ସାହାଜଖୋଲ ଜଙ୍ଗଲରୁ ପିକଅପ ଗାଡି ସହ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଗିରଫ

76 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଚଡାଉ କରି ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି । ଶୁକ୍ରବାର କଳାହାଣ୍ଡି ଅବକାରୀ ଟିମ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାୟଗଡା କଳାହାଣ୍ଡି ସୀମା ଥୁଆମୂଳ ରାମପୁର ଲାଠିଆଗୁଡା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଛକି ରହିଥିଲେ। ଏହି ସମୟରେ ଏକ ଧଳାରଙ୍ଗର ପିକ ଅପ ଗାଡି ଆସୁଥିବା ବେଳେ ଅବକାରୀ ଟିମ କୁ ଦେଖି ଗାଡି ନଅଟକାଇ ଦ୍ରୁତଗତିରେ ଫେରାର ମାରିଥିଲା । ଅବକାରୀ କର୍ମଚାରୀ ଗାଡିକୁ ପିଛା କରିବା ଆରମ୍ଭ କରିଥିଲେ ତେବେ ଗାଡିଟି ଦ୍ରୁତ ବେଗରେ ଆମପାଣି ବିଜୁ ଏକ୍ସପ୍ରେସୱେ ଦେଇ ଯାଉଥିବା ବେଳେ ଘଣ୍ଟିଗୁଡା ନିକଟରେ ପୂର୍ବରୁ ଧର୍ମଗଡ଼ ଅବକାରୀ କର୍ମଚାରୀ ଜଗି ରହିଥିବା ଦେଖି ଡ୍ରାଇଭର ଘଣ୍ଟିଗୁଡା ଦେଇ ସାହାଜଖୋଲ ଜଙ୍ଗଲ ଡୋକାରିଚଞ୍ଚରା ପଟେ ନେଇ ଯାଇଥିଲା ଓ ବାଟରେ ଗାଡିରେ ଥିବା ଗଞ୍ଜେଇ ବସ୍ତା ଗୁଡିକୁ ଜଙ୍ଗଲ ରାସ୍ତାରେ ଫିଙ୍ଗି ଦେଇଥିଲେ।

ପିକଅପ ଗାଡି ଟି ଜଙ୍ଗଲର ଶେଷ ପର୍ଯ୍ୟନ୍ତ ଯିବାପରେ ଏକ ପଥର ରେ ପିଟି ହୋଇ ରହିଯିବାରୁ ଗାଡିରେ ରହିଥିବା ଗଞ୍ଜେଇ ଚାଲାଣ କାରୀ ମାନେ ଜଙ୍ଗଲ ରାସ୍ତା ଦେଇ ଫେରାର ମାରିଥିଲେ। ତେବେ ଜଣେ ଅବକାରୀ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଅବକାରୀ କର୍ମଚାରୀ ଜଂଗଲରେ ଫିଙ୍ଗି ଥିବା ଗଞ୍ଜେଇ ବସ୍ତାକୁ ସଂଗ୍ରହ କରିଥିଲେ । ପିକ ଅପ ଗାଡି ,ଗଞ୍ଜେଇ ସହ ଜଣେ ଅଭିଯୁକ୍ତ ସାନ ପୋଡ଼ାଗୁଡା ଗ୍ରାମର ଚନ୍ଦନ ପୁଝାରି (୩୩) କୁ ଗିରଫ କରି ଜିଲ୍ଲା କାର୍ଯ୍ୟାଳୟକୁ ନେଇଥିଲେ। ଜବତ ଗଞ୍ଜେଇ ୩ କ୍ୱିଣ୍ଟାଲ ୩୩ କେଜି ରହିଥିବା ବେଳେ ଆନୁମାନିକ ମୁଲ୍ୟ ୩୨ ଲକ୍ଷ ଟଙ୍କା ହେବ ବୋଳି ଜଣାପଡିଛି। ଏହି ଚଢ଼ାଉରେ ଧର୍ମଗଡ଼ ଅବକାରୀ ଇନିସ୍ପେକ୍ଟର ଲଳିତ ମୋହନ ମିଶ୍ର, ମୋବାଇଲ ୟୁନିଟ ସଦର ଅବକାରୀ ଇନିସ୍ପେକ୍ଟର ସୁଶାନ୍ତ କୁମାର ପ୍ରଧାନ, ସଦର ଓଆଇସି ତିଳକ ରାମ ନାଏକ, ବିଶ୍ୱଜିତ ଆରୁକ, ସବ ଇନ୍ସପେକ୍ଟର ମୋବାଇଲ ୟୁନିଟ ଅଜୟ କୁମାର ନାଏକ, ଏଏସଆଇ ଅଶୋକ କୁମାର ସାହୁ, ବସନ୍ତ କୁମାର ବିଶି ଓ କର୍ମଚାରୀ ସାମିଲ ରହିଥିଲେ।

Related Post

ଇଲେକ୍ଟ୍ରି ଉପଭୋକ୍ତାଙ୍କର କିଛି ଅଭିଯୋଗ ଅଛି କି ତେବେ ଯୋଗାଯୋଗ କରନ୍ତୁ ୧୯୧୨.

Posted by - June 24, 2021 0
ଉତ୍ତର ଭୁବନେଶ୍ୱର୍:( ସନ୍ତୋଷ ରାଉତ)ଇଲେକ୍ଟ୍ରି ଉପଭକ୍ତl ଙ୍କ କିଛି ସମସ୍ୟା ଭୋଗୁ ଥିବା ଜାଣିପାରି ଅନ୍ତର୍ଜାତୀୟ ମାନବଧିକାର କମିଶନ  ର ରାଜ୍ୟ ସଭାପତି ଶ୍ରୀ ଶିବ ସୁନ୍ଦର…

ଉଦ୍ୟାନ ପାଚେରୀ କାର୍ଯ୍ୟ ସଂପୁର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ

Posted by - October 28, 2021 0
ଯାଜପୁର ଜିଲା ତଳିହା ପଂଚାୟତରେ ହୋଇଥିବା ଉଦ୍ୟାନ ପାଚେରୀ କାର୍ଯ୍ୟ ସଂପୁର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି Iକିଛି ଦିନ ତଳେ ଏହାର ପାଚେରୀ ମଧ୍ୟ ଭୁଷୁଡି ପଡିଥିବା  ଲୋକେ ଅଭିଯୋଗ କରିଛନ୍ତି ।I ଏହି ପାଚେରୀ ନିର୍ମାଣ ସାଢ଼େ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପାଚେରୀ ପାଇଁ ବ୍ୟବହୃତ ହୋଇଥିବା ରଡ ଓ ସିମେଂଟ ସଂପୁର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଜିଲାପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।  

ବରଗଡ଼ ଠାରେ ଅନୁଷ୍ଠିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା ଯୋଗଦେଲେ ସହସ୍ରାଧିକ ବ୍ୟକ୍ତି

Posted by - August 8, 2022 0
ବରଗଡ଼:(ରାମାକାନ୍ତ ବିଶ୍ଵାଳ) ୭ ଅଗଷ୍ଟ ୨୦୨୨ ରବିବାର ଗତକାଲି ବରଗଡ଼ ସହରରେ ଅନୁଷ୍ଠିତ ହୋଇଥିଲା ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା । ସହସ୍ରାଧିକ ବ୍ୟକ୍ତି ସ୍ବେଛାକୃତ ଭାବେ…

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ; ଜିଲାପାଳ ଙ୍କ କଡା କାର୍ଯ୍ୟାନୁଷ୍ଠାନ,୨ କର୍ମଚାରୀ ନିଲମ୍ବିତ

Posted by - February 16, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ରେ ଯାଜପୁର ଜିଲାପାଳ ଙ୍କ କଡା କାର୍ଯ୍ୟାନୁଷ୍ଠାନ। ୨ କର୍ମଚାରୀ ଙ୍କୁ ନିଲମ୍ବିତ ସହିତ…

ବିକ୍ରି କବଲା ଜାଲିୟାତି କରି ନିଜର ନାମରେ ପଟ୍ଟା କରିଥିବା ବ୍ୟକ୍ତିକୁ ଗିରଫ ଦାବି

Posted by - August 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଆଜିର ଯୁଗରେ ମଣିଷ ଯେତେ ସୁଖରେ ଥାଉ କି ଦୁଃଖରେ ଥାଉ ଜମି ଖଣ୍ଡିଏ କିଣିବା ହେଉଛି ସବୁ ମଣିଷ ଜୀବନର…