ଆମପାଣି ବସଷ୍ଟାଣ୍ଡରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କଲା ପୋଲିସ

27 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ସମୟରେ ଦାଦନ ମାନେ ଜିବିକା ପାଇଁ ଜୀବନ ହରାଉଥିଲେ ହେଁ ଦାଦନ ଶ୍ରମିକ ଚାଲାଣ ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆମପାଣି ଠାରେ ।ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ସ୍ୱାମୀ ଓ ସ୍ତ୍ରୀ । ଦେହ ଅସୁସ୍ଥ ହେବାରୁ ଗୁରୁବାର ଘରକୁ ବାହାରିଥିଲେ ହେଲେ ଶୁକ୍ରବାର ଘରକୁ ଫେରିବା ସମୟରେ ଆମପାଣି ଠାରେ ବସରୁ ଓଲ୍ଲେଇବା ପରେ ହଠାତ ଅସୁସ୍ଥ ହୋଇ ପଡିଥିଲା, କିଛି ସମୟ ପରେ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ସୂଚନା ରୁ ଜଣାଯାଏ ଯେ ଗତ ଦେଢ଼ ମାସ ତଳେ ଜୁନାଗଡ଼ ବ୍ଲକ ଦାସିଗା ତାଳପଦର ଗ୍ରାମର ଜଳନ୍ଧର ନିଆଲ(୫୫) ଓ ତାଙ୍କ ସ୍ତ୍ରୀ ସୁଶିଲା ନିଆଲ (୫୦) ଦାଦନ ଶ୍ରମିକ ଭାବେ ହାଇଦ୍ରାବାଦ ଯାଇଥିଲେ ।

ହେଲେ ଗତ ୪ ଦିନ ତଳେ ଜଳନ୍ଧରଙ୍କୁ ଜ୍ୱର ହେବାରୁ ଗୁରୁବାର ଦିନ ଉଭୟ ଦମ୍ପତ୍ତି ସଂଗୀତା ନାମକ ଏକ ଘରୋଇ ଯାତ୍ରୀବାହୀ ବସରେ ନିଜ ଘରକୁ ଫେରୁଥିଲେ । ହେଲେ ସଂଗୀତା ବସଟି ସିନାପାଲି ଯାଉଥିବା ବେଳେ ବସ କର୍ମଚାରୀ ମାନେ ଆମପାଣି ବସଷ୍ଟାଣ୍ଡରେ ତାଙ୍କୁ ଓଲ୍ଲେଇ ଦେଇଥିଲେ । ସେଠାରେ କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଦୀର୍ଘ ୨ ଘଣ୍ଟା ଶବଟି ବସଷ୍ଟାଣ୍ଡ ରେ ପଡି ରହିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆମପାଣି ପୁଲିସ କର୍ମଚାରୀ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାରଙ୍କୁ ହସ୍ତାନ୍ତର କରିଛି। ଆମପାଣି ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ଆମପାଣି ଥାନା କେଶ ନମ୍ବର ୬/୨୨ ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ତଦନ୍ତକାରୀ ପୁଲିସ ଅଧିକାରୀ ଅକ୍ଷୟ ଜାଳ ସୂଚନା ଦେଇଛନ୍ତି ।

Related Post

ଗ୍ରୀଷ୍ମ ପ୍ରବାହ ମୁକାବିଲା ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ

Posted by - March 4, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ…

ଆଜି ଅନୁଗୋଳରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୦୧ ରେ

Posted by - July 20, 2020 0
ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୋଳ ଜିଲ୍ଲାରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ସର୍ବାଧିକ ୫ ଜଣ, ଅନୁଗୋଳ…

ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ(OMA) ଜାରି କଲା ୨୪ଘଂଟିଆ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର

Posted by - January 26, 2021 0
ଭୁବନେଶ୍ୱର:ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ (ଓଏମଏ) ପକ୍ଷରୁ ଏକ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର ଜାରି କରାଯାଇଛି । ରଘୁନାଥପୁରସ୍ଥିତ ରାଜ୍ୟ…

ବିଜେଡ଼ି ପକ୍ଷରୁ ଗଣ ଧାରଣା ଓ ବିକ୍ଷୋଭ

Posted by - October 19, 2019 0
ଅନୁଗୋଳ୧୯/୧୦ (ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ ଉନ୍ନତିକରଣରେ ବିଳମ୍ବ ଏବଂ ନିର୍ମାଣରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଏହି ଧାରଣା ଦିଆଯାଇଛି। ଢେଙ୍କାନାଳ ସାସଂଦ ମହେଶ ସାହୁଙ୍କ…

ତାସ୍ ଖେଳ ହେଲା କାଳ: ଗାଁ ଦାଣ୍ଡରେ ସାଙ୍ଗ, ସାଙ୍ଗ କୁ ଗୋଡାଇ ଗୋଡାଇ ଭୁଜାଲି ରେ ହତ୍ୟା କଲା

Posted by - January 9, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ତାସ୍ ଖେଲରୁ ମହାଭାରତ। ଖେଳ ରେ ହାରି ଯିବାରୁ ମନରେ ରହିଲା ରାଗ। ଆଉ ରାଗ ସୁଝେଇବାକୁ ଯାଇ, ସାଙ୍ଗକୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ…