କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ

57 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡିଇଓ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଇଓ ଟେମଲାଲ ଦୁବେ, ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ମ.ରାମପୁର ବିଇଓ ଠାକୁର ସାହୁ ଯୋଗ ଦେଇଥିଲେ। ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ କୁନି କଳାକାର ଶ୍ରେୟାଶ୍ରୀ ପଟ୍ଟନାୟକ।

ଏଥିରେ ଜିଲ୍ଲାର ୧୩ଗୋଟି ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚିତ୍ରକଳା ଓ ଶିଳ୍ପକଳା, ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ଲୋକ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ଶାସ୍ତ୍ରୀୟ ଓ ଲୋକ ନୃତ୍ୟ, ଟୁଡି ଓ ଥ୍ରୀଡି ଭିଜୁଆଲ୍ ଆର୍ଟ, ସ୍ବଦେଶୀ ଖେଳନା ଓ ଖେଳ, ଏକକ ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସ୍ତରରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ‘ସୁରଭି’ ଓ କଳା ଉତ୍ସବରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।

ଉଦଯାପନୀ ଉତ୍ସବରେ ଅତିଥି ଭାବେ ଧର୍ମଗଡ଼ ଉପଜିଲ୍ଲାପାଳ ବେଦଭୂଷଣ, ଡିଇଓ ସୁଶାନ୍ତ ଚୋପଦାର, ଏଡିଇଓ ଟେମଲାଲ ଦୁବେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ନର୍ଲା ବିଇଓ ତପିମଣି ଜାନୀ, ଗୋଲାମୁଣ୍ଡା ବିଇଓ ନବକିଶୋର ସାହୁ, ପିଇଆଇ ମହେନ୍ଦ୍ର ପଣ୍ଡା, ଡିଏସ୍ଏସ୍ ଦୁଷ୍ମନ୍ତ ଶେଖର ପାଢ଼ୀ, ସମଗ୍ର ଶିକ୍ଷା ଜିଲ୍ଲା ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉଭୟ ସଂପାନକୁ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ୱର ରଣା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ, ବାପୁଜୀ ସିଆରସିସି ମିନତୀ କୁମାରୀ ପ୍ରଧାନ ଓ ଶିକ୍ଷକ ସଂଜୀବ ପାଢ଼ୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସୌମେନ୍ଦ୍ର ପଟ୍ଟନାୟକ, ପ୍ରଭାତ ସାହୁ, କେ.ଲଳିତ ମୋହନ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ସିଆରସିସି ଅଜିତ ପଧାନ, ସନ୍ତୋଷ ଆଚାର୍ଯ୍ୟ, ଶିକ୍ଷକ ଆଲେକଜାଣ୍ଡାର୍ ଫିଲିପ୍, ମନୋଜ ପଣ୍ଡା, ବିରଞ୍ଚି ନାରାୟଣ ମୁଣ୍ଡ, ଜିତେନ୍ଦ୍ର ବିଶ୍ବାଳ, ମନୋଜ ସାହୁ, ଯୁଗେଶ୍ୱର ମାଝୀ, ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Related Post

ବର୍ଷାରେ ବେହାଲ ଯୋଡା ପୌରପାଳିକା, ରୋଡ ଉପରେ ସର୍ଭିସ ସେଣ୍ଟର, ମନ୍ଦିର ଭିତରେ ଆଣ୍ଠୁଏ ପାଣି

Posted by - August 27, 2020 0
ଯୋଡା:(ସୀତାରାମ ଦୀକ୍ଷିତ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ବର୍ଷାରେ ସମଗ୍ର ରାଜ୍ୟବାସୀ ବେହାଲ ହୋଇପଡିଥିବା ବେଳେ ସେଥିରୁ ବର୍ତ୍ତିନାହାନ୍ତି ଯୋଡା ସହରବାସୀ ।…

ଭୁବନେଶ୍ବରରେ ଦେଶର ପ୍ରଥମ ଫାୟାର ପାର୍କ ଉଦ୍‌ଘାଟିତ

Posted by - January 5, 2021 0
ଭୁବନେଶ୍ବର :ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଫାୟାର ପାର୍କ ଉଦ୍‌ଘାଟନ ହୋଇଯାଇଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କକୁ ଉଦ୍‌ଘାଟନ କରିଛନ୍ତି।ଅଗ୍ନି ନିରାପତ୍ତା ପଦକ୍ଷେପ…

ଆମେରିକା ପାଣିପାଗ ସଂସ୍ଥା ର ପୂର୍ବାନୁମାନ,ଜାରିକଲା “ଅମ୍ଫାନ” ର ଗତି ପଥ

Posted by - May 15, 2020 425
ଭୁବନେଶ୍ବର :ଆସୁଥିବା ବାତ୍ୟା ସମ୍ପର୍କିତ ତଥ୍ୟ । ଭାରତୀୟ ସମୟ ଗୁରୁବାର ୧୪ ତାରିଖ  ବିଳମ୍ବିତ ରାତିରେ ଭାରତ ପାଣିପାଗ ବିଭାଗ ଏହି ବାତ୍ୟା କୁ ଏକ…

ହରଭଙ୍ଗା ବ୍ଲକ ରେ ପାଳିତ ହେଲା ୭୫ ବର୍ଷ ସ୍ୱାଧୀନତା ଦିବସ

Posted by - August 15, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ) ବୌଦ୍ଧ. ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ଅବସରରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ମହା ସମାରୋହରେ ପାଳିତ ହୋଇଛି ସ୍ୱାଧୀନତା ଦିବସ!ସରକାରୀ,…

ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ କମିଶନର

Posted by - March 8, 2021 0
ଭୁବନେଶ୍ବର:ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି।ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ କମିଶନର। ୧୯୯୫ ବ୍ୟାଚ୍‌ ବରିଷ୍ଠ…