Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କୃଷକ କାର୍ଡ କରିବାକୁ ଯାଇ ସ୍ତ୍ରୀ ଫେରାର , ସ୍ୱାମୀ କଲା ଥାନାରେ ଅଭିଯୋଗ ,ପୋଲିସ ର ତଦନ୍ତ ଶିଥିଳତା ନେଇ ଅସନ୍ତୋଷ ପରିବାର 

87 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ଘରେ ବଢିଲା ତିନି ତିନି ଟା ପୁଅ, ସ୍ୱାମୀ ଶଶୁର, ପରିବାର ଛାଡି  ଜଣେ ସ୍ତ୍ରୀ ଘର ଛାଡି ଚାଲିଯିବା ଘଟଣା ଅଂଚଳ ରେ ଚର୍ଚ୍ଚା ହେବା ସହ ଏନେଇ ନିଖୋଜ ସ୍ତ୍ରୀ ର ସ୍ୱାମୀ ସ୍ଥାନୀୟ ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଶଙ୍କରଡ଼ା ଗ୍ରାମ ରେ l ଥାନା ରେ ହୋଇଥିବା ଅଭିଯୋଗ ଅନୁଯାୟୀ ଗତ୯ ତାରିଖ ରେ ଅଭୟ କମ୍ପ ର ସ୍ତ୍ରୀ ଅନିତା କମ୍ପ ପରିବାର ଙ୍କୁ କୃଷକ କାର୍ଡ କରି ଯାଉଛି କହି ନିକଟସ୍ତ ଛତ୍ରଙ୍ଗ ବଜାର କୁ ଯାଇ ଆଉ ଘରକୁ ଫେରି ନଥିଲେ l ପରେ ପରିବାର ଲୋକ ଅନିତା କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା l

ଏନେଇ ଅଭୟ କମ୍ପ ଆଉ ଝିଅ ଘର ପକ୍ଷରୁ ମିଳିତ ଭାବେ ହରଭଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ଅଭିଯୋଗ ର ଆଜକୁ  ୭ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପାଖରେ କୌଣସି ସୂଚନା ନଥିବା ବେଳେ ଦିନକୁ ଦିନ ତଦନ୍ତ ରେଶିଥିଳତା ହେଉଥିବା ନେଇ ପୋଲିସ ର କାର୍ଯ୍ୟ ପ୍ରତି ପରିବାର ଲୋକ ଅସନ୍ତୋଷ ପ୍ରକଶ କରିଛନ୍ତି l ଏପରିକି ଉକ୍ତଘଟଣା ର ଉଚିତ ତଦନ୍ତ ପାଇଁ ଆଗାମୀ ଦିନ ରେ ଉପରିସ୍ଥ ପୋଲିସ ଅଧିକାରୀଙ୍କ ଠାରେ ଫେରାଦ ହେବୁ ବୋଲି ଚେତାବନୀ ଦେଇଛନ୍ତି l ଏନେଇ ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାୟ ଙ୍କୁ ପଚାରିବାରୁ  ନିଖୋଜ ଥିବା ସ୍ତ୍ରୀ ର ସ୍ୱାମୀ ଆମକୁ ଏକ ଲିଖିତ ଅଭିଯୋଗ କରିଛନ୍ତିl ଆମେ ଅଭିଯୋଗ କୁ ଭିତ୍ତି କରି ତଦନ୍ତ ପ୍ରକ୍ରିୟା ଚାଲୁ ରଖିବା ସହ ଅନିତା ବ୍ୟବହାର କରୁଥିବା ମୋବାଇଲ ର ନମ୍ବର କୁ ଟ୍ରାକ ପାଇଁ ଦେଉଛୁ. ରିପୋଟ ଆସିଲେ ତଦନ୍ତ ପକ୍ରିୟା ସୁଦୃଢ ହେବ ବୋଲି ଥାନା ଅଧିକାରୀ ରାୟ କହିଥିବା ଜଣାପଡିଛି l

Related Post

କପସିପାଲି ଗାଁ ଆଶ୍ରମ ବିଦ୍ୟାଳୟ ରେ ଆଠ ଟି ଶ୍ରେଣୀ ରେ ତିନି ଜଣ ଶିକ୍ଷକ , ବିଳମ୍ବରେ ଶିକ୍ଷୟତ୍ରୀ ପହଞ୍ଚିବା ନେଇ ଚାପ ଉତ୍ତେଜନା

Posted by - November 5, 2022 0
ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ କପସିପାଲି ଆଶ୍ରମ ବିଦ୍ୟାଳୟ ରେ ଆଠ ଟି ଶ୍ରେଣୀ କୁ ତିନି…

ବୋହୂ କୁ ଯୈାତୁକ ପାଇଁ ନିର୍ଯ୍ୟାତନା ଥାନା ରେ ମାମଲା

Posted by - December 10, 2021 0
ମାଲକାନଗିରି:(ଅବଦୁଲ ଗନି) କାଲିମେଳା ବ୍ଲକ୍ ଅନ୍ତର୍ଗତ କୋଇମେଟଳା ପଞ୍ଚାୟତ ର ଏମ.ପି.ଭି ୭୫ ରେ ବିବାହିତ ବଧୁ ରଞ୍ଜିତା ହାଲଦାର ଯୌତୁକ ପାଇଁ ଆଠ ବର୍ଷ କାଳ…

ମଦନମୋହନ ଜେନାଙ୍କ ସ୍ମୃତିଚାରଣ ସଭା।

Posted by - October 5, 2020 0
ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ଗ୍ରାମ ନନ୍ଦିପୁର ଗ୍ରାମପଞ୍ଚାୟତସ୍ଥିତ ବାବଲପୁର ଗ୍ରାମର ଯୁବ ସଙ୍ଗଠକ ତଥା ବର୍ଷିୟାନ ସମାଜସେବୀ ଦିବଙ୍ଗତ ଆତ୍ମା ମଦନମୋହନ ଜେନାଙ୍କ…

ପରିବାର କଲ୍ୟାଣ ଦିବସ ପାଳିତ

Posted by - October 11, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ସ୍ଥାନୀୟ ନବରଙ୍ଗପୁର ବ୍ଳକ୍ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ଆଶ୍ରମ ପ୍ରତିଷ୍ଠାତା ଜଗତ ଗୁରୁ ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି…

ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ୧ମୃତ ୨ ଗୁରୁତର

Posted by - November 22, 2022 0
ମୁନିଗୁଡା :(ରମାକାନ୍ତ ପୋଢଳ)ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା କନ୍ଧ ମଞ୍ଜୁରୁକୁପା ନିକଟ ରାଜ ରାସ୍ତାରେ ଘଟିଛି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା। କୋଇଲା ବୋଝେଇ ଟ୍ରକ ଓ ଏକ…