ଭାଙ୍ଗିଲା ଦାମେଇପାଳି ପୁରୁଣା ସ୍କୁଲ ଘର, ଅଳ୍ପକେ ବଞ୍ଚିଲେ ଛାତ୍ରୀ ଛାତ୍ର, ଘଟଣା ସ୍ଥଳ ପରିଦର୍ଶନ କଲେ ବିଡ଼ିଓ

21 0

ଖପ୍ରାଖୋଲ :  (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ଦମେଇପାଲି ଗାଁ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପୁରୁଣା ଘର ଶୁକ୍ରବାର ମଧ୍ୟାହ୍ନ ରେ ଆକସ୍ମିକ ଭାଙ୍ଗି ଯିବାରୁ ଏକ ବଡ଼ ବିପଦ ଟଳି ଯାଇଛି। ଅଳ୍ପକେ ଛାତ୍ରୀ ଛାତ୍ର ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ମଧ୍ୟାହ୍ନରେ ଛାତ୍ରୀ ଛାତ୍ର ମାନେ ନିଜ ଶ୍ରେଣୀ ରେ ପାଠ ପଢୁଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ଏକ ଅବ୍ୟବହୃତ ଶ୍ରେଣୀ ଗୃହ ର ଛପର ଭାଙ୍ଗିଯାଇଥିଲା । ଯାହାର ଶବ୍ଦ ଶୁଣି ଶିକ୍ଷକ , ଛାତ୍ରୀ ଛାତ୍ର ଭୟଭୀତ ହୋଇପଡ଼ିଥିବା ବେଳେ ଅଭିଭାବକ ମାନେ ମଧ୍ୟ ବିଦ୍ୟାଳୟକୁ ଆସି ଯାଇଥିଲେ । ଏହି ଆକସ୍ମିକ ଘଟଣା ଯୋଗୁଁ ଏକ ବଡଧରଣର ବିପଦ ଟଳିଥିବ ବେଳେ କେହି ଆହତ ହୋଇନଥିବା ଜଣା ପଡ଼ିଛି। ସୂଚନା ଯୋଗ୍ୟ ୧୯୧୨ ରେ ଆରମ୍ଭ ହୋଇଥିବା ଏହି ଶତାୟୁ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ବେଳେ ୭ ଜଣ ଶିକ୍ଷକ ଅଛନ୍ତି ।

୧୬୮ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରିଥିବା ବେଳେ ବିଦ୍ୟାଳୟରେ କେବଳ ତିନୋଟି ପକ୍କା କୋଠରୀ ଥିବାବେଳେ ପୁରୁଣା ଶ୍ରେଣୀ ଗୃହ ମରାମତି କରି ଦୁଇଟି ଶ୍ରେଣୀ ରେ ପାଠ ପଢା ହେଉଛି । କୋଠାର ଅନ୍ୟଏକ କୋଠରୀ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା ଯାହାକି ଆକସ୍ମିକ ଭାଙ୍ଗିଯାଇଛି। ଭଙ୍ଗା କୋଠରୀ ଆରପାଖରେ ରୋଷେଇ ଘର ଥିବା ବେଳେ ଛାତ୍ରୀ ଛାତ୍ର ଭଙ୍ଗା କୋଠରୀ ଦେଇ ପ୍ରତିଦିନ ଖାଇବାକୁ ଯାଇଥାନ୍ତି ବୋଲି ଜଣାଯାଇଛି । ବିଦ୍ୟାଳୟ ର ସମସ୍ୟା ବିଷୟରେ ପୂର୍ବରୁ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହେଉଛି। ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ଭୋଇ ଙ୍କୁ ପଚାରିବାରୁ ଆକସ୍ମିକ ଭାଙ୍ଗିଯାଇଥିବା କୋଠରିକୁ ବ୍ୟବହାର କରୁନଥିବା ପ୍ରକାଶ କରିଛନ୍ତି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ ଙ୍କୁ ଫୋନ ମଧ୍ୟମରେ ପଚାରିବାରୁ ଫୋନ କଲ ଗ୍ରହଣ କରିନଥିଲେ । ଏନେଇ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଙ୍କୁ ପଚାରିବାରୁ ମୁଁ ଘଟଣା ସ୍ଥଳ ଯାଇ ପରିଦର୍ଶନ କରିବା ସହ କୋଠରିର ମରାମତି ପାଇଁ ପଞ୍ଚାୟତ କତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।

Related Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଭେଟିଲେ

Posted by - December 23, 2018 0
ଭୁବନେଶ୍ବର ୨୩|୧୨:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ସ୍ବତନ୍ତ୍ର ବିମାନ ଯୋଗେ ସପରିବାର ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ରାତି ତେଲେଙ୍ଗାନା…

ଅଧ୍ୟକ୍ଷ ପଦ ଛାଡିଲେ ସନ୍ତୋଷ ଭୋଇ

Posted by - August 17, 2021 0
ସୋନପୁର :(ଅଜିତ୍ କୁମାର ପୁଝାରୀ)  ଅଧ୍ୟକ୍ଷ ପଦ ଛାଡିଲେ ସୁବର୍ଣ୍ଣପୁର ଜିଲ୍ଳା ବିରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ l ବ୍ୟକ୍ତିଗତ ତଥା ପାରିବାରିକ ସମସ୍ୟା…

କୋଭିଡ ସଂକ୍ରମଣରେ ବାତିଲ ହେଲା ଭିମସାର ଏମବିବିଏସ ପରିକ୍ଷା

Posted by - January 14, 2022 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେ ଦୄତ ଗତିରେ ବଡୁଥିବା କୋଭିଡ ସଂକ୍ରମଣ ପାଇଁ ବାତିଲ ହେଲା ଭିମସାର ର ଏମବିବିଏସ ପରୀକ୍ଷା । ଏନେଇ…

ବେଆଇନ ଭାବେ ବନ୍ଧୁକ ଫୁଟାଇ ବିଜୟ ସେଲିବ୍ରେସନ କଲେ ବିଜେଡି କାଉନସିଲର

Posted by - March 26, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ବେଆଇନ ଭାବେ ବନ୍ଧୁକ ଫୁଟାଇ ସେଲିବ୍ରେସନ କଲେ ବିଜେଡିର ବିଜୟୀ କାଉନସିଲର । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲର…