ଗୋଚରଜମି ଜବର ଦଖଲ ଘଟଣା, ତଦନ୍ତକାରୀ ଅଧିକାରୀ ଙ୍କୁ ଅଟକ ରଖିଲେ ମହିଳା

82 0

ଧର୍ମଗଡ : (ହେମନ୍ତ କୁମାର ମାଝୀ) ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ଦଳସର୍ଗି ଗ୍ରାମବାସୀ ଗତ କିଛିଦିନ ତଳେ ଉପଜିଲ୍ଲାପାଳ ନିକଟରେ ଫେରାଦ ହୋଇଥିଲେ।ବହୁଦିନ ଧରି ଗ୍ରାମରେ ଥିବା ସରକାରୀ ଗୋଚର ଜମି କୁ କେତେକ ବ୍ୟକ୍ତି ଜବର ଦଖଲ କରି ନିଜ ଅକ୍ତିଆରେ ରଖି ଥିବା ଅଭିଯୋଗ ହୋଇଥିଲା। ଆଜି ତାର ତଦନ୍ତ ପାଇଁ ଧର୍ମଗଡ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମକୁ ଆସିଥିଲେ।କିଛି ସମୟ ଧରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ତହସିଲଦାର ଫେରିଯାଉଥିବାବେଳେ ଗ୍ରାମବାସୀ ଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା।ଫେରିବା ରାସ୍ତା କୁ ଶତାଧିକ ମହିଳା ଅବରୋଧ କରି ତହସିଲଦାର ଙ୍କୁ ଅଟକ ରଖିଥିଲେ।ପରେ ଗ୍ରାମବାସୀଙ୍କ ସହିତ ବିଡ଼ିଓ ତହସିଲଦାର ଆଲୋଚନା କରି ସମାଧାନ ର ପ୍ରତିଶୃତି ପାଇବା ପରେ ଲୋକେ ଛାଡିଥିଲେ। ଗ୍ରାମବାସୀ ଙ୍କ ଅଭିଯୋଗ କ୍ରମେ ନିକଟସ୍ଥ ବାଙ୍କୀମୁଣ୍ଡା ଗ୍ରାମର ବୈକୁଣ୍ଠ ଭରତିଆ,ଧ୍ରୁବ ଚରଣ ଭର୍ତିଆ,ଗୋଲାପୀ ଭର୍ତିଆ ଓ ଗୁଣନିଧି ଭର୍ତିଆ ଗ୍ରାମ ଅଧୀନରେ ଥିବା ପ୍ରାୟ ୨୦ଏକର ଜମିରୁ ୧୮ଏକର ଜମି କୁ ନିଜ ଅକ୍ତିଆରେ ରଖିଛନ୍ତି।

ଏପରିକି ଏହି ଗୋଚର ଜମି କୁ ଚାଷ ଜମି ଭାବେ ପରିଣତ କରି ଚାଷ ମଧ୍ୟ କରି ଚାଲିଛନ୍ତି।ଯାହାକି ଗ୍ରାମବାସୀ ଶ୍ମଶାନ, ନଦୀଘାଟ ଯିବା କୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ଗ୍ରାମର ଗାଈ ଗୋରୁ ଚରିବାକୁ ବି ଇଁଚିଏ ଜାଗା ନ ଥିବା ଗ୍ରାମବାସୀ ବହୁଦିନ ଧରି ଅଭିଯୋଗ କରି ଆସୁଛନ୍ତି।ହେଲେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ନେଇ ଅସନ୍ତୋଷ ଦେଖାଦେଇଛି।ଅନ୍ୟପଟେ ଗାଁ ର ଯୁବପିଢି ଖେଳ କୁଦ କରିବା ପାଇଁ ଏକ ମାତ୍ର ସେହି ସ୍ଥାନ ରହିଥିବା ବେଳେ ଏବେ ବଞ୍ଚିତ ରହୁଥିବା କୁହାଯାଏ।ସବୁଠି ବଡ଼ ତାତ୍ପର୍ଯ୍ୟ ବିଷୟ ବିଗତ ଦିନ ମାନଙ୍କରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ ହୁଏ। ତୁରନ୍ତ ପ୍ରଶାସନ ପକ୍ଷରୁସେହି ସ୍ଥାନ କୁ ୧୬୫ଧାରା ଜାରୀ କରିବା ସହ ଗ୍ରାମର ଗୋଚର ଜମି ଜବର ଦଖଲ ଉଚ୍ଛେଦ କରିବାକୁ ଗ୍ରାମବାସୀ ଉପଜିଲ୍ଲାପାଳ ନିକଟରେ ଲିଖିତ ଭାବେ ଜଣାଇଥିଲେ।ବୁଧବାର ସକାଳ ସମୟରେ ତହସିଲଦାର ଙ୍କ ସହିତ ବିଡ଼ିଓ ତଦନ୍ତ ପାଇଁ ଆସି ହଟହଟା ହୋଇଥିଲେ।

Related Post

ସମ୍ବଲପୁର ଜିଲ୍ଲା ପରିଷଦ ର ବୈଠକ

Posted by - May 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ସମ୍ବଲପୁର ଜିଲ୍ଲା ପରିଷଦର ବୈଠକ ଆଜି ଡିଆରଡିଏ ସମ୍ବିଳନି କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଵୈଠକରେ ଜିଲ୍ଲା ପରିଷଦର ସଭାପତି କୁମୁଦିନି ନାଏକ, ଜିଲ୍ଲାପାଳ…

ଗୁରୁ ଦିବସରେ ଛାତଛାତ୍ରୀଙ୍କୁ ଦିଗଦର୍ଶନ ଦେଲେ ଜିଲ୍ଲାପାଳ

Posted by - September 5, 2022 0
ବୌଦ୍ଧ୦୫ା୯ : ଅଦ୍ୟ ତା ୦୫.୦୯୨୦୨୨ ରିଖ ଅପରାହ୍ନରେ ବୌଦ୍ଧ ଜିଲା ସଂଗ୍ରହାଳୟଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପବିତ୍ର ଗୁରୁଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା…

ସମ୍ବଲପୁରୀ ଭାଷାକୁ ଗୁରୁତ୍ଵ ଦେଇ ଲେଖା ଲେଖି କରିବାକୁ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଆହ୍ଵାନ

Posted by - December 6, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଅଖିଳ ଭାରତ ଆଘରିଆ ସମାଜ ର ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ଏହାର ସଭାପତି ବନମାଳୀ ନାୟକ ଙ୍କ ସଭାପତିତ୍ବରେ ଗୁଣ୍ଡୁରୁ ଚୁଆଁ ସ୍ଥିତ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - July 12, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)  ଯାଜପୁର ବ୍ଲକ ଶ୍ୟାମଦାସପୁର ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଯାଜପୁର…