ସୋନପୁରରେ ଚିତ୍ରଗୁପ୍ତ ପୂଜା ମହା ସମାରୋହ ରେ ପାଳିତ

90 0

ସୋନପୁର : (ଅଜିତ କୁମାର ପୂଜାହାରୀ) ସୋନପୁର ସହର ଘୋଡ଼ାଘାଟପଡ଼ା ଠାରେ ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ଚିତ୍ରଗୁପ୍ତ ପୂଜା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି l ପୂର୍ବ ଦିନ ଅପରାହ୍ନ ରେ ପୁରୁଷ ଓ ମହିଳା ମାନେ ମହାନଦୀ ରୁ ଏକ କଲସ ଯାତ୍ରା ରେ ବାହାରି ପୂଜା ସ୍ଥଳ ରେ ପହଞ୍ଚି ଥିଲେ l ଚଳିତ ବର୍ଷ ପୂଜା ର କର୍ତ୍ତା ଭାବରେ ସୁବ୍ରତ ମହାନ୍ତି ଓ ତାଙ୍କର ସହଧର୍ମିଣୀ ଅର୍ଚ୍ଚନା ମହାନ୍ତି ଦାୟିତ୍ଵ ନିର୍ବାହ କରିଥିଲେ l ମଧ୍ୟାହ୍ନ ସମୟରେ କରଣ ସମାଜ ର ମହାସଭା ଅନୁଷ୍ଠିତ ହୋଇଥିଲା l ଜିଲ୍ଲା କରଣ ସମାଜ ର ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୂଖ୍ୟ ବକ୍ତା ଭାବେ ଡ ଜ୍ୟୋତି ରଞ୍ଜନ ବହିଦାର ଯୋଗଦାନ କରିଥିଲେ l ସମିତି ର ସାଧାରଣ ସମ୍ପାଦକ ଦେବ କିଶୋର ଦାନୀ ବାର୍ଷିକ ବିବରଣୀ ପଠନ କରିବା ସହିତ ଚିତ୍ରଗୁପ୍ତ କଲ୍ୟାଣ ସମିତି ର ମୂଳ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ l

ଶେଷ ରେ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l ପରେ ମହା ପ୍ରସାଦ ସେବନ କରାଯାଇ ସମିତି ର ମହିଳା, ବାଳକ ଓ ବାଳିକା ଙ୍କୁ ନେଇ ରଙ୍ଗୋଲି ମହିଳା ଓ ବାଳିକା, ଚିତ୍ରାଙ୍କନ, କଉତୁକ ଓ ମିଉଜିକ ଚେୟାର, ନୃତ୍ୟ ଓ ଗୀତ ପ୍ରତି ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ରେ ସମିତି ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ମସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ସମ୍ମାନିତ ଅତିଥି ସୋନପୁର ପୌର ପରିଷଦ ଉପାଧକ୍ଷା ମଲ୍ଲିକା ଦାନୀ, ମୁଖ୍ୟ ବକ୍ତା ମଦନ ମୋହନ ଦାନୀ ଓ ସଂପାଦକ ଦେବ କିଶୋର୍ ଦାନୀ ଯୋଗ ଦେଇଥିବା ବେଳେ ସଭା କାର୍ଯ୍ୟକୁ ଡ ଜ୍ୟୋତି ରଞ୍ଜନ ବହିଦାର ପରିଚାଳନା କରିଥିଲେ l

ଆଦ୍ୟାଶା ପଟ୍ଟନାୟକ, ରେଣୁବାଳା ଦାସ, ପୁଷ୍ପକ ରାୟ, ଉମେଶ ଚନ୍ଦ୍ର ଦାନୀ ଓ ସଞ୍ଜୟ ପଟ୍ଟନାୟକ ଙ୍କୁ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ବିଭିନ୍ନ ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପାତ୍ର ପ୍ରଦାନ କରାଯାଇଥିଲା l ଶେଷ ରେ ଆଗାମୀ ବର୍ଷ ର କର୍ତ୍ତା ଭାବରେ ଏକାଧିକ ବ୍ୟକ୍ତି ଆବେଦନ କରିଥିବାରୁ ଅତିଥି ଙ୍କ ଉପସ୍ଥିତି ରେ ଲଟେରୀ ମାଧ୍ୟମରେ ଲଚ୍ଛିପୁର ଗ୍ରାମର ଗୋପାଲ ପଟ୍ଟନାୟକ ଓ ସନ୍ତୋଷିନି ପଟ୍ଟନାୟକ ଙ୍କ ନାମ ଉଠାଣ ରେ ବିବେଚିତ ହୋଇଥିଲେ l ବିଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ନିରାଡମ୍ୱର ଭାବରେ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ମହା ଆଡ଼ମ୍ବରରେ ପୂଜା ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Related Post

ଅଶୋକ ଦାସ ଫାଉଣ୍ଡେସନର ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 8, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅଶୋକ ଦାସ ଫାଉଣ୍ଡେସନର ସଚିବ ତଥା ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବ ପ୍ରସାଦ ଦାସଙ୍କ…

ଦୁର୍ଘଟଣା ଗ୍ରସ୍ତ ଭିନ୍ନକ୍ଷମ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Posted by - December 5, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)”କଥାରେ ଅଛି ମାନବ ସେବା ହିଁ ମାଧବ ସେବା “ଏହି ଲୋକ ବାଣୀକୁ ଆଜି କଥାରେ ନୁହେଁ କାମରେ କରି ଦେଖାଇଛି ପାଣ -ଗଣ୍ଡା ସମାଜ…

ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଙ୍କ ରାମକୃଷ୍ଣବାଳାଶ୍ରମ ପରିଦର୍ଶନ

Posted by - March 12, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ସାକ୍ଷୀ ଗୋପାଳ ପ୍ରଧାନ ଏବଂ ଜିଲ୍ଲା ଶିଶୁ…

ଆଞ୍ଚଳିକ କୃଷକ ସଙ୍ଘ ର ଜରୁରୀ ବୈଠକ

Posted by - September 9, 2021 0
ବରଗଡ:ପଦ୍ମପୁର ବ୍ଲକ ସର୍ଗି ବାହାଲ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ କୃଷକ ଶ୍ରମିକ ସଂଘର ସଭାପତି ଗୋବର୍ଦ୍ଧନ ଭୋଏଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି ।…