କଳାହାଣ୍ଡି ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ଛତର ଯାତ୍ରା ପାଳିତ

66 0

ବୁବନେଶ୍ବର/କଳାହାଣ୍ଡି  :(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ )କଳାହାଣ୍ଡି ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ସୋମବାର ମହା ସମାରୋହର ସହିତ ଦଶହରା ଏବଂ ଛତର ଯାତ୍ରା ପାଳିତ ହେଇଯାଇଛି ।  ରବିବାର ଦିନ ସକାଳୁ ବ୍ରାହ୍ମଣ ପୂଜକ ମନ୍ତ୍ରୋକ୍ତିରେ ଦେବୀଙ୍କ ପୂଜା ପାଠ ପରେ କ୍ଷତ୍ରୀୟ ପୂଜକଙ୍କ ଦ୍ୱାରା ତନ୍ତ୍ରୋକ୍ତି ଓ ଯନ୍ତ୍ରୋକ୍ତି ବିଦ୍ଧିରେ ପୂଜା କରାଯାଇଥିଲା ।

ବହୁ ମାନସୀକ ଧାରୀ ନିଜ ନିଜ ମାନସୀକ ପୁରଣ ହେତୁ ମନ୍ଦିର ପରିସରରେ ବଳି ଦେଇଥିଲେ ।ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପୁଣି ରକ୍ତରଞ୍ଜିତ ହୋଇଛି ପୀଠ। ଏଠାରେ ଶହ ଶହ ପଶୁ ବଳି ପଡ଼ିଥିବା ଜଣାଯାଇଛି। ବିଭିନ୍ନ ରିତିନିତୀ ଅନୁସାରେ ପୂଜା ପାଠ ହେବା ପରେ ଦେବୀଙ୍କ ବିଜୟ ଯାତ୍ରା ଆୟୋଜିତ ହେଇଥିଲା । ଛତର ଯାତ୍ରା ପାଇଁ ପାଖାପାଖି ୩୦ ହଜାର ଲୋକଙ୍କ ସମାଗମ ହୋଇଥିଲା।

ପୂଜା କମିଟି ତରଫରୁ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟମାନ ଆୟୋଜନ କରାଯାଇଥିଲା । ନବରଙ୍ଗପୁର, ରାୟଗଡା, ଛତିଶଗଡ ବସ୍ତର ଅଂଚଳର ଲୋକଙ୍କ ସମାଗମ ହେଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ଏହି ଛତର ଯାତ୍ରା ସମ୍ପାଦିତ ହେଇଯାଇଛି ।ଚଳିତ ବର୍ଷ ବ୍ୟାପକ ଭିଡକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

 

Related Post

ଓଜେଇଇ ପରୀକ୍ଷାରେ ସମ୍ବଲପୁର ର ୨ ଜଣ ହେଲେ ଟପ୍ପର

Posted by - July 28, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ପ୍ରକାଶିତ ଓଜେଇଇ ପରୀକ୍ଷାର ଫଳାଫଳ ରେ ସମ୍ବଲପୁର ରେ ରହୁଥିବା ୨ ଜଣ ଛାତ୍ରଛାତ୍ରୀ ହେଲେ ରାଜ୍ୟ ରେ ଟପ୍ପର । ଜଣେ ଛାତ୍ରୀ…

ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିରୋଧକ ବ୍ୟବସ୍ଥା କଣ ?ଆମେ କେତେ ପ୍ରସ୍ତୁତ। ଜାଣନ୍ତୁ

Posted by - May 25, 2020 60
ଭୁବନେଶ୍ବର: କରୋନା ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ଖେଳିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ମୁକାବିଲା ଓ ପରିଚାଳନା କମିଟି ବୈଠକ

Posted by - April 26, 2022 0
ନବରଙ୍ଗପୁର:(ବେଣୁଗୋପାଳ ରାଓ)ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବୈଠକ ରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ…

‘ଓଡ଼ିଶାରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି:- ନିର୍ଦ୍ଦେଶକ ଜୀବ ବିଜ୍ଞାନ ପ୍ରତିଷ୍ଠାନ,ପଢନ୍ତୁ ଏ ରିପୋର୍ଟ

Posted by - May 22, 2020 2
ଭୁବନେଶ୍ବର :ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୮ ହଜାରରେ ପହଞ୍ଚିଥିବାବେଳେ ତାହାର ପ୍ରାୟ ୮୦ ପ୍ରତିଶତ ମାତ୍ର ୫ଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ,…

ବେଆଇନ ପଥର ଉତ୍ତୋଳନ କେନ୍ଦ୍ର ରେ ଚଢ଼ାଉ କଲେ ହରଭଙ୍ଗା ତହସିଲଦାର

Posted by - March 11, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଧଳପୁର ଠାରେ ରଣଜିତ ବିଲ୍ଡରନ ନାମକ ଏକ ଠିକା ସଂସ୍ଥା  ମହାନଦୀ ଉପରେ  ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ କରୁଥିବା…