ଅସ୍ଥାୟୀ CLR କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବାକୁ ଦାବି

27 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓ ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତି ତରଫରୁ ସମ୍ବଲପୁର ଖଣ୍ଡ ତରଫରୁ ଅସ୍ଥାୟୀ CLR କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରାଯିବା ନେଇ ଦାବି କରାଯାଇଛି । ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏହି ଦାବି ପୁରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓ ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତି ତରଫରୁ ଅଭିଯୋଗ କରାଯାଇଛି ଯେ ସମ୍ବଲପୁର ଜିଲ୍ଲା ଅଧିନସ୍ଥ ଜନସ୍ବାସ୍ଥ୍ୟ ବିଭାଗରେ ଦୀର୍ଘ ୨୦ ରୁ ୨୫ ବର୍ଷ ରୁ ଉର୍ଦ୍ଧ୍ବ ହେବ CLR ଅସ୍ଥାୟୀ କର୍ମଚାରୀମାନେ କାର୍ଯ୍ୟ କରିଆସୁଅଛନ୍ତି । ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ଏହି କର୍ମଚାରୀମାନେ ସୂଚାରୁ ରୂପେ ଖରା, ବର୍ଷା ଓ ଶୀତକୁ ଖାତିର୍ ନକରି ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଆସୁଅଛନ୍ତି।

ଅନ୍ୟପଟେ ସରକାର ବର୍ତ୍ତମାନ ୫୭ ହଜାର ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ରୂପେ ଗତ ତା.୧୫.୧୦.୨୦୨୨ରିଖରେ ଘୋଷଣା କରିଛନ୍ତି । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଜଳ ଯୋଗାଣ ଭଳି ଏକ ଅତ୍ୟାବଶ୍ୟକୀୟ ସେବା ସଂସ୍ଥାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ମଧ୍ୟ, ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମହୋଦୟ ଜନସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କ ବିଷୟରେ କୌଣସି ପ୍ରକାର ବିଚାର କଲେ ନାହିଁ ।ଏଣୁ ଯାନ୍ତ୍ରିକ କର୍ମଚାରୀ ସଂଘ ଓ ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତି ତରଫରୁ ୧୫ ଦିନ ମଧ୍ୟରେ ଉଚିତ୍‌ ପଦକ୍ଷେପ ନେଇ ସ୍ଥାୟୀ ନିଯୁକ୍ତି ପ୍ରଦାନ ନକଲେ ଆଗାମୀ ଦିନରେ “ଗଣଧାରଣା” ପରି ଆନ୍ଦୋଳନ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ସଂଘ ବାଧ୍ୟ ହେବ ବୋଳି ଚେତାବନୀ ଦିଆଯାଇଛି ।

Related Post

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ

Posted by - October 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ତାରିଖରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ଜିଲ୍ଲା ଟ୍ରେନିଂ ବୌଦ୍ଧ ରେ ପାଳିତ ହୋଇଛି!ଏହିକାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ମୁଖ୍ୟ…

ଜହ୍ନାପଙ୍କରେ ସ୍ଵାଧୀନତାର ଅମୃତ ମହତ୍ସଵ ପାଳିତ

Posted by - August 25, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)୨୪/୮;ବୌଦ୍ଧ ବ୍ଲକ ଜହ୍ନାପଙ୍କଠାରେ ସ୍ଵାଧୀନତାର ୭୫ ବର୍ଷ ଅବସରରେ ଅମୃତ ମହତ୍ସଵ ପାଳିତ ହୋଇଯାଇଛି।ବୌଦ୍ଧ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଏବଂ ମାରୁତି ଯୁବକ ସଂଘ ପକ୍ଷରୁ…

ମଧୁସୂଦନପୁର ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ

Posted by - December 10, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ…

ଟିଟିଲାଗଡ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ପାଇଁ ବିକ୍ଷୋଭ ପ୍ରଦର୍ଶନ

Posted by - February 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଛାତ୍ରକ୍ରିୟାନୁଷ୍ଠାନ କମିଟି ତରଫରୁ ଚଳିତବର୍ଷର ଯୁକ୍ତଦୁଇ ବୋର୍ଡ଼ ପରୀକ୍ଷା ବାତିଲ ଦାବି ନେଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏଥିରେ…

ଷ୍ଟେଟ ବ୍ୟାଙ୍କର ୟୋନୋ ଆପ ବିଷୟରେ ସଚେତନତା ରାଲି

Posted by - December 5, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ବ୍ୟାଙ୍କରେ ବିଭିନ୍ନ କାମ ପାଇଁ ବହୁତ ଭିଡ଼ ଜମୁଛି, ଲୋକଙ୍କୁ ଘରେ ବସି ସୁବିଧା ତଥା ସେବା ଦେବା ଉଦ୍ଧେଶ୍ୟରେ ଷ୍ଟେଟ…