Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଖପ୍ରାଖୋଲ ଅଞ୍ଚଳରେ ବଣୁଆ ହାତୀ, ଲୋକେ ଆତଙ୍କିତ , ହାତୀ ଆକ୍ରମଣରେ ମୃତ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର

43 0

ଖପ୍ରାଖୋଲ: ୨୩/୧୦(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ବଣୁଆ ହାତୀ ଯୋଗୁଁ ଦୁଇ ଦିନ ହେଲା ଲୋକେ ଭୟଭୀତ l ଛତିଶଗଡି ଦୁଇ ଦନ୍ତା ହାତୀ ଶୁକ୍ରବାର ରାତିରେ ଲାଠୋର ସହରରେ ପଶି ପରେ ଶନିବାର ଫୁଲକିମୁଣ୍ଡା, ପିଙ୍ଗଲମୁଣ୍ଡା, ତେଲେନପାଲି, କର୍ଲାମାଲ, ଜୁନାନୀବାହାଲ ଗାଁ ମଝିରେ ପଶି ବିଳମ୍ବିତ ରାତିରେ ବାଗଝରଣ ଗାଁ ରେ ପହଞ୍ଚି। ବାସନ୍ତୀ ଅଙ୍ଗରିଆ(୭୦) ନାମ୍ନୀ ବୃଦ୍ଧା କୁ ଦଳି ମାରିଦେଇଥିଲା l

ଯାହା ଫଳରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି l ବନବିଭାଗ ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଥିବା ବେଳେ ହାତୀ ପାଇଁ ନାକେ ଦମ ହେଲେଣି l ରବିବାର ସକାଳେ ବନବିଭାଗ ଓ ପୋଲିସ ବାଗଝରଣ ଗାଁରୁ ମୃତ ବୃଦ୍ଧା ଙ୍କ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି l ଏନେଇ ଖପ୍ରାଖୋଲ ଥାନା ୟୁଡି କେସ ନଂ ୧୨/୨୨ ରେ ଏକ ଅପମୃତୁ ମାମଲା ୠଜୁ ହୋଇଥିବା ହରିଶଙ୍କର ଫାଣ୍ଡି ଅଧିକାରୀ ସେଵନ କେରକେଟା ପ୍ରକାଶ କରିଛନ୍ତି ।

ସେହିପରି ବନବିଭାଗ ତରଫରୁ କ୍ଷତି ପୂରଣ ବାବଦ ସରକାରୀ ଆର୍ଥିକ ସହାୟତା ଯୋଗେଇ ଦେବା ପାଇଁ କାଗଜ ପତ୍ର ସଂଗ୍ରହ କରାଯାଇ ଥିବା ହରିଶଙ୍କରବନାଞ୍ଚଳ ଅଧିକାରୀ ଗିରଧାରୀ ନାଗ ପ୍ରକାଶ କରିଛନ୍ତି l ଖବର ଲେଖା ହେବା ଯାଏଁ ହାତୀ ଦୁଇଟି ଗନ୍ଧମାର୍ଦ୍ଦନ ପାହାଡ଼ ତଳି ବ୍ରାହ୍ମଣୀ, ଚାବରିପାଲି ଦେଇ ସୀମାନ୍ତ ବରଗଡ ଜିଲ୍ଲା ଅଞ୍ଚଳକୁ ପହଞ୍ଚି ଥିବା ବନବିଭାଗ ସୂଚନା ଦେଇଛନ୍ତି l

Related Post

ସାମ୍ବାଦିକ ସମ୍ମିଳନୀରେ ଫଳକ ଭଙ୍ଗା ଘଟଣାକୁ ନିନ୍ଦା କଲା ନୀଳଗିରି ଉପଖଣ୍ଡ ରକ୍ତ ଦାତା ସଂଘ

Posted by - April 10, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ଉପଖଣ୍ଡ ରକ୍ତ ଦାତା ସଂଘ ପକ୍ଷରୁ, ଅପରାହ୍ନ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସୂଚନା ଅନୁଯାୟୀ ଗତ ୭ ତାରିଖ…

ଐତିହାସିକ ବାଲିଯାତ୍ରା ପଡ଼ିଆରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ

Posted by - March 5, 2020 355
କଟକ: ଆଜି କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ‘ସାଢ଼େ ୪…

ପାଞ୍ଚଟି ଭାଷା ରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ

Posted by - June 24, 2019 0
ଓଡିଶାର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ପ୍ରତାପ ୫ଟି ଭାଷାରେ ଧନ୍ୟବାଦ…