ଖପ୍ରାଖୋଲ: ୧୧/୧୦(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କର ରୁ ନୃସିଂହନାଥ କୁ ରୋପୱେ ନିର୍ମାଣ ଦାବିରେ ଚଲାଇ ଥିବା ଜଳ ସତ୍ୟାଗ୍ରହ ମଙ୍ଗଳବାର ଅପରାହ୍ନ ରେ ପ୍ରତ୍ୟାହୃତ ହୋଇଛି । ସୁଶୀଳ ଗୁରୁ ଙ୍କ ନେତୃତ୍ୱରେ ଚାଲିଥିବା ଜଳ ସତ୍ୟାଗ୍ରହ ରେ ଡିଙ୍ଗର କୁମ୍ଭାର , ଚିନ୍ମୟ ସାହୁ , ରବୀନ୍ଦ୍ର ମେହେର, ନାରାୟଣ ମେହେର ,ଆଲୋକ ବୁଡେକ ପ୍ରମୁଖ ସୋମବାର ଠାରୁ ପାପନାସିନୀ ଝରଣା ରେ ଜଳ ସତ୍ୟାଗ୍ରହ କରିଥିବା ବେଳେ ସୋମବାର ରାତିରେ ଆଲୋକ ବୁଡେକ ଗୁରୁତର ହେବାରୁ ଖପ୍ରାଖୋଲ ଡାକ୍ତର ଖାନ କୁ ଆମ୍ବୁଲେନ୍ସ ଯୋଗେ ନିଆଯାଇଥିଲା ।
ମଙ୍ଗଳବାର ସତ୍ୟାଗ୍ରହ କୁ ହରିଶଙ୍କର ବଣିକ ସଂଘ ସମର୍ଥନ କରି ଦୋକାନ ବଜାର ବନ୍ଦ କରି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳକୁ କୌଣସି ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ ନ ଆସିବାରୁ ଆନ୍ଦୋଳନ କରି ଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କୁ ପ୍ରଦାନ କରି ଆଗାମି ଦିନରେ ବଲାଙ୍ଗିର , ପାଟଣାଗଡ଼ ଓ ଖପ୍ରାଖୋଲ କୁ ବନ୍ଦ କରାଯିବ ବୋଲି ଦାବିପତ୍ର ରେ ଲେଖିଛନ୍ତି ।
ଏହି ଅବସରରେ ଜଳ ସତ୍ୟାଗ୍ରହି ଙ୍କ ସମେତ ସୁବାସ ଆଚାର୍ଯ୍ୟ , ଶଶୀ ପୁଝାରି, ବିପ୍ର ବିଶି, କର୍ଣ୍ଣ ସିଂ ଠାକୁର , ପ୍ରବୀଣ ଅଗ୍ରୱାଲ , ବଣିକ ସଙ୍ଘ ସଭାପତି ପଞ୍ଚମ ପଧାନ, ରବି ସାହୁ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।