ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ

94 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି l ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ରହିଥିବା 15 ଟି ଜୋନ ପାଇଁ 45 ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ 1 ନମ୍ବର ଜୋନ ପାଇଁ ଅଶ୍ୱିନୀ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଭୋଇ, ଭୂମିସୂତା ମେହେର ଓ ସୁଶାନ୍ତ ବାଘ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ 2 ନମ୍ବର ଜୋନ ପାଇଁ ଲିଙ୍ଗରାଜ ଜଗଦଲା, ଗଣେଶ୍ୱର ନାଏକ ଓ ମମତା ମେହେର,3 ନମ୍ବର ଜୋନ ପାଇଁ ପ୍ରମୋଦ କୁମାର ରଣା ଓ ନରେଶ ପ୍ରଧାନ,4 ନମ୍ବର ଜୋନ ପାଇଁ ଅରୁଣ କୁମାର ପ୍ରଧାନ, ନବୀନ କୁମାର ଦେହୁରୀ ଓ ବିକ୍ରମ ପ୍ରଧାନ,5 ନମ୍ବର ଜୋନ ପାଇଁ ଫିଲିମିନା ପ୍ରଧାନ, ପଙ୍କଜିନୀ ପଟ୍ଟନାୟକ ଓ ପଦ୍ମାବତୀ ଭୋଇ,6 ନମ୍ବର ଜୋନ ପାଇଁ ଦିଲ୍ଲୀପ କୁମାର ମେହେର, ବିମଳ ପ୍ରଧାନ, ନିରଞ୍ଜନ ଖମାରୀ ଓ ଗୋବିନ୍ଦ ଅମାତ,7 ନମ୍ବର ଜୋନ ପାଇଁ ଡୁଗୁନୀ ଦିଗାଲ, ରଂଜିତ ମହାନନ୍ଦିଆ, ଲୁଲୁ ସେଠୀ ଓ ମିନୁ ମହାଳିକ,8 ନମ୍ବର ଜୋନ ପାଇଁ ସଂଗୀତା ନାଏକ, ସୁଶୀଲ କୁମାର ଯାନୀ ଓ ନବୀନ ପ୍ରଧାନ,9 ନମ୍ବର ଜୋନ ପାଇଁ ସଚ୍ଚିଦାନନ୍ଦ ପ୍ରଧାନ ଓ ବସନ୍ତ କୁମାର ପ୍ରଧାନ,10 ନମ୍ବର ଜୋନ ପାଇଁ ବୃଷଭ କହଁର, ବ୍ରହ୍ମାଶଙ୍କର କହଁର ଓ ଶତପଥୀ ପ୍ରଧାନ,11 ନମ୍ବର ଜୋନ ପାଇଁ ଲୀନା ମହାପାତ୍ର,12 ନମ୍ବର ଜୋନ ପାଇଁ ସୁବୋଧ କୁମାର ପ୍ରଧାନ, ଗଣେଷ ମେହେର ଓ ଭଗବାନ ମେହେର,13 ନମ୍ବର ଜୋନ ପାଇଁ ରାଜେନ୍ଦ୍ର କୁମାର ମେହେର

ଶୈଳେନ୍ଦ୍ର ପ୍ରଧାନ,14 ନମ୍ବର ଜୋନ ପାଇଁ କିଶୋର କୁମାର ମେହେର, ବିଜୟ ପ୍ରଧାନ, ସୁରେଶ ପାଣ୍ଡେ ଓ ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ 15 ନମ୍ବର ଜୋନ ପାଇଁ ଧନେଶ୍ୱରୀ ମେହେର ଓ ମମତା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି l 11 ନମ୍ବର ଜୋନ ରେ ବିଜୁ ଜନତା ଦଳ ର ବରିଷ୍ଠ ନେତା ତାରେଣୀ ମହାପାତ୍ର ଙ୍କ ଭାଇ ସ୍ବର୍ଗତ ଅଶ୍ୱିନୀ କୁମାର ମହାପାତ୍ର ଙ୍କ ପତ୍ନୀ ଲୀନା ମହାପାତ୍ର ଜଣେ ମାତ୍ର ପ୍ରାର୍ଥୀନୀ ଭାବରେ ନାମାଙ୍କନ ପତ୍ର ଦାଖଲ କରି ନିର୍ଦ୍ୱନ୍ଦ୍ୱରେ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ 14 ଟି ଜୋନ ରେ ପ୍ରତିଦ୍ବନ୍ଦୀତା ହେବ ବୋଲି ଜଣାପଡିଛି l

ଦଳୀୟ ଚିହ୍ନ ରେ ନିର୍ବାଚନ ହେଉନଥିଲେ ମଧ୍ୟ ନିର୍ବାଚନ ରେ ସମବାୟ ବିଭାଗର ଗୁରୁତ୍ୱ ଯୋଗୁଁ ଶାସକ ଦଳ ସମସ୍ତ 15 ଟି ଜୋନ ଦାଖଲ କରିବା ଲକ୍ଷ୍ୟ ରେ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି l ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଦଳୀୟ ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଅନ୍ୟାନ୍ୟ ବିଜୁ ଜନତା ଦଳ ର ବରିଷ୍ଠ ନେତା ଙ୍କ ଉପସ୍ଥିତି ରେ ସମବାୟ ନିର୍ବାଚନ ରେ ନିର୍ଦ୍ଦେଶକ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯାଇଥିବା ଜଣାପଡିଛି l ଗତକାଲି ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ତାରିଖ ଥିବା ବେଳେ ଆସନ୍ତା 14 ତାରିଖ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଓ 30 ତାରିଖ ଦିନ ନିର୍ବାଚନ ହେବ ବୋଲି ସୂଚନା ମିଳିଛି l

Related Post

ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ,ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍

Posted by - December 8, 2021 0
ଭୁବନେଶ୍ବର:(ସ୍ୱରୂପ ଦାସ)ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ। ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍ ଆସୁଛି। ରାଜ୍ୟରେ ଡିସେମ୍ବର ୪ ସୁଦ୍ଧା ୭୪୪୫ ଜଣ ରୋଗୀ…

ଯାଜପୁର ଜିଲାର ବରୀ ଓ ରସୁଲପୁର ବ୍ଲକ ରେ ଶାନ୍ତିଶୃଙ୍ଖଳା ରେ ଶେଷ ହୋଇଛି ମତଦାନ

Posted by - February 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ର ବରୀ ଓ ରସୁଲପୁର ବ୍ଲକ ରେ ଶାନ୍ତିଶୃଙ୍ଖଳା ରେ ଶେଷ ହୋଇଛି ମତଦାନ। ଗତ ପର୍ଯ୍ୟାୟ ରେ…

ବେଦାନ୍ତ ସପକ୍ଷରେ ଶୋଭାଯାତ୍ରା ଓ ପ୍ରତିବାଦ କଲେ ସ୍ଥାନୀୟ ବାସିନ୍ଦା

Posted by - November 29, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସାତ ଗୋଟି ଗ୍ରାମପଞ୍ଚାୟତର ଜନପ୍ରତିନିଧି ସମେତ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଲାଞ୍ଜିଗଡ ଠାରୁ…

ଆନ୍ତଃର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

Posted by - October 14, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆନ୍ତଃର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

IHRC ପକ୍ଷରୁ ସ୍କୁଲ ଫିସ ହ୍ରାସ ନିମନ୍ତେ ଏକ ଦାବିପତ୍ର ପ୍ରଦାନ।

Posted by - June 14, 2021 0
ଉତ୍ତରଭୁବନେଶ୍ୱର :(ସନ୍ତୋଷ ରାଉତ)IHRC ର ସଭାପତି ଶ୍ରୀ ଶିବ ସୁନ୍ଦର ସ୍ୱାଇଁ, ଖୋର୍ଦ୍ଧା ସଭାପତି ଶ୍ରୀ ନାରାୟଣ ସାହୁ ରାଜ୍ୟ ଯୁଗ୍ମ ସମ୍ପାଦକ ଶାସlଙ୍ଖ ଶେଖର ପଣ୍ଡା…