ରଘୁନାଥ ପଡ଼ା ହନୁମାନ ପ୍ରସାଦ ଜୈନଙ୍କ ଘରୁ ଚୋରି ମାମଲାରେ ତିନି ଆନ୍ତ ଜିଲ୍ଲା ଚୋର ଗିରଫ 

49 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଗତ ୧୪.୧୦.୨୦୨୨ ତାରିଖ ଦିନ ରଘୁନାଥ ପଡ଼ାର ହନୁମାନ ପ୍ରସାଦ ଜୈନ ଟିଟିଲଗଡ ଥାନାରେ ଘରୁ ଚୋରି ହୋଇଥିବା ଏକ ରିପୋର୍ଟ ଦାୟର କରିଥିଲେ। ୧୦.୧୦.୨୦୨୨ ତାରିଖରୁ ସେ ନିଜ ସ୍ତ୍ରୀ ଙ୍କ ଚିକିସ୍ସା ନିମନ୍ତେ କଟକ ଯାଇଥିଲେ ଏବଂ ୧୪.୧୦.୨୦୨୨ ତାରିଖ ଘରକୁ ଫେରିଥିଲେ। ଘରକୁ ଫେରି ଦେଖିବାକୁ ପାଇଲେ ଯେ ତାଙ୍କ ଘରର ମେନ ଗେଟ ତଥା ଅନ୍ୟ କବାଟର ତାଲା ଭାଙ୍ଗି କିଛି ଦୁର୍ବୃତ୍ତ ସୁନା ତଥା ରୁପା ଗହଣା ସବୁ ଚୋରି କରି ନେଇଯାଇଛନ୍ତି। ଏହି ସମ୍ବନ୍ଧରେ ଉକ୍ତ ମକଦ୍ଦମା ରୁଜ୍ଜୁ କରାଯାଇ ଏସପି ବଲାଙ୍ଗିରଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ଼ ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବରିହାଙ୍କ ତତ୍ବାବଧାନରେ ଏସଆଇ ନରେନ୍ଦ୍ର ଛତ୍ର , ଏସଆଇ ଦେବାଶିଷ ଶତପଥି, କନେଷ୍ଟବଳ ରାମ ବଗର୍ତି , ଓଏପିଏଫ ପୀତାମ୍ବର ପୁଝାରି ଆଦିଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା ।

ଅନେକ ପରିଶ୍ରମ ପରେ ଉକ୍ତ ଟିମ ଏହି ଘଟଣାର ମାଷ୍ଟର ମାଇଣ୍ଡ ରିପୋର୍ଟକାରୀଙ୍କ ଘରେ ରହୁଥିବା ସୁଗମ ଚରଣ ବେହେରା ଏବଂ ତାଙ୍କ ସହଯୋଗୀ ମହେଶ କୁମାର ଶର୍ମା ଓ ଗଙ୍ଗା ହନୁମାନକୁ ଧରିବାରେ ସଫଳ ହେଇଥିଲା । ତାଙ୍କଠାରୁ ସୁନା/ରୂପା ଗହଣା ଯଥା ସୁନା ମୁଦି , ରୂପା ମୁଦି , ସୁନା କାନଫୁଲ , ରୂପା କଏନ ଇତ୍ୟାଦି ତଥା ବଳକା ଅଳଙ୍କାରକୁ ବିକ୍ରି କରି ପାଇଥିବା ୧,୩୩,୦୦୦ ଟଙ୍କା ତଥା ଏହି ଚୋରିରେ ବ୍ଯବହୃତ ହେଇଥିବା ସ୍କୁଟରକୁ ଜବତ କରିବାରେ ସଫଳ ହେଇଛି ଟିଟିଲାଗଡ଼ ପୋଲିସ। ଉକ୍ତ ଆନ୍ତଜିଲ୍ଲା ତିନିଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ରଞ୍ଜନ କୁମାର ବରିହା।

Related Post

ବିଧାନସଭାରେ ଗୃହୀତ ହେଲା କୋଭିଡ ନିୟମ ଉଲ୍ଲଂଘନ ବିଲ୍

Posted by - October 1, 2020 0
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିବସରେ ସଂକ୍ରାମକ ରୋଗ ବିଲ-୨୦୨୦ ପାରିତ ହୋଇଛି । ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ ବିଧାନସଭାରେ ଗୃହୀତ…

ଅତାବିରାର ଯୁବ ଖେଲାଲୀ ପ୍ରମୋଦ ଭଗତଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷିତ

Posted by - January 25, 2022 0
ବରଗଡ/ଅତାବିରା:ବିଶ୍ୱ ଦରବାରରେ ବେଡମିଣ୍ଟନ ଖେଲରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଟୋକିଓ ପାରା ଆଲମ୍ପିକ ରେ ସ୍ୱର୍ଣ୍ଣ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଥିବା…

ବରଗଡ଼ ଠାରେ ଅନୁଷ୍ଠିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା ଯୋଗଦେଲେ ସହସ୍ରାଧିକ ବ୍ୟକ୍ତି

Posted by - August 8, 2022 0
ବରଗଡ଼:(ରାମାକାନ୍ତ ବିଶ୍ଵାଳ) ୭ ଅଗଷ୍ଟ ୨୦୨୨ ରବିବାର ଗତକାଲି ବରଗଡ଼ ସହରରେ ଅନୁଷ୍ଠିତ ହୋଇଥିଲା ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା । ସହସ୍ରାଧିକ ବ୍ୟକ୍ତି ସ୍ବେଛାକୃତ ଭାବେ…

ବିଶ୍ୱବିଦ୍ୟାଳୟ ଦାବୀ କୁ ପ୍ରତ୍ୟାଖ୍ୟାନ କଲା ଜିଲ୍ଲା ପ୍ରଶାସନ। ଖେଳ ପଡିଆରେ ଆରମ୍ଭ ହେଲା ଅସ୍ଥାୟୀ ବସଷ୍ଟାଣ୍ଡ

Posted by - December 5, 2021 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୁରୁଣା ବସଷ୍ଟାଣ୍ଡ କୁ ଭାଙ୍ଗିବା ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବିଶ୍ଵବିଦ୍ୟାଳୟ ଖେଳ…

ଅଗଷ୍ଟ ୧୨ ତାରିଖରେ ଏହି ଦେଶ ରେ ପଞ୍ଜୀକରଣ ହେବ କୋଭିଡ ଟୀକା

Posted by - August 8, 2020 0
ନୂଆଦିଲ୍ଲୀ: COVID-19 ଟିକା ଦଉଡ ରେ  ସବୁଠାରୁ ବଡ ବିକାଶ କୁହାଯାଇପାରେ, ରଷିଆ  ଅଗଷ୍ଟ ୧୨, ୨୦୨୦ରେ COVID-19 ଟିକା ପଞ୍ଜିକରଣ କରିବାରେ ବିଶ୍ଵର ପ୍ରଥମ ଦେଶ…