ଜିଲା ବିଜେଡ଼ି ଯୁବ ଉପ ସମ୍ପାଦକ ବଦାନ୍ୟ ରଞ୍ଜିତ ନାଏକଙ୍କ ବାର୍ଦ୍ଧକ୍ୟ,ଅସହାୟ ଏବଂ ଗରିବଙ୍କୁ ସାହାଯ୍ୟ

338 0

କାଶୀପୁର:(ଅଞ୍ଜନ କୁମାର ନାଏକ )ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ଅନ୍ତର୍ଗତ ଲଷ୍ମୀ ବଜାର ଛକ (ଡମ୍ବ ସାହି) ଠାରେ କାଶୀପୁର ଗ୍ରାମର କରାକୁପୁଲି ସାହି, ବଙ୍କା ସାହି, ନାଏକ ପଡା ଓ ସ୍ଥାନୀୟ ଡମ୍ବ ସାହିର ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ ପରିବାର ର ବାର୍ଦ୍ଧକ୍ୟ, ବର୍ଧକ୍ୟା, ବିଧବା ମହିଳା, ବିକଳାଙ୍ଗ ଓ ଗରିବ ନିଷ୍ପେସିତ ମହିଳା ତଥା ଚିକିତ୍ସା ଧୀନ ରୋଗୀଙ୍କୁ ଆଜି ସ୍ତାନୀୟ ଯୁବ ସ୍ପେଛାସେବୀ ତଥା ରାୟଗଡା ଜିଲ୍ଲା BJD ଯୁବ ଉପସମ୍ପଦକ ଶ୍ରୀ ରଞ୍ଜିତ ନାଏକ ନିଜ ପ୍ରଚେଷ୍ଟା ରେ ଦୀପାବଳି ପର୍ବ ପାଳନ ହେତୁ ସହାୟତା ର ହାତ ବଢାଇଥିବା ଦେଖିବାକୁ ମିଳିଥିଲା ।ରଞ୍ଜିତ ବାବୁ ତାଙ୍କ ବଡ ଭାଇ ଦିଲୀପ ନାଏକଙ୍କ କରକୋମଳରେ ଏହି ସାମାଜିକ କଲ୍ୟାଣ କାର୍ଯ୍ୟଟି ସମ୍ପାଦନ କରିଥିଲେ।ସେ ସାହାଯ୍ୟ ସ୍ୱରୂପରେ ପରିବାର ଲୋକଙ୍କୁ ରାସନ ସାମଗ୍ରୀ ଭାବେ ଅଟା,ଡାଲି ଓ ତେଲେ, ଲୁଣ ଭଳି ରାସନ ସାମଗ୍ରୀ ପ୍ରଭୃତି ପ୍ରଦାନ କରିଥିଲେ ।

ଏହିଭଳି ପୂର୍ବରେ ମଧ୍ୟ ଅସହାୟ ଓ ନିରୀହ ଗରିବ ରୋଗାକ୍ରାନ୍ତ ପୀଡିତ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆମ୍ବୁଲାନ୍ସ ଯଗେ ନିଶ୍ୱାର୍ଥେ ନିଜସ୍ୱ ଅର୍ଥ ବହନ କରି ଶବ ପଠାଇବା , ଶବ ସତ୍କାର କରିବା ଏବଂ ଦଶାହ ଶ୍ରାଦ୍ଧ ଘରେ ଆର୍ଥିକ ସହାୟତା କରି ପ୍ରଶଂସନୀୟ ହୋଇଛନ୍ତି । ଅଞ୍ଚଳର ନିଃସହାୟ ଓ ନିଷ୍ପେସିତ ଲୋକଙ୍କୁ ନିରନ୍ତର ଭାବେ ସହଯୋଗର ହାତ ବଢ଼ାଉଥିବା ବେଳେ ଏଭଳି ସମାଜ କଲ୍ୟାଣ କାମ ପାଇଁ ରଞ୍ଜିତ ନାଏକ ଙ୍କୁ ଅଞ୍ଚଳ ର ବୁଦ୍ଧିଜୀବି ମହଲ ରେ ସାଧୁବାଦ ଜଣାଇବା ସହିତ ପ୍ରସଙ୍ଗସାର ସୁଅଛୁଟୁଥିବା ଦେଖିବାକୁ ମିଳୁଛି ।

ଆଜିର ଏହି କାର୍ଯ୍ୟକ୍ରମ ରେ କାଶୀପୁର ଡମ୍ବସମାଜର ବୟୋଜ୍ୟେଷ୍ଠ ଶୁକୃ ନାଏକ ଓ ଭକ୍ତ ରାମ ଟାକ୍ରିଙ୍କ ସହ କାଶୀପୁର ସରପଞ୍ଚ ଶ୍ରୀମତୀ ଚମ୍ପା ମାଝୀ ଉପସ୍ଥିତ ଥିଲେ ।ଏହି ସାମାଜିକ କାର୍ଯ୍ୟକ୍ରମକୁ ବହୁଜନ ସମାଜ ସେବୀ ମନରଞ୍ଜନ ଟାକ୍ରି, ବାସୁଦେବ ନାଏକ, ଲିଙ୍ଗରାଜ ନାଏକ,ବିସିକେଶନ ନାଏକ, ସୁବାଷ ଭତ୍ରା, କୁମାରର୍ଶ୍ୱମି ନାଏକ ଓ ପ୍ରଦୀପ ନାଏକ ସହଯୋଗ କରିଥିଲେ।

Related Post

ସମୟ ପୂର୍ବରୁ କେଶ ଧଳା ହୋଇଯିବା ଦେଇଥାଏ ଏହି ୮ଟି ରୋଗର ସଙ୍କେତ

Posted by - December 6, 2018 2
ଧଳା କେଶ ବୃଦ୍ଧାବସ୍ଥାର ସଙ୍କେତ ବୋଲି ଧରା ଯାଇଥାଏ । କିନ୍ତୁ ଆଜିକାଲି ବଢ଼ୁଥିବା ପ୍ରଦୂଷଣ ପାଇଁ କିଛି ଲୋକଙ୍କ କେଶ ବୟସ ହେବା ପୂର୍ବରୁ ହିଁ…

ମା ବିରଜା ଙ୍କ ରଥ ଟଣା ଆରମ୍ଭ

Posted by - September 29, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ…

ଫକୀର ମୋହନ ସେନାପତିଙ୍କ ୧୭୮ତମ ଜୟନ୍ତୀ ପାଳନ

Posted by - January 14, 2021 0
ଯାଜପୁର ଅଫିସ:ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରବାଦ ପୁରୁଷ, ସମାଜ ସଂସ୍କାରକ,ବ୍ୟଙ୍ଗକାର, ସମାଲୋଚକ,ଔପନ୍ୟାସିକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୮ତମ ଜନ୍ମ ଜୟନ୍ତୀ ପାଳନ ଓ ଆଲୋଚନା ଚକ୍ର…

ଅସହାୟ ବନମାଳୀଙ୍କୁ ସହାୟତାର ହାତ ବଢାଇଲେ ଯୁବ ସମାଜସେବୀ,

Posted by - October 24, 2019 5,365
କେନ୍ଦୁଝର,୨୩/୧୦ ଘଟଗାଁ ବ୍ଲକ ପଇଦାପାଟଣା ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମର ଗରିବ ଆଦିବାସୀ ଅସହାୟ ବନମାଳୀ ମୁଣ୍ଡା(୩୫) ଦୀର୍ଘ ୫ବର୍ଷ ହେବ ଅଜଣା ରୋଗରେ ପୀଡ଼ିତ ହୋଇ ଅର୍ଥାଭାବରୁ…

ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ବାବୁଲାଙ୍କୁ ଚିହ୍ନିଲେ ପରିବାର ଲୋକେ,

Posted by - September 13, 2019 515
କେନ୍ଦୁଝର,୧୨/୯କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ସିଲିସୁଆଁ ଗ୍ରାମରୁ କିଛିମାସ ତଳେ ନିଖୋଜ ହୋଇଯାଇଥିବା ବାବୁଲା ମୁଣ୍ତା ବିଶାଖାପାଟଣାରେ ଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ…