Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏନପିଏସକୁ ଉଛେଦ କରି ଓପିଏସ ଲାଗୁ କରିବା ନିମନ୍ତେ ଦାବିପତ୍ର ପ୍ରଦାନ

151 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଶନିବାର ଦିନ ଦିବା 1: 30 ଘଣ୍ଟା ସମୟରେ ବି. ଆର.ସି. କାର୍ଯ୍ୟାଳୟ ଠାରୁ ଶିକ୍ଷକ ମାନଙ୍କ ର ଏକ ରାଲି ବାହାରି ଜଗନ୍ନାଥ ମନ୍ଦିର ରାସ୍ତା ଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା l ଏନ,ପି,ଏସ ଶିକ୍ଷକ ସଂଘର ଦାବି ହେଲା ଯେ ନୂତନ ପେନସନ ( NPS ) କୁ ଉଚ୍ଛେଦ କରି ପୁରୁଣା ପେନସନ (OPS )ଲାଗୁ କରାଯାଉ, ଏହା କଲେ ସରକାରଙ୍କ ସମସ୍ତ ଏନପିଏସ କର୍ମଚାରୀ ଉପକୃତ ହେବା ସଙ୍ଗେ ସଙ୍ଗେ ତାଙ୍କର ପରିବାର ସୁରକ୍ଷିତ ରହିବ ବୋଲି ତାଙ୍କର ଆଶା ଓ ବିଶ୍ବାସ l

ରାଲି ପହଞ୍ଚିଲା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ମାନନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ,ମାନ୍ୟବର ଆଇନ ମନ୍ତ୍ରୀ ଏବଂ ମାନ୍ୟବର ଅର୍ଥମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ପ୍ରାଥମିକ ଶିକ୍ଷକ ସଂଘ ( ଏନ୍. ପି. ଏସ୍ ) ପକ୍ଷରୁ ସଂଘର ସଭାପତି ଶ୍ରୀ ଗୋପାଳ ସିଂହ ସୁନା ଏବଂ ସମ୍ପାଦକ ଶ୍ରୀ ପ୍ରଦୀପ୍ତ କୁମାର ତ୍ରିପାଠୀଙ୍କ ସହ ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ଶ୍ରୀ ସେବକ ଚରଣ ବେହେରା ସମ୍ପାଦକ ଶ୍ରୀ ଥରିନ୍ଦ ବାଗ , କନିଷ୍ଠ ଶିକ୍ଷକ ସଂଘ ସଭାପତି ଶ୍ରୀ ରଜତ ଛତର ଓ ତାଙ୍କର ସହିତ ପ୍ରାଥମିକ ଶିକ୍ଷକ ସଂଘ ଉପଦେଷ୍ଠା ଶ୍ରୀ ସୁଶାନ୍ତ କୁମାର ପଣ୍ଡା, ଶ୍ରୀ ଅନନ୍ତ ସାହୁ, ଶ୍ରୀ ପ୍ରକାଶ ନାଗ,ଶ୍ରୀ ଅଭିମନ୍ୟୁ ଛତର ଏବଂ ଅନେକ ସଂଖ୍ଯାରେ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Related Post

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମନରେଗା କାର୍ଯ୍ୟ ରେ ହୋଇଥିବା ଦୁର୍ନୀତି କୁ ଦୂର କରିବାକୁ ଆନ୍ଦାଳନ ପାଇଁ ସଜବାଜ !

Posted by - September 8, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅଧିନସ୍ଥ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖଲି ପଞ୍ଚାୟତ ସ୍ତରୀୟ ଏକ ସଭା ଖଳାବାହାଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସମସ୍ତ…

ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ବତନ୍ତ୍ର ପରିମଳ କାର୍ଯ୍ୟକ୍ରମ

Posted by - July 20, 2022 0
କେସିଙ୍ଗା: (ପୀତେଶ ପଟେଲ) ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ମଧ୍ଯରେ ସ୍ବଚ୍ଛତା । ଆମ ପରିବେଶ ପ୍ରଦୂଷଣ ମୁକ୍ତ ରହିଲେ ଆମେ ମଧ୍ଯ ସ୍ଵସ୍ଥ ରହୁଁ। ଏଥିପାଇ…

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାମ କରି ସାଲେପାଳି ଗାଁର ଶ୍ରମିକ ପାଉଣା ପାଇନଥିବା ଅଭିଯୋଗ , ପଞ୍ଚାୟତ କାର୍ଯ୍ୟଳୟ ରେ ପକାଇଲେ ତାଲା

Posted by - September 27, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସରକାର ଗ୍ରାମାଞ୍ଚଳ ରେ ବାସ କରୁଥିବା ଶ୍ରମିକ ମାନଙ୍କୁ କାମ ଯୋଗେଇ ଦେବା ପାଇଁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ…

ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ମେହେନ୍ଦି ପ୍ରତିଯୋଗିତା

Posted by - August 12, 2021 0
ବୌଦ୍ଧ(ଚିତ୍ତରଂଜନସିଂ) ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଆଜି ଚଳିତ ବର୍ଷ ପାଇଁ ମେହେନ୍ଦି, ସଂଗୀତ, ନୃତ୍ୟାଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି!ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ…

ତାରାପୁର ଠାରେ ଓବିସି, ଏସଟି, ଏସସି ମିଳିତ ମଞ୍ଚର ବୈଠକ

Posted by - June 20, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ) ଧର୍ମଗଡ ବ୍ଲକ ତରାପୁର ପଞ୍ଚାୟତ ବଜାର ପଡିଆ ଠାରେ ଓବିସି, ଏସଟି, ଏସସି ମିଳିତ ମହାମଞ୍ଚ ତରଫ ରୁ ବୁଦ୍ଧିଜୀବି ସମ୍ମିଳନୀ…