କଳାହାଣ୍ଡି ଶିକ୍ଷା ବିଭାଗ ରେ କେଳେଙ୍କାରୀ, ୩୯ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ହଡପ କରି ମହିଳା କର୍ମଚାରୀ ଫେରାର୍

86 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ପୁଣି ଏକ କେଳେଙ୍କାରୀ ଚର୍ଚା ର ବିଷୟ ହୋଇଛି ।ଭବାନୀପାଟଣା ବ୍ଲକ୍ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ର ଜୈନିକ ଅସ୍ଥାୟୀ ମହିଳା କର୍ମଚାରୀ ଶୀକ୍ଷକଙ୍କ ଦରମା ଟଙ୍କାରୁ ୩୯ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ଉଠେଇ ଫେରାର୍ ମାରିଥିବା ବେଳେ ବି ଇ ଓ ଠାକୁର ସାହୁ ଏ ସମ୍ପର୍କରେ ଟାଉନ୍ ଥାନା ରେ ଏତଲା ଦାଖଲ କରିଛନ୍ତି।

ସୁଚନା ରୁ ଜଣାଯାଏ ଯେ ଭବାନୀପାଟଣା ସଦର ବ୍ଲକ ରେ ୧୭୧ ଏକ୍ସ କ୍ୟାଡର ଶିକ୍ଷକ ଙ୍କ ମଧ୍ୟରୁ ଓ ଟି ଇ ଟି ପାସ କରିଥିବା ୨୧ ଜଣ ମାସିକ ୩୬ ହଜାର ୬୪ ଟଙ୍କା ଓ ଅନ୍ୟ ୧୫୦ ଜଣ ଶିକ୍ଷକ ମାସିକ ୩୩ ହଜାର ୨୦ ଟଙ୍କା ଦରମା ପାଇଥାନ୍ତି। ଏହି ଦରମା ମଧ୍ୟରୁ ବି ଇ ଓ କାର୍ଯ୍ୟାଳୟ ରେ ନିୟୋଜିତ ଅସ୍ଥାୟୀ ମହିଳା ଏକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ଚଞ୍ଚକତା କରି ୩୯ ଲକ୍ଷ ୩୦ ହଜାର ୪୬୮ ଟଙ୍କା ବ୍ଯୟରେ ନିଜ ବ୍ୟକ୍ତିଗତ ଆକାଉଣ୍ଟ କୁ ପି ଏଫ୍ ଏମ୍ ଏସ୍ ଜରିଆରେ ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି।

ସୁଚନା ଯୋଗ୍ୟ ଯେ ୯ ଜଣ ଶିକ୍ଷକ କାର୍ଯ୍ୟାଳୟ କୁ ଆସି ଦରମା ପାଇଁ ଦାବି କରିବାରୁ ସେମାନଙ୍କୁ ଚେକ ମାଧ୍ୟମରେ ୩ ଲକ୍ଷ ୧ ହଜାର ୨୨୪ ଟଙ୍କା ଦରମା ପ୍ରଦାନ କରାଯାଇଥିଲା।ପି ଏଫ୍ ଏମ୍ ଏସ୍ ଜରିଆରେ ଦରମା ପ୍ରଦାନ ବଦଳରେ ଚେକ୍ ଜରିଆରେ ଦରମା ପ୍ରଦାନ ବିଭାଗୀୟ ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ସ୍ଥଳେ କାର୍ଯ୍ୟାଳୟ ଅଧିକାରୀ କେମିତି ଏତେବଡ଼ କେଳେଙ୍କାରୀ ଜାଣିପାରିଲେ ନାହିଁ? ନା ଜାଣି ଅଜଣା ରହିଛନ୍ତି ତାହା ତଦନ୍ତ ସାପେକ୍ଷ। ପୋଲିସ ପକ୍ଷରୁ ମାମଲା ସଂଖ୍ୟା ୪୩୧/୨୨ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି ହେଲେ ସୁଚିସ୍ମିତା ଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍ ରେ ମାତ୍ର ୭୯ ହଜାର ଟଙ୍କା ରହିଛି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।

Related Post

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା ପଡିଲା

Posted by - June 18, 2022 0
ଧର୍ମଗଡ଼:(ତା୧୮/୬(ନି.ପ୍ର)-ଶୁକ୍ରବାର ଥିଲା ସ୍କୁଲ ଖୋଲିବା ପ୍ରଥମ ଦିନ। ପ୍ରଥମ ଦିନରେ ପିଲାଙ୍କ endline ପରୀକ୍ଷା ଥିଲା । ବେହେରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ପରୀକ୍ଷା ଦେବା…

ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ଵ ନେଲେ ନବ ନିର୍ବାଚିତ ନିରୁପମା ପଟେଲ

Posted by - March 16, 2022 0
ପାଟଣାଗଡ଼:  ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଭାବେ ବୁଧବାର ଦାୟୀତ୍ୟ ଗ୍ରହଣ କଲେ ନୂତନ ଭାବେ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ନିରୁପମା ପଟେଲ…

କଳାହାଣ୍ଡି ଜିଲ୍ଲାରେ କରୋନା ଆକ୍ରାନ୍ତ, ଓଡ଼ିଶାରେ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୨୧

Posted by - April 5, 2020 0
ରାଜ୍ୟର ୨୧ ନମ୍ବର କରୋନା ଆକ୍ରାନ୍ତ ବ୍ୟକ୍ତି କଳାହାଣ୍ଡି ଜିଲ୍ଲା ନିବାସୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ଘଟିଛି।…

ସୁବର୍ଣ୍ଣପୁର ସହରର ମହାନଦୀ ଗର୍ଭରେ ଥିବା ଦେବୀ ମଁl ଲଙ୍କେଶ୍ବୀରଙ୍କ ପୀଠରେ ଚାଲିଛି ଚୈତ୍ର ପର୍ବ

Posted by - April 6, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ସହରର ମହାନଦୀ ଗର୍ଭରେ ଥିବା ଦେବୀ ମଁl ଲଙ୍କେଶ୍ବୀରଙ୍କ ପୀଠରେ ଚାଲିଛି ଚୈତ୍ର ପର୍ବ । କୈବର୍ତ୍ତ ସମାଜର ଇଷ୍ଟଦେବୀ ମାଁ ଲଙ୍କେଶ୍ବରୀ…