନିକଟରେ ପିକ୍ଅପ ଧୋକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ…

ଧୁଙ୍ଗିଆମୁଣ୍ଡା ରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

Posted by - October 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ସେବତୀ କହଁର ଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ…

ସ୍ବର୍ଗତ କବି ଅଖିଳ ନାଏକଙ୍କ ଜୟନ୍ତୀ ପାଳିତ

Posted by - March 14, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସାହିତ୍ୟ ଜଗତର ଜଣେ ଉଜ୍ଵଳ ତାରକା ଅଖିଳ ନାଏକ, କବିତା ସଂକଳନ ହେଉ କିମ୍ବା ଔପନ୍ୟାସ, ସାହିତ୍ୟ କଥା ଉଠି…

ନବରଙ୍ଗପୁର ମହାବିଦ୍ୟାଳୟ ରେ ” ଯୁବ ସଂସ୍କାର ” କାର୍ଯ୍ୟକ୍ରମ ଶୁଭାରମ୍ଭ

Posted by - January 11, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ମହାବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥା, ଯୁବ ରେଡ଼ କ୍ରସ ଓ ଏନ ସି ସି ର ଅଧିକାରୀ ମାନଙ୍କୁ ନେଇ…