ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

34 0

ବୌଦ୍ଧ : (ଚିତ୍ତ ରଂଜନ ସିଂ) ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ହରଭଙ୍ଗା ବ୍ଲକ ଅନ୍ତର୍ଗତ ବନ୍ଧାପଥର ଭାରତୀ ଯୁବକ ସଙ୍ଘ ଓ ବନ୍ଧାପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କ୍ଲବ ସଭାପତି ଦିନେଶ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏକ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହିପରି ଆଧାରରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ଓ କ୍ରୀଡ଼ା ଶିକ୍ଷୟତ୍ରି ମମତା ଦାସଙ୍କ ତତ୍ତ୍ୱାବଧାନରେ ପାଳନ କରାଯାଇଛି ।

ସେହିପରି ରମାଦେବୀ ମହିଳା ମଣ୍ଡଳ,କାଲାମ ଯୁବକ ସଙ୍ଘ ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଏବଂ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକକଳା ବିକାଶ କେନ୍ଦ୍ରର ମିଳିତ ସହଭାଗିତାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିବା ସମସ୍ତ ପ୍ରଧାନ ଶିକ୍ଷକ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିବା ବେଳେ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ପ୍ରବୀଣା କର୍ଣ୍ଣ ଶପଥ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ମନୋଜ ଭୋକ୍ତା ଓ ସୁପ୍ରିୟା ଦେହୁରୀ ସହଯୋଗ କରିଥିଲେ ।

Related Post

ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Posted by - January 8, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । କୃଷକ ମାନଙ୍କ ନିକଟରେ ସରକାରୀ…

କାର୍ଯ୍ୟରେ ଅବହେଳା ଅଭିଯୋଗରେ କେ ଗାଁ IIC ନିଲମ୍ବିତ

Posted by - October 22, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ରେ କାର୍ଯ୍ୟରେ ଅବହେଳା ଯୋଗୁଁ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - August 1, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ…

ଗଛ ଡ଼ାଳ ପଡ଼ି ଯୁବକ ମୃତ

Posted by - May 6, 2022 0
ବେଳଗୁଣ୍ଠା-::( ସୁଶାନ୍ତ କୁମାର ବେହେରା)ଭଂଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ପଟଖଣ୍ଡା ମନ୍ଦିର ସ୍ଥିତ ଭଂଜନଗର ଓ ଗାଲେରୀ ଯିବାକୁ ଥିବା ମୁଖ୍ୟ ସଡକ ରେ ଏକ…

YCDA ର ପଂଚାୟତ ସ୍ତରୀୟ ଦିନିକିଆ ଶିଶୁସୁରକ୍ଷା କର୍ମଶାଳା ବୈଠକ

Posted by - September 23, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ଆଜି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ YCDA ର Early childhood Intervetion programme ଚଳୁଥିବା ବୌଦ୍ଧ ବ୍ଲକ ର ମୁଣ୍ଡlପଡ଼ା ଗ୍ରାମପଂଚାୟତ ର ପଂଚାୟତ…