ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜନହିତକର କାର୍ଯ୍ୟ

192 0

ଭବାନୀପାଟଣା  : (ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆସନ୍ତା ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ସାମାଜିକ କାର୍ଯ୍ୟକ୍ରମ ମାନ ହାତକୁ ନେବାକୁ ବିଜେଡ଼ି ନିଷ୍ପତ୍ତି ନେଇଛି । ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ଜନତା ଦଳ ସମସ୍ତ ବିଧାନସଭା କ୍ଷେତ୍ରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି । ସେହି ଅନୁକ୍ରମରେ ଆଜି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକର ଶଗଡ଼ା, ଚାଁଚେର, ଯୁଗସାଏପାଟଣା, ଦୁଆରସୁଣୀ, ତଲବେଲଗାଁ , ରିସଗାଁ, କୁଟ୍ରୁଖାମାର ଓ ମାଲଗାଁ ପଞ୍ଚାୟତକୁ ନେଇ ଓଡ଼ିଶା ମୋ ପରିବାର ଓ ବିଜୁ ଯୁବ ଛାତ୍ର ଜନତା ଦଳର ମିଳିତ ଅନୁକୂଲ୍ୟରେ ଏକ ରକ୍ତଦାନ ଶିବିର ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଆୟୋଜିତ ହୋଇଯାଇଛି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଉଦଘାଟନ କରିଥିବା ଏହି ଶିବିରରେ ୭୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ଏହି ଶିବିରରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅନାମ ନାଏକ,ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାକୁଡ଼, ଜାକିର ହୁସେନ, ଉପ ସଭାପତି ପ୍ରଦୀପ ମୁଣ୍ଡ, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପଲତା ନାଏକ, ଅଶେଶ୍ବର ବାଗ, ବଲାଙ୍ଗୀର ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ମୋ ପରିବାର ସଂଯୋଜକ ପ୍ରଦୀପ ଦାସ, ରବି ପଟ୍ଟନାୟକ, ସେନାପତି ନାଏକ, ବିଜୟ ମାଝୀ, ବଦ୍ରି ପଟ୍ଟନାୟକ, ରବିଚନ୍ଦ୍ର ନାଏକ, ମୋହନ ଗହୀର, ସୁଶୀଲ ନାଏକ, ସମସ୍ତ ପଞ୍ଚାୟତ ସଭାପତି ମାନେ ଉପସ୍ଥିତ ରହି ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣେଇବା ସହ ଉତ୍ସାହିତ କରିଥିଲେ ।

Related Post

ବାନ୍ଧକଳା ର ଯୁଗସ୍ରଷ୍ଠା ରାଧେଶ୍ୟାମ ମେହେର ଜୟନ୍ତି ପାଳିତ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ସମ୍ବଲପୁରୀ ବାନ୍ଧକଳାର ଯୁଗସ୍ରଷ୍ଟା ସ୍ୱର୍ଗତ ରାଧେଶ୍ୟାମ ମେହେର ଙ୍କ ଜୟନ୍ତି ସମାରୋହ ପାଲିତ ହୋଇଯାଇଛି । ରାଧେଶ୍ୟାମ…

ବିଶ୍ଵ ପରିବେଶ ଦିବସ ପାଳିତ

Posted by - June 5, 2022 0
ସୋନପୁର:(ଅଜିତ କୁମାର ପୂଜହାରୀ) ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଆର.ଏସ.ଇ.ଟି.ଆଇ. ପକ୍ଷରୁ ଏକ ବୃକ୍ଷ ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କ…

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ

Posted by - July 5, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ…

ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଦାନ

Posted by - June 2, 2020 267
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଦାନ କଲେ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ । ଯାଜପୁର ବାଳିକା ହାଇସ୍କୁଲର…

ବୈତରଣୀ ନଦୀରେ ବନ୍ୟା

Posted by - September 11, 2019 0
ବୈତରଣୀ ନଦୀରେ ବନ୍ୟା । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବୈତରଣୀ ନଦୀରେ ବନ୍ୟା ଆସିଛି । ଆଖୁଆପଦା ଠାରେ ଆଜି ସକାଳେ ବୈତରଣୀ ନଦୀ…