Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ପୁଣି ଗୁରୁଶିଷ୍ୟ ସଂପର୍କରେ  କଳଙ୍କ

1110 125

ମୟୁରଭଞ୍ଜ:୧୭/୧୦/୨୦୧୯ ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ। ଏଭଳି ଏକ ସ୍ପର୍ଶକାତର ଘଟଣା ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବଡବ୍ରାହ୍ମଣମାରା ସରକାରୀ ଉପ୍ରା ବିଦ୍ୟାଳୟରେ ଦେଖିବାଜୁ ମିଳିଛି। ଶିକ୍ଷକଙ୍କ କେଳେଙ୍କାରି ପଡିଲା ପଦାରେ ।

ଜନୈକା ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ସଂପୃକ୍ତ ଶିକ୍ଷକ ଅସଦାଚରଣ କରିଥିବା ଭଳି ସଙ୍ଗୀନ ଅଭିଯୋଗ ପ୍ରଚାର ହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୋଗ ଅନୁଯାୟୀ ଘଟଣାଟି ଗତକାଲିର। ଗତକାଲି  ଜଣେ ଶିକ୍ଷକ  ଷଷ୍ଠ ଶ୍ରେଣୀରେ ପଢୁଥିବା ଜନୈକା ଛାତ୍ରୀ  ସହ ଅସଦଚରଣ କରିଥିବାର ଅଭିଯୋଗ କରିଛନ୍ତି ପିଡିତା ଛାତ୍ରୀ । ତେବେ ଖରାବେଳେ ଖାଇବା ପାଇଁ ଥାଳି ଆଣିବାକୁ ଆସିଥିବା ସମୟରେ ଏକାକି ପାଇ ଜରଜବରଦସ୍ତ କରିଥିବା ଅଭିଯୋଗ କରିଥିଲେ ଛାତ୍ରୀ ଜଣକ । କିନ୍ତୁ ଛାତ୍ରୀ ଜଣକ ଏକଥା ବିଦ୍ୟାଳୟରେ କାହାକୁ ନ କହି ରହୁଥିବା ହଷ୍ଟେଲର ମେଟ୍ରୋନଙ୍କୁ ପ୍ରଥମେ କହିଥିଲେ ।

ପରମୁହୁର୍ତରେ ଏଘଟଣା ବିଷୟରେ ମେଟ୍ରୋନ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ । ପରେପରେ ଏ ଘଟଣା ଚାରିଆଡେ ପ୍ରଚାର ହୋଇଯିବାରୁ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ଶହଶହ ସଂଖ୍ୟାରେ ଗ୍ରାମବାସୀ  ସ୍କୁଲରେ ପହଞ୍ଚି ପାଟିତୁଣ୍ଡ କରିବା ସହ ସମ୍ପୃକ୍ତ ଶିକ୍ଷକ ସ୍କୁଲକୁ ଆସିଥିବା କାରକୁଟିକୁ ଭଙ୍ଗାରୁଜା  କରିଥିଲେ  । ଏ ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ସଦର ଥାନା ଭାରପ୍ରାପ୍ତ ଅଧିକାରୀ , ସଦର SDPO , ଏଡିସନାଲ ଏସ୍ ପି  ପହଞ୍ଚି  ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଶିକ୍ଷାକଙ୍କ ଜୀବନ ପ୍ରତି ବିପଦ ରହିଥିବା ଲକ୍ଷ୍ୟ କରି ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବିଦ୍ୟାଳୟ ପରିସରରେ ପୋଲିସଫୋର୍ସ ମୁତୟନ କରାଯାଇଛି।

Facebook Notice for EU! You need to login to view and post FB Comments!

Related Post

ଗ୍ରାମ୍ୟ ଉନ୍ନୟନ ବିଭାଗ ର ବୈମାତୃକ ମନୋଭାବ, କେବେ ମରାମତି ହେବ ଧାମନଗୁଡା ପୋଲ

Posted by - December 8, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଗ୍ରାମାଞ୍ଚଳ ଲୋକଙ୍କ ଗମନାଗମନ ବ୍ୟବସ୍ଥା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ କେତେକ କ୍ଷେତ୍ରରେ ଅସାଧୁ କର୍ମଚାରୀ,…

କୁମ୍ଭକର୍ଣ୍ଣ ନିଦ୍ରରେ ସ୍ବାସ୍ଥ୍ୟ ବିଭାଗ, ରୋଗୀ ହନ୍ତସନ୍ତ

Posted by - February 26, 2022 0
ମୁନିଗୁଡ଼ା;(ରମାକାନ୍ତ ପଡାଲ)ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିନରେ ଥିବା କୁମୁଡାବାଲି ଉପ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୁଇ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଡ଼ାକ୍ତର ବାବୁ…

ଅହଂକାର ଗର୍ବ ଠାରୁ ଦୂରେଇ ରୁହ; ଦାମୀ ଗାଡ଼ି ଚଢ଼ନା ବିଧାୟକଙ୍କୁ ନବୀନଙ୍କ ପରାମର୍ଶ

Posted by - July 4, 2019 0
ଭୁବନେଶ୍ୱର: ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖରେ ଜଡିତ ହେବାକୁ ଏବଂ ଭଦ୍ର,ନମ୍ର ଓ ସରଳ ଜୀବନଯାପନ କରିବାକୁ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ…

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ

Posted by - July 27, 2021 0
ଯାଜପୁର ଅଫିସ:ରାଜ୍ୟ ର ସର୍ବ ପୁରାତନ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଶାଖା ପକ୍ଷରୁ ସୋମବାର ସଂଘ ର ସଭାପତି ହରିହର ସ୍ୱାଇଁ ଙ୍କ ନେତୃତ୍ୱରେ ଯାଜପୁର…

ଯାଜପୁରର ବରୀ ଗସ୍ତ କଲା ବିଜେପି ଟିମ୍

Posted by - September 10, 2020 0
ଯାଜପୁର(ଆନନ୍ଦଚନ୍ଦ୍ରସାହୁ)ବିଜେପିର ଏକ ପ୍ରତିନିଧି ଦଳ ବରୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତକରି ଫେରିଯାଇଛନ୍ତି ଏହି ଟିମ୍ ବରୀ ବ୍ଲକର ଅରୁଆଳ. ମାଟିଆପଡା, ବାଲିଆପାଳ ପ୍ରଭୃତି ଅଞ୍ଚଳ ବୁଲି ବନ୍ୟା ଛାଡିବା ପରେ ଲୋକଙ୍କ ଅବସ୍ଥା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ ଏହି ଟିମରେ ରାଜ୍ୟ ବିଜେପି ପଛୁଆବର୍ଗ ସେଲର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ମହିଳା ମୋର୍ଚ୍ଚା ନେତ୍ରୀ ସିମନ୍ତିନୀ ଜେନା ପ୍ରମୁଖ କର୍ମକର୍ତ୍ତା ମାନେ ସାମିଲଥିଲେ । ଏହି ଟିମ୍ ସହିତ ସ୍ଥାନୀୟ ଅଞ୍ଚଳର ଦଳୀୟ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ରହିଥିଲେବିଶେଷ କରି ଘାଇ ଅଞ୍ଚଳ ଗୁଡିକ ବୁଲି ଦେଖିଥିଲା ଟିମ୍ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଟିମ୍ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଜଣାଯାଇଛି ଏଥିସହ ମନୁଷ୍ୟକୃତ ଘାଇ ସୃଷ୍ଟି କରାଯାଇଥିବା ସ୍ଥାନରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରି କାର‌୍ୟ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଦାବୀ ହୋଇଛି । Facebook Notice for EU! You need to login to view and post FB Comments!

There are 125 comments

Leave a comment

Your email address will not be published.