ଦିଲ୍ଲୀରେ ଇଞ୍ଜିନିୟର ୰ ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

113 0

ନୂଆଦିଲ୍ଲୀ :ଦିଲ୍ଲୀଠାରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଏଠାକାର ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ ଶୋକସଭାରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରୀ ପାତ୍ରଙ୍କର ଅଭୁଲା ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବରେଣ୍ୟ ବକ୍ତାମାନେ ବହୁବିଧ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ଥିବା ଶ୍ରୀ ପାତ୍ରଙ୍କର ଅକାଳ ବିୟୋଗ ଯୋଗୁଁ ମର୍ମାହତ ବ୍ୟକ୍ତ କରିବା ସହିତ, ତାଙ୍କର ପରିବାର ଓ ପରିଜନଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ପରଲୋକଗତ ଶ୍ରୀ ପାତ୍ର ଜଣେ ପାରଦର୍ଶୀ ସଫ୍ଟୱେୟାର ଯନ୍ତ୍ରୀ ଭାବେ ବୈଷୟିକ ଜଗତରେ ବେଶ ସୁନାମ ଅର୍ଜନ କରିବା ସାଙ୍ଗକୁ ଜଣେ ଦକ୍ଷ ସଂଗଠକ, ଦରଦୀ ବନ୍ଧୁ, ପରୋପକାରୀ, ମେଳାପି, ସତ୍ୟନିଷ୍ଠ, ସ୍ନେହୀ ଏବଂ ସରଳ ମଣିଷ ଭାବରେ ପ୍ରବାସୀ ଓଡ଼ିଆଙ୍କ ମହଲରେ ଖୁବ ପ୍ରଶଂସା ଭାଜନ ହେବା ସହିତ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।

ବିଶେଷ କରି ତାଙ୍କର ପତ୍ନୀ ଏବଂ ପ୍ରସିଦ୍ଧ ନାରୀନେତ୍ରୀ ରୀତା ପାତ୍ରଙ୍କୁ ବିଜୟିନୀ ଫାଉଣ୍ଡେସନ ପ୍ରତିଷ୍ଠା କରିବା ତଥା ଏହା ଦ୍ବାରା ବିଭିନ୍ନ ଜନହୀତକର ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ପାତ୍ର ବ୍ୟାପକ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇ ଆସୁଥିଲେ ବୋଲି ସେମାନେ ସୂଚାଇ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମାନପୁର ଗ୍ରାମନିବାସୀ ପିତା ନୃସିଂହ ଚରଣ ପାତ୍ର ଏବଂ ମାତା ଶାନ୍ତିଲତା ପାତ୍ରଙ୍କର କନିଷ୍ଠ ପୁତ୍ର ସ୍ବର୍ଗତଃ ପାତ୍ର, ତାଙ୍କର ଏକମାତ୍ର ପୁତ୍ର ଏବଂ ଏକାଦଶ ଶ୍ରେଣୀର ବାଣିଜ୍ୟ ଛାତ୍ର ଆଦିତ୍ୟଙ୍କୁ ଛାଡ଼ି ଯାଇଛନ୍ତି। ଶ୍ରଦ୍ଧାଞ୍ଜଳି ସଭାରେ ସୁନାମଧନ୍ୟ ସଙ୍ଗୀତଜ୍ଞ ଆଚାର୍ଯ୍ୟ ଅଭିମନ୍ୟୁ ଏବଂ ଲୋକପ୍ରିୟ ଗାୟିକା ସ୍ବପ୍ନାରାଣୀ ରାଉତ ଭକ୍ତି ସଙ୍ଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ବାଦ୍ୟଯନ୍ତ୍ରରେ ସୁବୋଧ ପାଢ଼ୀ, ସୁରେଶ ଭଟ୍ଟ, ସତୀଶ କୁମାର ପ୍ରମୁଖ ସହଯୋଗ କରିଥିଲେ। ସୁଦକ୍ଷ ଉଦଘୋଷିକା ଇପ୍ସା ପ୍ରତିବିମ୍ୱିତା ଷଡ଼ଙ୍ଗୀ ସଭାକାର୍ଯ୍ୟ ସୁଚାରୁ ରୂପେ ସଂଚାଳନା କରିଥିଲେ। ସ୍ୱର୍ଗତଃ ପାତ୍ରଙ୍କର ବଡ଼ ଭାଇ ଅଶୋକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର ଆୟୋଜନକୁ ଲକ୍ଷ୍ମଣ ନାଥ ଓ ମୀନକେତନ ସାମଲ ସୁପରିଚାଳନା କରିଥିଲେ।

ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଗୋକୁଳ ପଟ୍ଟନାୟକ, ଅମରେନ୍ଦ୍ର ଖଟ୍ଟୁଆ, ଦେବେନ୍ଦ୍ର ମାଝୀ, ଦୀପକ ରଥ, ଡଃ ଅଶୋକ ଚୌଧୁରୀ, ଡଃ ପବନ ଗୁପ୍ତା, ବିରଜା ମହାପାତ୍ର, ପ୍ରଫେସର ସତ୍ୟ ଦାସ, ସୁନୀଲ ଭୂୟାଁ, ଗୋବର୍ଦ୍ଧନ ଧଳ, ନିର୍ମଳ ପଟ୍ଟନାୟକ, ଅକ୍ଷୟ ସାମଲ, ସୁଧାଂଶୁ ପାଢ଼ୀ, ଅକ୍ଷୟ ଓଝା, ସଞ୍ଜୟ ଦାସ, ଦେବରାଜ ମହାନ୍ତି, ସୁଜିତ ବିଶ୍ଵାଳ, ଅନିଲ ଜେନା, ଅନିଲ ସାହୁ, ଡଃ ଚନ୍ଦ୍ରମଣି ବ୍ରହ୍ମଦତ୍ତ, ଆଶିଷ ଶ୍ରୀବାସ୍ତବ, ପ୍ରିତମ ନାୟକ, ସଂଗ୍ରାମ ପାଢ଼ୀ, ବାସୁଦେବ ନାୟକ, ଗଜେନ୍ଦ୍ର ସାହୁ, ସୁଶାନ୍ତ ଚାନ୍ଦ, ଜ୍ଞାନ ନାୟକ, ବିଶିକେସନ ଶ, ପ୍ରଦୁମ୍ନ କୁମାର ପଲାଇ, ସନ୍ତୋଷ ରାଉତ, ଲକ୍ଷ୍ମୀ ନାରାୟଣ ବେବର୍ତ୍ତା, ପ୍ରତିମା ଶର୍ମା, ଡଃ ସୁଜାତା ପଣ୍ଡା, ପୁଷ୍ପାଞ୍ଜଳୀ ବାରିକ, ଜ୍ଞାନରଞ୍ଜନ ଜେନା, ସରିତା ମହାପାତ୍ର, ମଧୁ ଦାସ ଏବଂ ମନ୍ଦିର ପରିଚାଳକ ଅଶ୍ଵିନୀ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

Related Post

ଭାରତକୁ ମିଳିଲା ଆକାଶର ଶକ୍ତିଶାଳୀ ଯୋଦ୍ଧା ରାଫେଲ, ରାଜନାଥ କଲେ ଶସ୍ତ୍ର ପୂଜା

Posted by - October 8, 2019 0
ପ୍ୟାରିସ୍,ଅକ୍ଟୋବର୦୮:ବିଜୟା ଦଶମୀ ଅବସରରେ ଆଜି ଯୁଦ୍ଧରେ ବିଜୟ ସୁନିଶ୍ଚିତ କରୁଥିବା  ଦୁନିଆର ଶକ୍ତିଶାଳୀ ଲଢୁଆ ବିମାନ ମଧ୍ୟରୁ ଗୋଟିଏ ରାଫେଲ ଭାରତକୁ ମିଳିଛି।  ରାଫେଲ ମିଳିବା ପରେ…

ଭାରତରେ ଗଡ଼ିଲା ପ୍ରଥମ ଇଞ୍ଜିନ୍‌ ବିହୀନ ରେଳଗାଡ଼ି

Posted by - December 5, 2018 26
ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଥମ ଇଞ୍ଜିନ୍ ବିହୀନ ରେଳ ଗାଡ଼ି ଟ୍ରେନ୍-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଗତି କରିଛି। ଗତକାଲି ଏନେଇ ପରୀକ୍ଷାମୂଳକ ଭାବେ ଟ୍ରେନ-୧୮…

ଗୁଜୁରାଟର ଅଡାଲଜ ମନ୍ଦିରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

Posted by - July 13, 2022 0
ଅହମଦାବାଦ: ଗୁଜୁରାଟର ଅଡାଲଜଠାରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡା଼ ଯାତ୍ରା ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଗୁଣ୍ଡିଚା ମନ୍ଦିରର ରୂପ ନେଇଥିବା ମୁଖ୍ୟ…

ଶ୍ରୀରାମ ନଗରୀ ଅଯୋଧ୍ୟା ରେ ଭୂମିକମ୍ପ, ତିବ୍ରତା ୪.୩ ଥିବା ସୂଚନା

Posted by - January 7, 2022 0
ନୂଆଦିଲ୍ଲୀ :ପରିବେଶ ସନ୍ତୁଳନ ରେ ବିପର୍ଯ୍ୟୟ ଓ ବିଭିନ୍ନ କାରଣ ରୁ ପୃଥିବୀ ରେ ଦେଖା ଦେଉଛି ପ୍ରାକୃତିକ ବିପଦ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି…

ରାଜ୍ୟର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା କଥା ସଂସଦରେ ଉଠାଇଲେ ସାଂସଦ ସୁରେଶ ପୁଜାରୀ

Posted by - December 10, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଲୋକସଭା ରେ ଓଡ଼ିଶା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇଛନ୍ତି ସାଂସଦ ସୁରେଶ ପୁଜାରୀ । ଲୋକସଭା ରେ ଆଜି ସାଂସଦ…