ମୌଳିକ ସୁବିଧାରୁ ବଞ୍ଚିତ ଭୁକ୍ତାପଡାରେ ଲାଗିଛି ଲୋକଙ୍କ ଭିଡ

28 0

ସମ୍ବଲପୁର: ୦୫/୧୦ (ରମାକାନ୍ତ ବିଶ୍ବାଳ) ଗମନାଗମନ,ପାନୀୟ ଜଳ ପ୍ରଭୃତି ମୌଳିକ ସମସ୍ୟାଠୁ ବହୁ ଦୂରରେ ଥିବା ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ପଞ୍ଚାୟତର ସରେଇପାଲି ଗ୍ରାମର ଭୁକ୍ତାପଡା ଏବେ ଖୁବ୍ ଚର୍ଚ୍ଚାରେ । ସାମାନ୍ୟ ଲୁଣ ଟିକେ ମିଳୁନଥିବା ଗାଁରେ ଏବେ ଗତ କିଛି ଦିନ ଭିତରେ ଗଢିଉଲାଣି ହୋଟେଲ ଠାରୁ ପୂଜା ଦୋକାନ ଯାଏ । ଗଣ୍ଡ,ଗଉଡ ଓ ଭୁକ୍ତା ଜାତିର ମାତ୍ର ୭ ପରିବାର ଏଠାରେ ବସବାସ କରୁଥିବା ବେଳେ ପଡାରେ ଦିନକୁ ଦିନ ବଢିଚାଲିଛି ଲୋକଙ୍କ ଭିଡ ।

ଏହି ଭିଡକୁ ଅନ୍ଦବିଶ୍ୱାସ ବୋଲି କେହି କେହି କହୁଥିବା ବେଳେ,ଧର୍ମଭାବନା ଓ ଆତ୍ମ ବିଶ୍ୱାସ ନେଇ ଭିଡ ଜମାଟ ବାନ୍ଧୁଥିବା ଦେଖିବାକୁ ମିଳିଛି । ଏହି ଭିଡ ହେବାର କାରଣ ଏହି ଗାଁର ସ୍ୱର୍ଗତ ତରଣୀ ସେନ ସରନିଆଁଙ୍କ ସ୍ତ୍ରୀ ମଞ୍ଜନି ସରନିଆଁ ନିଜ ଅଭାବ ଅନାଟନର ସାମ୍ନା କରିନପାରି ଲୋକ ବିଶ୍ୱାସ ଥିବା ସରେଇପାଲି ବନ୍ଧରେ ପାଳ ପଡିଥିଲେ ।ଜନଶୃତି ରହିଛି ଏହିବନ୍ଧରେ ପାଳ ପଡିଲେ ଭଗବାନ ଗୁହାରି ଶୁଣନ୍ତି । ୭ ଦିନ ପାଳ ପଡିବା ପରେ କୁଆଡେ ମଞ୍ଜନିକୁ ସ୍ୱପ୍ନାଦେଶ ହୋଇଥିଲା ଘରେ ଭଗବାନ ଉଭା ହୋଇଛନ୍ତି ,ସେଠାରେ ପୂଜାର୍ଚ୍ଚନା କଲେ ଲୋକଙ୍କ ଦୁଃଖ ମୋଚନ ହେବ ।

ଏହା ସେ ଧ୍ୟାନରୁ ଉଠି ଘରେ ପୁଜାର୍ଚ୍ଚନା କରିବା ପରେ କଥା ଏକାନରୁ ସେକାନ ଡେଇଁ ଦିନକୁ ଦିନ ଭିଡ କେବଳ ବଢୁନି ବରଂ ଏ ଦର୍ଶନ ପରେ ଅନେକଙ୍କୁ ସୁଫଳ ମିଳୁଥିବା ନେଇ ପବନ ବେଗରେ ପ୍ରଚାରିତ ହେଉଥିବା ଯୋଗୁଁ ଚିର ଅବହେଳିତ ଭୁକ୍ତାପଡାର ଚିତ୍ର ବଦଳିବାରେ ଲାଗିଛି । ମୌଳିକ ସମସ୍ୟାରୁ ବଞ୍ଚିତ ପଡାବାସୀ ମଞ୍ଜନିଙ୍କ କେବଳ ଦର୍ଶନ କରୁନାହାନ୍ତି ବରଂ ଗାଁର ରୂପ ବଦଳେଇ ଦେବାକୁ ଆଶ୍ୱାସନ ବାଣି ମଧ୍ୟ ଏବେ ସେଠି ଶୁଣିବାକୁ ମିଳୁଛି ।

Related Post

ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

Posted by - June 18, 2020 56
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ରତ୍ନଗିରି ଠାରେ ରତ୍ନଗିରି ଷ୍ଟେଟ୍ ବ୍ୟାଙ୍କର ଏକ ନୂତନ ଗ୍ରାହକ ସେବା କେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥିଭାବେ…

ତପସ୍ପିନି ଟ୍ରେନରେ ଆରମ୍ଭ ହେଲା LHB କୋଚ ଯାତ୍ରା

Posted by - January 7, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଏଣିକି ସମ୍ବଲପୁର ସମେତ ଓଡିଶା ର ୮ ଗୋଟି ଜିଲ୍ଲାର ଲୋକେ ପାଇପାରିବେ ପୁରୀ ହାଟିଆ ଏସ୍କପ୍ରେସ ଟ୍ରେନରେ ଆରାମ ଦାୟକ ଯାତ୍ରାର ସୁବିଧା ।…

ଯୁବ ଫେରି ବ୍ୟବସାୟୀ ନିଖୋଜ

Posted by - March 7, 2021 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବିଂଝାରପୁର ବଜାର ନିକଟରେ ଦୀର୍ଘ ଦିନ ଘର ଭଡ଼ା ନେଇ ନେଇ ଫେରି ବ୍ୟବସାୟ କରୁଥିବା ପଶ୍ଚିମବଙ୍ଗ…

ନୂତନ ଥାନା ଅଧିକାରୀ ଙ୍କୁ ଅଭିନନ୍ଦନ ଜଣାଇଲେ ସାମାଜିକ ସଂଗଠନ

Posted by - August 19, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ଓଡ଼ିଶାର ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ୟୁଥ ଫୋର ଆକ୍ସନ ବାଲେଶ୍ୱର ଜିଲ୍ଲା ପରିବାର ତରଫରୁ ଆଜି ସକାଳେ ବାଲିଆପାଳ ଥାନା ଅଧିକାରୀ ଭାବେ ନୂତନ…