Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରରୋଡ ରେଳ ଷ୍ଟେସନ ପରିସରରେ ଯୁବକଙ୍କୁ ଛୁରା ମାଡ଼

54 0

ନର୍ଲା : (ଅମୀୟ କୁମାର ଦାସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରରୋଡ ରେଳ ଷ୍ଟେସନ ପରିସରରେ ସୋମବାର ରାତି ୮ ଟା ରେ ଜଣେ ସାଧୁବାବା ଏକ ନଡ଼ିଆ କଟା ଛୁରୀ ରେ ଜଣେ ଯୁବକ ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି | ଏ ନେଇ ନର୍ଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି | ସୂଚନା ମତେ ରୁପ୍ରରୋଡରେ ତୃତୀୟ ରେଳ ଲାଇନ କମ ଚାଲିଛି | ଏଠାରେ ରହୁଥିବା ଇଞ୍ଜିନିଅର ଙ୍କ ପାଇଁ ନର୍ଲା ବ୍ଲକ ସାଲେପଡା ର ସୀମା ଖଡ଼ଙ୍ଗା ଙ୍କ ପୁଅ ପ୍ରଶାନ୍ତ ଖାଡ଼ଙ୍ଗା ରୋଷେଇ କରୁଛନ୍ତି,ସୋମବାର କାମ ସାରି ରୁପ୍ରରୋଡ ରେଳ ଷ୍ଟେସନ ପରିସରରେ ବସିଥିଲି |

ଏହି ସମୟ ରେ ରୁପରାରୋଡ ପଞ୍ଚାୟତ ବଲବସପୁର ଗ୍ରାମ ର ମକୁନ୍ଦ ଓଡିଆ (ବାବା )ଆଶି ଖାଇବା ବିଷୟ କୁ ନେଇ ପ୍ରଶାନ୍ତ ଙ୍କ ସହ ପାଟିତୁଣ୍ଡ କରିଥିଲେ |ଏଥିରେ ସେ ରାଗିଯାଇ ନିଜ ଝୁଲାମୁଣ ରୁ ଛୁରୀ ବାହାର କରି ପ୍ରଶାନ୍ତ ଙ୍କ ବେକରେ ଆଘାତ କରି ଥିଲେ |ଏଥିରେ ପ୍ରଶାନ୍ତ ଗୁରୁତର ହୋଇଥିବା ବେଳେ ସମ୍ପୃକ୍ତ କର୍ମଚାରୀ ମାନେ ଆସି ତାଙ୍କୁ ଉଦ୍ଧାର କରି ନର୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଥିଲେ |ସେଠାର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ପରିବାର ଲୋକେ ଭାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ଟରଖାନା କୁ ସ୍ଥାନାନ୍ତର କରିଥିଲେ | ଅନ୍ୟ ପକ୍ଷ ରେ ପୋଲିସ ମୁକୁନ୍ଦ ଓଡ଼ିଆ କୁ ଥାନା ରେ ଅଟକ ରକ୍ଷି ପଚରାଉଚରା ଜାରିରଖିଛି |

Related Post

ସାରସ୍ୱତ ସାଧକ ଡଃ: ମଙ୍ଗଲୁ ଚରଣ ବିଶ୍ୱାଲଙ୍କୁ ବରଗଡ ଠାରେ ଶ୍ରଦ୍ଧାଞ୍ଜଳି

Posted by - January 12, 2022 0
ବରଗଡ/ଅତାବିରା;ଏକା ଧାରରେ ଜଣେ ମାଁ ମାଟି ସମ୍ବଲପୁରି ଭାଷା ସାହିତ୍ୟର କବି,କାହାଣି ଲେଖକ,ନାଟ୍ୟକାର,ଔପନ୍ୟାସିକ,ସମ୍ବଲପୁରି ଭାଷାର କର୍ଣ୍ଣଧାର,ସୁ ପ୍ରସିଦ୍ଧ ସମ୍ବଲପୁରି ଫିଲ୍ମ ଭୁଖାର ଲେଖକ,ଆକାଶବାଣି ଗିତିକାର,ସମାଜର ବେଦନା ଚେତନା…

ଇନର ହୁଇଲ କ୍ଲବର ରୌପ୍ୟଜୟନ୍ତୀ ଉତ୍ସବ ପାଳିତ

Posted by - November 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଅମ୍ବିକାଇସ୍ଥିତ ରୋଟାରୀ ଭଵନ ପରିସରରେ ଇନର ହୁଇଲ କ୍ଲବର ରୌପ୍ୟଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। କ୍ଲବର ସଭାପତି ସ୍ୱୟଂପ୍ରଭା ପଣ୍ଡାଙ୍କ…

ଜୟପାଟଣା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - November 1, 2022 0
ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଦାୟିତ୍ୱ ଗ୍ରହଣ କରିବା ପରେ ଦ୍ଵିତୀୟ ଥର ପାଇଁ…

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋଆଧରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

Posted by - October 12, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାପ୍ରଶାସନ ଓ ମିଶନ ଶକ୍ତି ବିଭାଗ ସହାୟତା ରେ, ମଥୁରା ପଞ୍ଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଆୟୋଜନ ରେ,…