ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି, ଧର୍ମଗଡ ପକ୍ଷରୁ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା

62 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସର୍ବୋଦୟ ସମିତି ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଆୟୋଜିତ ଉକ୍ତ ପ୍ରତିଯୋଗିତା ରେ ୧୦ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ରାଧାମୋହନ ଦାସ , ଆଇନଜୀବି ସଂଯୁକ୍ତା ପଣ୍ଡା, ଥିଆମୁଲ ରାମପୁର ର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ବେହେରା,ଅରେବେଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ବିଚାରପତି ଭାବେ ଯୋଗ ଦେଇଥିଲେ ଏବଂ କୃତୀ ଛାତ୍ର ଛାତ୍ରୀ ଙ୍କୁ ଚୟନ କରିଥିଲେ।

ବକୃତା ପ୍ରତିଯୋଗୀତାରେ ପ୍ରତଯୋଗିତାରେ କାଶୀବାହାଲ ସ୍ଥିତ ଗୁରୁଜୀ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ମଧୁସ୍ମିତା ଶଗଡ଼ିଆ ପ୍ରଥମ ସ୍ଥାନ, ଧର୍ମଗଡ ସ୍କୋଲାର ମଡେଲ ସ୍କୁଲର ଶୁଭାଶିଷ ପାତ୍ର ଦ୍ଵିତୀୟ ସ୍ଥାନ ଓ ବ୍ରାହ୍ମଣ ଛେଣ୍ଡିଆ ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟର ଚମ୍ପା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ପରେ ଘୋଷଣା କରାଯିବ। ଏହି ଅବସରରେ ଅନୁଷ୍ଠାନର ପରିଚାଳନା ସମିତିର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଷି ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନ ର ସଦସ୍ୟା ଶ୍ରୀମତୀ ଗୀତା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ମ୍ୟାନେଜର ଦେବରାଜ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ର ପରିଚାଳିକା ନିବେଦିତା ପ୍ରଧାନ, ଶୋଭା ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆସନ୍ତା ଗାନ୍ଧୀ ଜୟନ୍ତୀ ଦିନ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।

Related Post

ଲୋକଙ୍କୁ ସଚେତନ କରାଇବା ଉଦ୍ଧେଶ୍ୟରେ ରାଲି ଓ ପଥପ୍ରାନ୍ତ ନାଟକ

Posted by - December 11, 2021 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ବିଦ୍ୟୁତ ସଂରକ୍ଷଣ ସପ୍ତାହ ପାଳନ ଉପଲକ୍ଷେ ଟିଟିଲାଗଡ଼ OPTWDL ତରଫରୁ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ତ ପଦାଧିକାରୀଙ୍କ ସହ କର୍ମଚାରୀ ମାନେ…

ବୌଦ୍ଧ ଠାରେ ସଫାଇ ମିତ୍ର ସମ୍ମାନ ସମାରୋହ ସହ ବଡାଖାନା ଅନୁଷ୍ଠିତ

Posted by - October 4, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବିଜ୍ଞ୍ୟାପିତ ଅଂଚଳ ପରିଷଦ, ବୌଦ୍ଧ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ଉପଲକ୍ଷେ ଆଜି ସପ୍ତାହ ର ଶେଷ ଦିନରେ ସଫାଇ ମିତ୍ର ସମ୍ମାନ…

ସଦର ଥାନା କବୀରପୁର ଗାଁ ନିକଟସ୍ଥ ପୋଖରୀରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର

Posted by - March 6, 2020 0
ଯାଜପୁର: ଯାଜପୁର ଟାଉନର ବରୁହାଁ ଅଞ୍ଚଳରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦ନଂ ଜାତୀୟ ରାଜପଥ ରାସ୍ତାର କବୀରପୁରଠାରେ ଭାରସାମ୍ୟ ହରାଇ ଏକ ବାଇକ୍ ପୋଖରୀ ମଧ୍ୟକୁ ଖସି…

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Posted by - March 10, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପର୍ଯ୍ୟବେକ୍ଷଣ…