ଭବାନୀପାଟଣା ଠାରେ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ ଅନୁଷ୍ଠିତ

144 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି।ନିର୍ବାଚନ ଆୟୋଗ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ନଭେମ୍ବର ୯ ତାରିଖ ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଛି।ନୂତନ ଭୋଟର ପଞ୍ଜିକରଣ ପାଇଁ ଏହି ସମୟ ମଧ୍ୟରେ ନାମ ପଞ୍ଜିକରଣ,ଭୋଟର ତାଲିକାରେ ଥିବା ତଥ୍ୟ ସଂଶୋଧନ, ଆଧାର କାର୍ଡ ସଂଯୋଗଗିକରଣ କରିବାକୁ ଜନ ସଚେତନତା ସୃଷ୍ଟି କରାଯିବ।

ଏହି ସମୟ ମଧ୍ୟରେ ସ୍ଵତନ୍ତ୍ର ଶିବିର ଆସନ୍ତା ୧୨.୧୧.୨୦୨୨ ଓ ୧୩.୧୧.୨୦୨୨ ଏବଂ ୨୬.୧୧.୨୦୨୨ ଓ ୨୭.୧୧.୨୦୨୨ ମତଦାନ କେନ୍ଦ୍ର ଗୁଡିକରେ ବୁଥ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ସମସ୍ତ ଆ ପତ୍ତି ଅଭିଯୋଗ ଶୁଣିବେ। ଆପତ୍ତି ଅଭିଯୋଗ ର ଫଇସଲା ପରେ ୨୦୨୩ ଜାନୁଆରୀ ୫ ତାରିଖ ଦିନ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଯଦି ଜଣେ ନାଗରିକ ର ବୟସ ୨୦୨୩ ସୁଦ୍ଧା ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହେଉଥିବ ତାହେଲେ ଜଣେ ଭୋଟର ଭାବେ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ। ବୈଠକରେ ଉପ ଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ବିଭିନ୍ନ ରାଜନୈତିକ ଦଳ କଂଗ୍ରେସ, ବିଜେପି,ବିଜେଡି, ସିପିଆଇଏମର ପ୍ରତିନିଧି,ନିର୍ବାଚନ ଶାଖାର ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଖିଲୋ ଓ କର୍ମଚାରୀ ଉପସ୍ଥିତ ଥିଲେ।

Related Post

ଟମାଟୋ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତୀଲେ ଡ୍ରାଇଭର, ହେଲପର

Posted by - November 29, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଆଜି ଭୋର୍ ସମୟରେ ଏକ ଟମାଟୋ ବୋଝେଇ ଟ୍ରକ ଭାରସାମ୍ଯ ହରାଇ…

ଶିକ୍ଷାବିତ ଡକ୍ଟର ରାଜୀବ ପଣ୍ଡା ଙ୍କ ଧୁଙ୍ଗିଆମୁଣ୍ଡା ପରିଦର୍ଶନ

Posted by - October 17, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ଓଡ଼ିଶାର ସୁସାହିତ୍ୟିକ , ଲବ୍ଧ ପ୍ରତିଷ୍ଠିତ ଲେଖକ , ଶିକ୍ଷାବିତ ଓ ଓଡିଶା ରାଜଧାନୀ ର କ୍ରିପ୍ଟନ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼କ୍ଟର…

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ତମ ଜନ୍ମ ଉତ୍ସବ ପାଳିତ

Posted by - April 27, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ )ପାରଳାଖେମୁଣ୍ଡି ମହାରାଜା କୃଷ୍ଟ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ୧୩୧  ତମ ଜୟନ୍ତି ରାୟଗଡା ଠାରେ ମହାରାଜା କୃଷ୍ଟ ଚନ୍ଦ୍ର ଗଜପତି…

ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

Posted by - September 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତକାଲି ଅପରାହ୍ନ ସମୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ କେନ୍ଦୁଗୁଡା ବିଜୁ ଏକ୍ସପ୍ରେସ ୱେ ବଜାର ପଡିଆ…

ହରିଶଙ୍କର ଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ

Posted by - November 13, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ ବ୍ଲକ୍ ସଭାପତି ମୃତୁଞ୍ଜୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଶନିବାର…