ଇନ୍ଦ୍ରାବତୀ କେନାଲ ରୁ ଧର୍ମଗଡ ଅଞ୍ଚଳକୁ ରବିଚାଷ ପାଇଁ ଜଳ ଯୋଗାଣ ଦାବିରେ ଚାଷୀଙ୍କ ଦାବିପତ୍ର

167 0

ଧର୍ମଗଡ଼: (ହେମନ୍ତ କୁମାର ମାଝୀ) ଇନ୍ଦ୍ରାବତୀ କେନାଲରୁ ଧର୍ମଗଡ ଅଞ୍ଚଳର ଚିଲିଚିଲା ଡିସଟ୍ରିବୁଟରୀ ଓ ତେନ୍ତୁଳିଆପଡା ଶବମାଇନର କୁ ରବି ଚାଷ ପାଇଁ କେନାଲ ପାଣି ଯୋଗେଇଦେବା ଦାବିରେ ଉପଜିଲ୍ଲାପାଳ ଙ୍କୁ ଚାଷୀଙ୍କ ଦାବିପତ୍ର l କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ଚାଷ ଛଡା ଅନ୍ୟ କୋଣସି ରୋଜଗାର ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ ଏହି ଅଞ୍ଚଳରେ ପରିବାର ପ୍ରତିପୋଷଣ ପାଇଁ ଚାଷ ହି ଏକମାତ୍ର ଉପାୟ ଯଦି କେନାଲ ପାଣି ଦିଆ ନ ଯିବ ତାହା ହେଲେ ଦାଦନ ସମସ୍ୟା ଦେଖାଯିବ l

ଗତବର୍ଷ ଇନ୍ଦ୍ରାବତୀ ଡ୍ୟାମ୍ପ ରେ ପାଣି କମ ଥିବା ତଥା କେନାଲ ମରାମତି କରିବା ପାଇଁ ଧର୍ମଗଡ ଅଞ୍ଚଳରେ ପାଣି ଦିଆ ଯାଇ ନ ଥିଲା ଯାହାଫଳରେ ଦରିଦ୍ର ସମସ୍ୟା, ଦାଦନ ସମସ୍ୟା ଅଧିକ ବୃଦ୍ଧି ପାଇଥିଲା l ସେଥିପାଇଁ ଚଳିତ ବର୍ଷ ଧର୍ମଗଡ ଅଞ୍ଚଳ ର ଚିଲିଚିଲା ଡିସଟ୍ରିବୁଟରୀ ଏବଂ ତେନ୍ତୁଳିଆପଡା ସବମାଇନର କୁ ରବିଚାଷ ପାଇଁ କେନାଲ ପାଣି ଯୋଗେଇ ଦେବା ପାଇଁ ଚାଷୀ ମାନେ ଦାବି କରିଛନ୍ତି l ଧର୍ମଗଡ ଅଞ୍ଚଳ କୃଷକ ସଂଗଠନ ପକ୍ଷରୁ ଆଜି ଧର୍ମଗଡ ଉପଜିଲ୍ଲାପାଳଙ୍କୁ ପାଣି ଯୋଗେଇ ଦେବା ଦାବିରେ ଦାବିପତ୍ର ଦେଇଛନ୍ତି ।

Related Post

ମର୍ତ୍ତ୍ୟରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ, ଦର୍ଶନ ଲାଗି ଲୋକଙ୍କ ଭିଡ଼

Posted by - June 12, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି…

ସଦର ଥାନା କବୀରପୁର ଗାଁ ନିକଟସ୍ଥ ପୋଖରୀରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର

Posted by - March 6, 2020 0
ଯାଜପୁର: ଯାଜପୁର ଟାଉନର ବରୁହାଁ ଅଞ୍ଚଳରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦ନଂ ଜାତୀୟ ରାଜପଥ ରାସ୍ତାର କବୀରପୁରଠାରେ ଭାରସାମ୍ୟ ହରାଇ ଏକ ବାଇକ୍ ପୋଖରୀ ମଧ୍ୟକୁ ଖସି…

ହୋମିଓପ୍ୟାଥିକ ଡକ୍ଟର ଅଭିନନ୍ଦନ ଜୈନଙ୍କ ପରଲୋକ

Posted by - May 28, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ଜୈନ ତେରାପନ୍ଥ ଧର୍ମସଙ୍ଗ ର ବରିଷ୍ଠ ଶ୍ରାବକ ତଥା ହୋମିଓପ୍ୟାଥିକ ଡାକ୍ତର ଭାବରେ ଅଞ୍ଚଳରେ ଜଣାଶୁଣା ଅଭିନନ୍ଦନ ଜୈନ(୬୪)ଙ୍କ ଗତକାଲି ଗୁରୁବାର ଅପରାହ୍ନ…

ଆସନ୍ତା କାଲି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Posted by - May 29, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ଆସନ୍ତାକାଲି ସଂଧ୍ୟା ୫.୩୦ ମିନିଟ୍‌ରେ ସମସ୍ତଙ୍କୁ ବନ୍ଦେ ଉତ୍କଳ…