ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ବ, ମନ ମୋହିବ ମନୋରଞ୍ଜନ କାର୍ଯ୍ୟକ୍ରମ

58 0

ନର୍ଲା:(ଅମୀୟ କୁମାର ଦାସ)ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ୍ୟ ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ମହା ଆଡମ୍ବର ସହ ଆରମ୍ଭ ହୋଇ ଯାଇଛି l ପୂଜା ପାଇଁ ଗୁରୁ ବାର ଦିନ ସନ୍ଧ୍ୟା ରେ ନିକଟସ୍ଥ ରାଣୀ ବନ୍ଧ ରୁ ଶତାଧିକ ମହିଳା ପାଣି କଳସୀ ଆଣି ମଣ୍ଡପରେ ସ୍ଥାପନ କରିବା ପରେ ମା ଦୁର୍ଗା ରୀତିନୀତି ଅନୁସାରେ ଅଧିବାସ ଓ ବେଲବରଣ ପୂଜା କରାଯାଇଥିଲାଶୁକ୍ରବାର ସକାଳୁ କର୍ତ୍ତା ସୁନୀଲ ଚାନ୍ଦ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଚାନ୍ଦ ଦ୍ୱାରା ରୀତି ନୀତି ଅନୁସାରେ ମୁଖ୍ୟ ପୂଜକ ଭାବେ ସୁନାସିର ମିଶ୍ର, ଦୟାନିଧି ବିଶି ଙ୍କ ସହ ନିରଜ ମହାପାତ୍ର ଦଶ ଭୁଜା ମା ଦୁର୍ଗା ଙ୍କ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l

ଅନୁଷ୍ଠିତ ଦୁର୍ଗା ପୂଜା ଉପଲକ୍ଷେ ପତ୍ୟହ ରାତିରେ ଭଜନ ସମାରୋହ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ସହ ସମାପନ ହେବ ବୋଲି ପୂଜା ପରିଚାଳନା କମିଟି ସଭାପତି ଚକ୍ରଧର ଗୌଡ଼, ସାଧାରଣ ସମ୍ପାଦକ ପ୍ରକାଶକରିଥିବା ବେଳେ କମିଟି ର ଉପସଭାପତି ରୋହିତ ମାଝୀ, ଯୁଗ୍ମ ସମ୍ପାଦକ ଟୁକୁନା ପାତ୍ର, କୋଷାଧକ୍ଷ ରାଜେନ୍ଦ୍ର ପୂଜାରୀଙ୍କ ସମେତ ସଦସ୍ୟ କିଶୋର ମାଝୀ, ମନ୍ମଥ ପୂଜାରୀ, ବଡ ହଂସ, ମନବୋଧ ସାହୁ, ପ୍ରିୟବ୍ରତ ଚାନ୍ଦ ପ୍ରମୁଖ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ ସହଯୋଗ କରୁଛନ୍ତି l

ଶ୍ରଦ୍ଧାଳୁ ଙ୍କ ମନୋରଞ୍ଜନ ପାଇଁ ଶୁକ୍ରବାର ଓ ଶନିବାର ରାତିରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ରବିବାର, ସୋମବାର ଓ ମଙ୍ଗଳ ବାର ଦିନ ରାତିରେ ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ ଦଣ୍ଡ ନାଚ ପରିବେଷଣ କରାଯିବ ବୋଲି ପରିଚାଳନା କମିଟି ଦ୍ୱାରା ଜଣା ପଡିଛି l

Related Post

ରାହୁଲ ଗାନ୍ଧିଙ୍କର ସିଧାସଳଖ ବିଜେପି ଓ ବିଜେଡିକୁ ଟାର୍ଗେଟ କହିଲେ -ନବୀନଙ୍କ ରିମୋର୍ଟ ମୋଦିଙ୍କ ହାତରେ

Posted by - February 6, 2019 0
ରାଉରକେଲା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ରାଉରକେଲାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ସିଧାସଳଖ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ…

ତେଲେଙ୍ଗାନା ରୁ ଉଦ୍ଧାର ହୋଇ ଫେରିଲେ ବନ୍ଧକ ଦାଦନ ଶ୍ରମିକ

Posted by - July 7, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ତେଲେଙ୍ଗାନା ରାଜ୍ୟରେ କଳାହାଣ୍ଡି,ବଲାଙ୍ଗୀର ଜିଲ୍ଲା ର କେତେକ ଦାଦନ ଶ୍ରମିକ ବନ୍ଧକ ଘଟଣାର ଭିଡ଼ିଓ ଭାଇରାଲ ସହ…

ବାଇକ୍‌ ଧକ୍କା ଦେବାରୁ ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ୍‌ ବସ୍‌

Posted by - December 15, 2019 0
ଗଜପତି:ନୟାଗଡ଼ରୁ ୩୫ ଜଣ ଏକ ବସ୍‌ରେ ଗଜପତି ଜିଲ୍ଲା ଜିରଙ୍ଗ ଓ ଖସଡ଼ା ଜଳପ୍ରପାତକୁ ପିକନିକ କରିବା ପାଇଁ ଯାଇଥିଲେ। ସାନ୍ଧ୍ୟ ବେଳେ ସେମାନେ ପିକ୍‌ନିକ୍‌ ସାରି…

Posted by - April 20, 2019 0
ଆଜି ପୂର୍ବତନ ମନ୍ତ୍ରୀ ତଥା ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ…