ନଭେମ୍ବର ୧୨ ରେ ରାଷ୍ଟ୍ରିୟ ଲୋକ ଅଦାଲତ ମାମଲା ପରିଚାଳନା

63 0

କେସିଙ୍ଗା : (ପୀତେଶ ପଟେଲ) ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇ ଆସନ୍ତା ନଭେମ୍ବର 12 ତାରିଖ ଶନିବାର ଦିନ କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି।ଉକ୍ତ ଲୋକ ଅଦାଲତରେ ରଫା ଯୋଗ୍ଯ ଫୌଜଦାରୀ ମାମଲା, ଚେକ ବାଉନ୍ସର ମାମଲା ,ବ୍ୟାଙ୍କ ୠଣ ମାମଲା, ବୈବାହିକ ମାମଲା, ରାଜସ୍ୱ, ଦେୱାନୀ ଇତ୍ୟାଦି ମାମଲାମାନ ବିଭାଗୀୟ ଅଦାଲତରେ ଆଗତ କରାଯିବ। ଜନସାଧାରଣ ଯଦି ଏହିଭଲି ମାମଲା ଆପୋଷ ସମାଧାନା ମାଧ୍ୟମରେ ଲୋକ ଅଦାଲତରେ ସମାଧାନ କରିବାକୁ ଚାହୁଛନ୍ତି, ସେମାନେ ଅଦାଲତରେ ଆଗୁଆ ଦ୍ବାରସ୍ଥ ହୋଇ ଏହାର ଫଏସଲା କରିପାରିବେ ବୋଲି ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀ ହୃଷୀକେଶ ଖେମୁଣ୍ଡୁ ପ୍ରକାଶ କରୁଛନ୍ତି।

ଯଦି କୌଣସି କୋର୍ଟ୍ କଚେରିରେ ଆପଣଙ୍କର ମାମଲା ବିଚାରାଧୀନ ଅଛି ଅଥବା ଅପଣଙ୍କର କାହା ସହିତ ବିବାଦ ରହିଛି, ନତୁବା ଆପଣଙ୍କର କୌଣସି ମାମଲା ଅଦାଲତରେ ବିଚାରାଧିନ ନ ଥାଇ ଆପଣ ନିଜ ନିଜର ବିବାଦର ପ୍ରାପ୍ତ ମୋକଦମା ସମ୍ବନ୍ଧରେ ମାମଲାର ଦାୟର ଓ ଏହାର ଫଏସଲା କରିବା ପାଇଁ ଚାହୁଁଛନ୍ତି, ତାହେଲେ ନିକଟସ୍ଥ ତାଲୁକା ଆଇନ ସେବା ସମିତୀ କାର୍ଯ୍ୟଳୟକୁ ଯାଇ ନିର୍ଦ୍ଧାରିତ ଆବେଦନ ଫର୍ମରେ ଆବେଦନ କରିପାରିବେ ବୋଲି ଜନସାଧାରଣଙ୍କୁ ସୂଚନା ଦିଆଯାଇଅଛି । ଏହି ସୁଯୋଗର ସଦୁପଯୋଗ କରିବାକୁ ତାଲୁକ ଆଇନ ସେବା ସମିତୀ କେସିଙ୍ଗାର ଅଧ୍ୟକ୍ଷ ଶ୍ଥୀ ହୃଷୀକେଶ ଖେମୁଣ୍ଡୁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି।

 

Related Post

ଯାଜପୁର ଜିଲାରେ କୋରୋନା ସ୍ଥିତିର ସମୀକ୍ଷା

Posted by - March 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ କୋରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ଜିଲାପାଳ ରଂଜନ କୁମାର ଦାସ ସଦର ମହକୁମା ଡାକ୍ତରଖାନା ପରିଦର୍ଶନ କରିଥିଲେ । ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଓ ଉପଜିଲାପାଳ ପ୍ରମୁଖ ଗସ୍ତ କରି ଡାକ୍ତରଖାନାର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ ।କୋରୋନା ପାଇଁ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ୱାର୍ଡ କୁ ମଧ୍ୟ ବୁଲି ଦେଖିଥିଲେଆଉଟଡୋରରେ ରୋଗୀ ମାନେ ପରସ୍ପର ପରସ୍ପର ଠାରୁ ଦୂରତା ବଜାୟ ରଖିବାକୁ ସେ ପରାମର୍ଶଦେଇଥିଲେ । ସାରା ଜିଲାରେ ୧୪୪ ଧାରା ଲାଗୁ ହୋଇଥିବାରୁ କୌଣସି ସ୍ଥାନରେ ଗହଳି ସୃଷ୍ଟି ନ କରିବାକୁ ସେ ନିର୍ଦ୍ଧେଶ ଦେଇଛନ୍ତିଆସନ୍ତା ୨୧ ତାରିଖରୁ ହେବାକୁ ଥିବା ବାରୁଣୀ ବୁଡକୁ ପ୍ରଶାସନ ପକ୍ଷରୁ ସଂପୁର୍ଣ୍ଣ ବନ୍ଦ କରାଯାଇଛି ।  ଜିଲାର ବିଭିନ୍ନ ଗହଳି ପୂର୍ଣ୍ଣ ସ୍ଥାନ ଯଥା ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ ଅଂଚଳରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ସେ ନିର୍ଦ୍ଧେଶ ଦେଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ଲାଗୁ ହେଲା ଦରବୃଦ୍ଧି, କ୍ୟାବିନ୍ ସମେତ ଏମ୍‌ସିଏଚ୍‌ କ୍ୟାବିନ୍ ଦର ବଢ଼ିଲା

Posted by - October 2, 2019 0
ଭୁବନେଶ୍ବର: ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ କ୍ୟାବିନ୍ ଦରବୃଦ୍ଧି ଲାଗୁ ହୋଇଛି। କିଛି ଦିନ ପୂର୍ବରୁ ହସ୍ପିଟାଲର ସାଧାରଣ ପରିଷଦ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହୋଇଥିଲା। ଫଳରେ…

ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

Posted by - June 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ…

କୂପ ଭିତରୁ ଷଣ୍ଡ ଉଦ୍ଧାର……

Posted by - April 19, 2022 0
ହରଭଙ୍ଗା : (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ତିଲେଶ୍ୱର ଠାରେ ଏକ କୂଅ ଭିତରୁ ଏକ ଷଣ୍ଢ କୁଅଗ୍ନିଶମ ବାହିନୀ ଉଦ୍ଧାର…

ହେଲ୍ପିଂ ହ୍ୟାଣ୍ଡସର ବାର୍ଷିକ ଉତ୍ସବ ପାଳିତ

Posted by - April 12, 2022 0
ଯାଜପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡସ ପକ୍ଷରୁ ମୁଗୁପାଳ କଲେଜ ପଡିଆରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରିବେଶବିତ ଧର୍ମେନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତେ ପରିବେଶ ସୁରକ୍ଷା ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ ଏଥିସହିତ ଯେଉଁ ମାନେ ପରିବେଶ ପାଇଁ କାମ କରୁଛନ୍ତି ସେମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ । ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେIଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ଗଣମାଧ୍ୟମ ପ୍ରତିନିଧି,ସ୍ୱେଚ୍ଛାସେବୀ,କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।