ବଲାଙ୍ଗୀର ସ୍ୱାଭିମାନ ପରିବାର ତରଫରୁ ଟିଟିଲାଗଡ ବିକାଶ ସେନାକୁ କରାଗଲା ସମ୍ୱର୍ଦ୍ଧିତ

76 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଗୁରୁବାର ସଂନ୍ଧ୍ୟାରେ ବଲାଙ୍ଗିର ଟାଉନ ହଲଠାରେ ସ୍ୱାଭିମାନ ପରିବାରର ବାର୍ଷିକୋତ୍ସବ ତଥା ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବଲାଙ୍ଗୀର ମ୍ୟୁନିସପାଲିଟି ଚେୟାରମେନ ଲିକା ସାହୁ,ବରିଷ୍ଠ ଆଇନଜୀବି ଅମରେନ୍ଦ୍ର ମିଶ୍ର,ଗୋପାଲଜି ପାଣିଗ୍ରାହୀ,ଆକାଶ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ସଭାରେ ଟିଟିଲାଗଡ ଅଞ୍ଚଳର ହକ ଓ ଉନ୍ନତି ଲାଗି ସଦା ସର୍ବଦା ଲଢେ଼ଇ ଜାରି ରଖିଥିବା ଏବଂ କୋରୋନା ମହାମାରୀ ସମୟରେ ବ୍ୟାପକ ସମାଜସେବା ମୂଳକ କାର୍ଯ୍ୟ ପାଇଁ ଟିଟିଲାଗଡ଼ ବିକାଶ ସେନାକୁ ସମ୍ବର୍ଦ୍ଧିତ କରାଯାଇଛି, ଏହି ସମ୍ମାନ ପାଇବା ସମୟରେ ଟିଟିଲାଗଡ଼ ବିକାଶ ସେନାର ସଭାପତି ଅମ୍ଳାନ ଷଡ଼ଙ୍ଗୀ, ହରପ୍ରତାପ ଦାସ, ସମିର ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ, ସମ୍ମାନିତ କରିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେଵକୀ ସାହୁ। ତେବେ ଆଗାମୀ ଦିନରେ ମଧ୍ୟ ଟିଟିଲାଗଡ ମାଁ ମାଟିର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବା ସହିତ ଅଞ୍ଚଳ ବାସୀଙ୍କ ସେବା ଜାରି ରହିବ ବୋଲି ଇଂ ଅମ୍ଳାନ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Related Post

ବାରିପଦା ରେ ରାବଣ ପୋଡି ଉତ୍ସବ

Posted by - October 9, 2019 0
ମୟୁରଭଞ୍ଜବା:ରିପଦା ସ୍ଥିତ ମଧୁବନ ପଡିଆରେ ଧୁମଧାମରେ ପାଳିତ ହୋଇଯାଇଛି ରାବଣପୋଡି ମହୋତ୍ସବ।  ବାରିପଦା ସହରରେ ଗୋଟିଏ ସ୍ଥାନରେ ଏହି ରାବଣପୋଡି ମହୋତ୍ସବ ହେଉଥିବାରୁ ଏଠାରେ ନାହିଁ ନଥିବା…

ଫୋଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ

Posted by - September 16, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଫଟୋଗ୍ରାଫର୍ସ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଏକ ଫୋଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ସଂଘର…

ଯାଜପୁର ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ,ଚାଲିଛି ପ୍ରାର୍ଥୀ ପାତ୍ର ଦାଖଲ

Posted by - April 6, 2019 209
ଯାଜପୁର:୦୬/୦୪ ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ଜିଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବ…