ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

180 0

ଖପ୍ରାଖୋଲ: ୨୨/୯(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ର ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି। ଏହାକୁ ତୁରନ୍ତ ପୁରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଚିଠି ଲେଖିଥିବା ଜଣାଯାଇଛି। କିଛିଦିନ ତଳେ ସାଂସଦ ବିଶି ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲିଥିବା ସ୍ଥାନୀୟ ଜନସାଧାରଣ ,ପ୍ରେସ କ୍ଲବ ସଦସ୍ୟ ଜଣାଇଥିଲେ।

ସରକାରୀ ନିୟମ ଅନୁସାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭେଷଜ ବିଶେଷଜ୍ଞ , ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ପ୍ରମୁଖ ନିଯୁକ୍ତ ହେବାକଥା ହେଲେ ବିନା ବିଶେଷଜ୍ଞ ପଦବୀରେ ଚାଲିଛି ସ୍ବାସ୍ଥ୍ୟ କେନ୍ଦ୍ର। ଯାହା ଫଳରେ ଖପ୍ରାଖୋଲ ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବେଳେ ବାଧ୍ୟ ହୋଇ ପାଟଣାଗଡ, ବଲାଙ୍ଗିର, ନୂଆପଡ଼ା, ପଦ୍ମପୁର, ବରଗଡ଼ ପ୍ରମୁଖ ଡାକ୍ତର ଖାନା କୁ ଯିବାକୁ ବାଧ୍ୟ ହେଉଛନ୍ତି।

ଏନେଇ ପୂର୍ବରୁ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳିନି। ସୂଚନା ଯୋଗ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଭେଷଜ ବିଶେଷଜ୍ଞ ନିଯୁକ୍ତ ହୋଇଥିଲେ ବି ତାକୁ ଚାରିମାସ ହେଲା ଡେପୁଟେଶନ ରେ ଟିଟିଲାଗଡ ପଠା ଯାଇଥିବା ଜଣା ଯାଇଛି।

Related Post

ସାକ୍ରାଖୋଲା ବିଦେଶୀ ମଦ ଦୋକାନ ରେ ଡକାୟତି,ଲକ୍ଷାଧିକ ଟଙ୍କା ଲୂଟମାର ସହ ପେଟି ପେଟି ମଦ ନେଇଁ ଚମ୍ପଟ

Posted by - October 8, 2022 0
( ବନ୍ଦ ଥିବା ଦୋକାନ ଭାଙ୍ଗିଲେ, ଚେଇର ଟେବୁଲ ଭାଙ୍ଗିବା ସହିତ ବାଇକ ପୋଡିଲେ , କର୍ମଚାରୀ ଙ୍କୁ ମାରଣତ୍ମକ ଆକ୍ରମଣ କରି କାଉଣ୍ଟର ରେ ଥିବା…

ଜୁଣଭଦ୍ରାରେ ଅସ୍ଥାୟୀ ପଟାପୋଲ ନିର୍ମାଣ ପାଇଁ ଦାବି

Posted by - June 1, 2021 0
ଯାଜପୁର: ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଞ୍ଚାୟତସ୍ଥିତ ବଲଭଦ୍ରପୁର ଗ୍ରାମକୁ ସଂଲଗ୍ନ କରୁଥିବା ଜୁଣଭଦ୍ରା ପୋଲର ମରାମତି ଅବ୍ୟବହିତ ପୂର୍ବରୁ ବାତ୍ୟା “ୟାସ” ସହ ଉପର…

କେସିଙ୍ଗା ସହରରେ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି

Posted by - May 23, 2023 0
କେସିଙ୍ଗା: ୨୩/୫( ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ର ବୁଢ଼ାଡଙ୍ଗର ପାହାଡ ଉପରେ ଥିବା ଧବଲେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ହେବାକୁ ଥିବା ଶୀତଳ…

ଚିକିତ୍ସା ଅବହେଳା ରୁ ଯୁବକ ର ମୃତ୍ୟୁ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରବଳ ଉତ୍ତେଜନା

Posted by - February 1, 2021 0
ବାଲେଶ୍ଵର(ସମରେନ୍ଦ୍ର ବାରିକ) ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ, ଯୁବକ ର ମୃତ୍ୟୁ କୁ ନେଇ ଉତ୍ତେଜନା । ଟାୟାର ଜାଳି ରାସ୍ତା ଅବରୋଧ କଲେ ସାଥୀ ଓ ପରିବାର ବର୍ଗ…

କୋରନା କଟକଣା ମଧ୍ୟ ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ।

Posted by - August 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସାରା ଭାରତ ବର୍ଷ ରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ନୀଳଗିରି ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାମାରୀ କରୋନ…