Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜିଲ୍ଲା ପାଠାଗାର ଉନ୍ନତିକରଣ କମିଟି ବୈଠକ ଅନୁଷ୍ଠିତ

51 0

ବୌଦ୍ଧ:ଅପରାହ୍ନ ୪.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପାଠାଗାର ସହିତ ଅଧିକ ସଂଖ୍ୟକ ପାଠକ ପାଠିକା ସାମିଲ ପାଇଁ ଜିଲ୍ଲା ପାଠାଗାର ଉନ୍ନତିକରଣ କମିଟି ବୈଠକ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ସଦସ୍ୟ ସଦସ୍ୟାମାନଙ୍କୁ ସ୍ୱାଗତ କରି ବୈଠକର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ପାଠାଗାର ପାଇଁ ଜିଲ୍ଲାର ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପୁସ୍ତକ ଦାନ ପାଇଁ ଜିଲାପାଳ ଶ୍ରୀଯୁକ୍ତ ସାହୁ ଆହ୍ୱାନ ଜଣାଇଥିଲେ । ପାଠାଗାର ପରିଚାଳନା ପାଇଁ ବୈଠକରେ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କଠାରୁ ବିଭିନ୍ନ ପ୍ରସ୍ତାବ ନିଆଯାଇଥିଲା ।

ଜିଲ୍ଲାପାଳଙ୍କ ଉଦ୍ୟମକ୍ରମେ ଅକ୍ଟୋବର ୨ ତାରିଖରେ ଏହି ପାଠାଗାରକୁ ନୂତନ ରୂପ ଦେଇ ଉଦଘାଟନ କରାଯାଇଥିବାବେଳେ ପାଠାଗାରକୁ କିପରି ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କିପରି ଆକର୍ଷିତ ହୋଇପାରିବେ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯେପରି ପାଠାଗାର ପ୍ରତି ଆକର୍ଷିତ ହୋଇପାରିବେ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଦାୟିତ୍ୱ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସପ୍ତାହକୁ ଅନ୍ତତଃ ଦୁଇଦିନ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ,ବକ୍ତୃତା,ପ୍ରବନ୍ଧ ଲିଖନ,ସଙ୍ଗିତ,କ୍ଷୁଦ୍ର ଗଳ୍ପ କଥନ,ଚିତ୍ରାଙ୍କନ ତଥା ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଛାତ୍ରଛାତ୍ରୀମାନଙ୍କ ପାଠାଗାର ପ୍ରତି ଆକର୍ଷଣ ବୃଦ୍ଧି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ପାଠାଗାରର ବିକାଶ ପାଇଁ ଜିଲ୍ଲାବାସୀ ସହଯୋଗ କରିବା ସହିତ ଶହେ ଟଙ୍କା ଦେଇ ନିଜେ ପାଠାଗାରର ସଦସ୍ୟ ହେବା ସହିତ ନିଜର ପରିବାର ସଦସ୍ୟ ଓ ସମସ୍ତ ପରିଚିତ ବ୍ୟକ୍ତିବିଶେଷଙ୍କୁ ଏହି ଅଭିଯାନରେ ସାମିଲ କରିବାକୁ ଜିଲ୍ଲାପାଳ ଶ୍ରୀସାହୁୂ ଆହ୍ୱାନ ଜଣାଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ବୌଦ୍ଧ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ମହିଳା କଲେଜ ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ପୃଷ୍ଟି,କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳ,ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜିବ କୁମାର ପ୍ରଧାନ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ଦେହୁରୀ ଓ ବୌଦ୍ଧ କଲେଜ ଲାଇବ୍ରେରିଆନ ଅଜିତ କୁମାର ମିଶ୍ରଙ୍କ ସମେତ ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ ।ରିପୋର୍ଟ, ଚିତ୍ତରଞ୍ଜନ ସିଂହ , ବୌଦ୍ଧ

Related Post

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବରୀ ପରିଦର୍ଶନ

Posted by - April 9, 2020 421
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀର ବଜାର ବୁଲି ଦେଖିବା ସହିତ ଲୋକଙ୍କୁ ସଚେତନ କରାଇଥିଲେ ।…

ଲାଇସେନ୍ସ ନଥାଇ ବାଣ ବିକ୍ରି ,ପୋଲିସର ଚଢାଉ

Posted by - November 4, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)କରୋନା କଟକଣା ତଥା ପରିବେଶ ପ୍ରଦୁଷଣକୁ ରୋକିବାପାଇଁ ପରିବେଶ ପ୍ରଦୁଷିତ କରୁଥିବା ପାରମ୍ପରିକ ବାଣକୁ ଦୀପାବଳୀରେ ବିକ୍ରୀ କରିବାକୁ ମାନ୍ୟବର ଉଚ୍ଚନ୍ୟାୟାଲୟ ବ୍ୟାନ୍ କରିଵା ସହ…

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଙ୍କ ବିରଜା ଦର୍ଶନ

Posted by - September 27, 2019 34
କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଦିନିକିଆ ଗସ୍ତରେ ଆସି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିଛନ୍ତି । ବର୍ତମାନ ମାଙ୍କ…

ଟିଟିଲାଗଡ ପୌରପରିଷଦ ତରଫରୁ ମିଶନଶକ୍ତି ଗୃହ ଏବଂ ପାର୍କ ଉଦଘାଟନ

Posted by - April 12, 2022 0
ଟିଟିଲାଗଡ(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ତରଫରୁ ସ୍ଥାନୀୟ ଟିଟିଡୁଙ୍ଗୁରି ଖେଳ ପଡିଆ ଭିତରେ ଏବଂ ନୀଳଚକ୍ର ନଗର ଯିବା ରାସ୍ତା କଡ଼ରେ ଦୁଇଟି ମିଶନ ଶକ୍ତି ଗୃହର…