ଦାଦନ ଚାଲାଣ ବେଳେ ୧୦ ଦାଦନ ଶ୍ରମିକ, ୩ ଶିଶୁ ଉଦ୍ଧାର, ଦାଦନ ସର୍ଦ୍ଦାର ଗିରଫ

67 0

ପାଟଣାଗଡ :୨୧/୧୦ ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଲାଠୋର ଥାନା ନିକଟରେ ଏକ ବୋଲେରୋ ଗାଡି ରେ ୧୦ ଦାଦନ ଶ୍ରମିକ ୩ ଶିଶୁ ଙ୍କୁ ବାହାର ରାଜ୍ୟ ଚାଲାଣ ହେଉଥିବା ବେଳେ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଏବେ ଦାଦନ ସର୍ଦ୍ଦାର ମାନେ ଗାଁ ଗାଁ କୁ ଯାଇ ଶ୍ରମିକ ମାନଙ୍କୁ ବାହାର ରାଜ୍ୟ ଯିବା ପାଇଁ ଅଗ୍ରୀମ ଟଙ୍କା ଦେଇଥାନ୍ତି । ଟଙ୍କା ଦେଇଥିବା ଶ୍ରମିକ ମାନଙ୍କୁ ବାହାର ରାଜ୍ୟ ଚାଲାଣ କରିବା ପାଇଁ ବିଭିନ୍ନ ଗାଡ଼ିରେ ନେଇଥାନ୍ତି ।

ଗୁରୁବାର ଦିନ ଏକ ବୋଲେରୋ ଗାଡ଼ିରେ ଧଉରାଖମନ ଗାଁ ରୁ ନୂଆପଡ଼ା ଅଭିମୁଖେ ବାହାର ରାଜ୍ୟ କୁ ଦାଦନ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ଏହାପରେ ପୋଲିସ ର ଏକ ଦଳ ଯାଇ ଗାଡିଟିକୁ ଅଟକ ରଖି ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ସହ ଦାଦନ ସର୍ଦ୍ଦାର ପଦ୍ମନ ସୁନା ଙ୍କୁ ଗିରଫ କରିଥିଲେ । ଏନେଇ ଏକ ମାମଲା ରୁଜୁ ହୋଇ କେସ ନମ୍ବର – ୧୨୬/୨୨ ଇ/ ଏସ – ୪୨୦ /୩୭୦/୩୭୧ ଆଇପିସି /୨୫ ଆଇଏମଏସଡବ୍ଲୁ ରେ ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଝସ କେତନ ଭୋଇ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକୀ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ପୋଲିସ ଦାଦନ ରୋକିବା ପାଇଁ ଅନେକ ଉଦ୍ୟମ ଚଳାଇଥିଲେ ମଧ୍ୟ ଲୋକଙ୍କୁ ନିଜ ଚାହିଦା ମୁତାବକ କାମ ଓ ଅର୍ଥ ରାଶି ମିଳୁନଥିବାରୁ ଲୋକେ ଦାଦନ ଯାଉଥିବା ଜଣାପଡିଛି ।

Related Post

ମହାନଦୀ ସେତୁ ର ସୁସଜ୍ଜିତ ଆଲୁଅରେ ଚାଲିଛି ଅବାଧ୍ୟ୍ୟ ଶହଶହ ଗୋମାତା ଚlଲାଣ

Posted by - September 3, 2021 0
ବୌଦ୍ଧ(ଚିତରଞ୍ଜନସିଂ), କରୋନା ମହାମାରୀ କୁ ନେଇ ସରକାରୀ, ବେସରକାରୀ, ସାଧାରଣ ଜନତା, ସ୍କୁଲ, କଲେଜ ର ଅବସ୍ଥା କୁ ଦେଖିଲେ ଆମ ରାଜ୍ୟ ଓଡିଶା କୁ ଛାଡ଼ନ୍ତୁ…

ଅକସ୍ମାତ୍ ନିଆଁ ଲାଗି ଜଳି ଗଲା ଘର

Posted by - March 30, 2021 0
ନୀଳଗିରି :(ସୌମ୍ୟା ସାଇ ବାରିକ୍ପ୍ର)ଚଣ୍ଡ ଖରା ରେ ଅଗ୍ନି ବୃଷ୍ଠି ହେଉଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅକସ୍ମାତ୍ ନିଆଁ ଲାଗି ଏକ ଆଦିବାସୀ ପରିବାର ସର୍ବସ୍ୱାନ୍ତ…

ସମ୍ବଲପୁରୀ ଲିପି ଦିନ ପାଳିତ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସୋମବାର ସମ୍ବଲପୁରୀ ଭାସା ଏକାଡେମୀ ସମ୍ବଲ୍‌ପୁର୍ ପକ୍ଷରୁ ମାଁ ସମଲେଇ ଙ୍କ ପୀଠ ରେ “ସମ୍ବଲପୁରୀ ଲିପି” ଦିନ୍‌ ପାଲିତ ହୋଇ ଯାଇଛି। ଗତ ବର୍ଷ…

ସାମାଜିକ ସଂଗଠନ ତରଫରୁ ନିଶା ମୁକ୍ତ ଅଭିଯାନ

Posted by - October 2, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ଆଜି ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମେ ଆଈ ହେଲ୍ପ ୟୁ ମୋ ପରିବାର ତରଫରୁ ଗାନ୍ଧି ଜୟନ୍ତୀ ଉପଲକ୍ଷେ ନିଶା ନିବାରଣ ପାଇଁ…

ନିଶା ନାମରେ ମଦ ନାମକୁ ମାତ୍ର ବଦନାମ – କଫ ସିରପ ଓ ନିଶା ଟେବଲେଟ ହେଲାଣି ଯୁବ ପୀଢ଼ିଙ୍କ ପାଇଁ କାଳ

Posted by - November 27, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ମଣିଷ ଯେତେ ବୁଦ୍ଧି ଲଗାଇ ନୂତନ ଜିନିଷ ତିଆରି କରୁଛି, ଲାଭ ଖୋର ପ୍ରବୃତ୍ତି ଯୋଗୁଁ ତାହାର ଅବିକଳ ଜିନିଷ ମଧ୍ୟ…