ପୁଣି ଚମକିଲେ ଓଡିଆ ହକି ତାରକା ଦିଲ୍ଲୀପ ତିର୍କୀ ହେଲେ ହକି ଇଣ୍ଡିଆର ସଭାପତି

65 0

ଭୁବନେଶ୍ବର (ବ୍ୟୁରୋ) :  ପୁଣି ଚମକିଲେ ଓଡିଆ ହକି ତାରକା ଦିଲ୍ଲୀପ ତିର୍କୀ ହେଲେ ହକି ଇଣ୍ଡିଆର ସଭାପତି । ଜାତୀୟ ସ୍ତରରେ ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି। ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବିନା ପ୍ରତିଦ୍ୱନ୍ଦ୍ୱିତାରେ ସେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି। ହକି ଇଣ୍ଡିଆ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନ୍ୟ ଦୁଇ ଜଣ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିବା ପରେ ଦିଲୀପ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦବୀକୁ ନିର୍ବାଚିତ ହୋଇଛନ୍ତି।

ଏହି ୪୪ ବର୍ଷୀୟ ହକି ତାରକା  ନିଜ ଖେଳ ଜୀବନରେ ମୋଟ ୪୧୨ ଟି ଆନ୍ତର୍ଜାତିୟ ମ୍ୟାଚ , ୧୫ ବର୍ଷରୁ ଊର୍ଦ୍ଧ କାଳ ଡେଫେଣ୍ଡର ଭାବେ ଖେଳିଛନ୍ତି ।  ସେ ଭାରତକୁ ୧୯୯୬ ଆଟଲାନ୍ଟା , ୨୦୦୦ ସିଡନୀ , ଓ ୨୦୦୪ ଏଥେନ୍ସ ଅଲ୍ଯମ୍ପିକ ଖେଳରେ ପ୍ରତିନିଧିତ୍ଵ କରିଛନ୍ତି । ପଦ୍ମଶ୍ରୀପ୍ରାପ୍ତ ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର ସଭାପତି ହେବା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ। ହକିର ବିକାଶ ପାଇଁ ଓଡ଼ିଶା ସରକାର ବଡ଼ ସ୍ବପ୍ନ ଦେଖିଛନ୍ତି। ଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶାର ପୁଅ ‘ହକି ଇଣ୍ଡିଆ’ର ସଭାପତି ହୋଇଥିବାରୁ ଏହି କ୍ରୀଡ଼ାର ଅଧିକ ଉନ୍ନତ ହୋଇପାରିବ ବୋଲି ଆଶା କରାଯାଉଛି। ସେହିପରି ଦିଲୀପ ତିର୍କୀ ଜଣେ ହକି ଖେଳାଳି ହୋଇଥିବାରୁ ହକିକୁ ଏକ ଶୀର୍ଷ ସ୍ତରକୁ ନେଇପାରିବେ ବୋଲି ମଧ୍ୟ ଆଶା କରାଯାଉଛି। ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର ସଭାପତି ହେବା ପରେ ରାଜ୍ୟର କ୍ରୀଡ଼ାବିତ, ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ହକି ପ୍ରେମୀ ତଥା ଓଡିଶା ହକି ରେ ବିଶେଷ ଅବଦାନ ଥିବା ମିହିର ବିଶ୍ଵାଳ ଦିଲ୍ଲୀପଙ୍କୁ ସାଧୁବାଦ ଜଣାଇଛନ୍ତି ।

Related Post

ଲୋକ ପ୍ରିୟ “ସୋନି ଟିଭିର” ତାରକ ମେହେଟା ଉଲଟା ଚଷମା ସୋ ରେ ପ୍ରଦଶିତ ହେବେ ଡ଼ଃ ରାମଚନ୍ଦାନୀ

Posted by - November 18, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଦେଶର ଲୋକ ପ୍ରିୟ ଟିଭି ସୋ “ସୋନି ସବ ଟିଭି”ରେ ପ୍ରସାରିତ “ତାରକ ମେହେଟା କା ଉଲଟା ଚଷମା” ରେ ପ୍ରଦଶିତ ହେବ ଡା. ଶଙ୍କର…

ଯାଜପୁର ଜିଲ୍ଲା କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସୁପ୍ରିମକୋର୍ଟ ବିଚାରପତି

Posted by - April 9, 2022 0
ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ଟାଉନ ଓ ବ୍ୟାସନଗର ଠାରେ ନୂତନ କୋର୍ଟ ପ୍ରତିଷ୍ଠା ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । …

ଗ୍ରାମ୍ୟ ପୋଖରୀକୁ ଅନ୍ୟ ନାମରେ ରେକର୍ଡ,ଗ୍ରାମବାସୀଙ୍କ ତହସିଲଦାରଙ୍କୁ ଅଭିଯୋଗ

Posted by - June 9, 2021 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂ:) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଲଇଗାଁ ଗ୍ରାମର ଗୋଟିଏ ପୋଖରୀକୁ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ପଟା ପ୍ରଦାନ କରାଯାଇଥିବାକୁ ପ୍ରତିବାଦ୍ କରି…

କେନ୍ଦ୍ର ଆଦିବାସୀ ଜନ ଜାତି ମନ୍ତ୍ରୀଙ୍କ ୨ ଦିନିଆ କଳାହାଣ୍ଡି ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା

Posted by - June 13, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ସରକାର ଙ୍କ ଆକାଂକ୍ଷା ଜିଲ୍ଲା କଳାହାଣ୍ଡି କୁ ଦୁଇ ଦିନିଆ ଗସ୍ତରେ…

ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ

Posted by - August 17, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁରରେ ହର୍ଷୋଲ୍ଲାସର ସହିତ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ଜିଲ୍ଲା ସ୍ତରୀୟ ଉତ୍ସବର ମୁଖ୍ୟଅତିଥି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଝାରୀ ରିଜର୍ଭ…